ପର୍ସ ଚୋରି କରି ହଟହଟା ହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଗିରଫ କଲା ପୋଲିସ, ଯାହାଙ୍କ ନାଁ ଶୁଣିଲେ ଚମକି ପଡିବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ ।

ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ କିନ୍ତୁ ଆଜି ଆମେ ଆପଣ ଙ୍କୁ ଜଣେ ଏଭଳି ଅଭିନେତ୍ରୀ ବିଷୟରେ ଆଲୋଚନା କରିବୁ ଯିଏ କି ବର୍ତ୍ତମାନ ଚୋରି ମାମଲାରେ ଫସି ଯାଇଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା । ତେବେ ପୁସ୍ତକ ମେଳାରେ ପକେଟ୍‌ ମାର୍‌ କରୁଥିଲେ ଅଭିନେତ୍ରୀ କୋଲକାତା ପୋଲିସ୍‌ ଏହି ବଙ୍ଗୀୟ ସୁନ୍ଦରୀଙ୍କୁ ଧରିବା ପରେ ତାଙ୍କ ନିକଟରୁ ନଗଦ ୭୫ ହଜାର ଟଙ୍କା ଓ ଅନେକ ଗୁଡ଼ିଏ ପର୍ସ ମିଳିଛି ।

କୋଲକାତାରେ ଏହି ଘଟଣା ଘଟିଛି । ଅନ୍ତର୍ଜାତୀୟ କୋଲକାତା ପୁସ୍ତକ ମେଳାରେ ପକେଟ୍‌ମାର୍‌ କରୁଥିବା ଅଭିଯୋଗରେ ପଶ୍ଚିମବଙ୍ଗ ଅଭିନେତ୍ରୀ ରୁପା ଦତ୍ତାଙ୍କୁ ପୋଲିସ ଗିରଫ କରିଛି । ଘଟଣା ଜଣାପଡ଼ିବା ପରେ ଏବେ ହଇଚଇ ସୃଷ୍ଟି ହୋଇଛି । ତେବେ ରୂପା ଡଷ୍ଟବିନ୍‌ରେ ଏକ ପର୍ସ ଫୋପାଡ଼ୁଥିବା ବେଳେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଦେଖି ଦେଇଥିଲେ ଏବଂ ତାଙ୍କର ସନ୍ଦେହ ହୋଇଥିଲା ।

ଏହାପରେ ପୋଲିସ ତାଙ୍କୁ ଅଟକ ରଖି ଏତେ ଟଙ୍କା ଓ ପର୍ସ କାହିଁକି ଧରି ବୁଲୁଛନ୍ତି ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଯାଞ୍ଚ ପରେ ତାଙ୍କ ନିକଟରୁ ନଗଦ ୭୫ ହଜାର ଟଙ୍କା ମିଳିଥିଲା ଓ ତାଙ୍କର ପୁରା କାରନାମା ସାମ୍ନାକୁ ଆସିଥିଲା । ଚୋରି କରିବା ଅଭିଯୋଗରେ ବିଧାନନଗର ନର୍ଥ ଥାନା ପୋଲିସ୍‌ ଅଭିନେତ୍ରୀ ରୁପାଙ୍କୁ ଗିରଫ କରିଛି । ତେବେ ଏଭଳି ଅପରାଧ ଘଟଣାରେ ରୁପାଙ୍କ ସହ ଆଉ କେଉଁ କେଉଁ ମାନେ ସାମିଲ ଥିଲେ ନା ସେ ଏକାକୀ ଏଭଳି ଘଟଣା ଘଟାଉଥିଲେ, ସେନେଇ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଏହି ଘଟଣା ପୂର୍ବରୁ ମଧ୍ୟ ଅଭିନେତ୍ରୀ ରୁପା ଚର୍ଚ୍ଚାରେ ଥିଲେ ।  ବଲିଉଡ୍ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ବିବାଦ ଘେରରେ ଥିଲେ ରୁପା । ଯାହାକି ପରେ ମିଛ ପ୍ରମାଣିତ ହୋଇଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *