ଛୋଟ ପିଲାଙ୍କ କୃମି ଦୋଷ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା (Dr Palash Das)

ସାଧାରଣତଃ ଆପଣମାନେ ବହୁତ ପିଲାମାନଙ୍କ କ୍ଷେତ୍ରରେ ଦେଖିଥିବେ କି ସେମାନେ ତାଙ୍କର ଝାଡା ଜାଗା କୁଣ୍ଡେଇ ହୋଇଥାଏ । କେତେକ ଛୁଆମାନଙ୍କର ବେଳେ ବେଳେ ଭୋକ କମିଯାଏ, ପେଟ ଫୁଲିଯାଏ, ନିସ୍ତେଜ ହୋଇ ଯାଆନ୍ତି, ସ୍କୁଲରେ ପଢିବାକୁ ଇଚ୍ଛା କରନ୍ତି ନାହିଁ, ଯଦି ଏହି ସମୟରେ ଦେଖିବେ କି ତାଙ୍କର ଝାଡାରୁ କୃମି ବାହାରୁଛି ତେବେ ଏହାକୁ କୃମି ଦୋଷ କୁହାଯାଏ । ଏହା ସହିତ ଏହି ସବୁ ଗୋଟିଏ ଗୋଟିଏ ଲକ୍ଷଣ ଯେତେବେଳେ ପିଲାର ପେଟରେ କୃମି ହେଉଛି ।

ଯଦି ପିଲାମାନଙ୍କୁ କୃମି ରୋଗ ହେଉଛି ତେବେ ସେମାନେ ବେଳେ ବେଳେ କମ୍ପ୍ଲେନ କରିଥାନ୍ତି କି ତାଙ୍କର ଝାଡା ଜାଗା କୁଣ୍ଡେଇ ହେଉଛି । ଏମିତିରେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ପିଲାମାନଙ୍କର ଚିକିତ୍ସା କରାନ୍ତୁ । କହିଦେଉଛୁ କି କୃମି ବେଳେ ବେଳେ ଅନ୍ୟ କେତେକ ରୋଗକୁ ବି ଜନ୍ମ କରିଥାଏ । ସେଥିପାଇଁ ସଠିକ ସମୟରେ ଚିକିତ୍ସା କରନ୍ତୁ । ବର୍ତ୍ତମାନ ଜାଣି ନିଅନ୍ତୁ କୃମି ବ୍ୟାପି ଥାଏ କେମିତି ।

ଯଦି କାହାକୁ କୃମି ହୋଇଛି ତେବେ ତାର ପେଟରେ କୃମି ଦିନକୁ ହଜାର ହଜାର ଅଣ୍ଡା ଦିଅନ୍ତି । ଅଣ୍ଡା ଗୁଡିକ ଝାଡା ରାସ୍ତାରେ ବାହାରିଯିବ । କିନ୍ତୁ ଯଦି ସେହି ଝାଡା କୌଣସି ଚାଷ ଜମିରେ କିମ୍ବା ପଡିଆରେ ପାସ କରାଯାଉଛି, ତେବେ ସେ ଅଣ୍ଡା ଗୁଡିକରୁ ଲାଭ ବାହାରିଥାଏ । ଝାଡା କିମ୍ବା କୃମି ଏତେ ସଂକ୍ରମଣ ହୋଇ ନ ଥାଏ ଯେତିକି ସେଥିରୁ ବାହାରୁଥିବା ଲାଭା ହୋଇଥାଏ ।

କହିଦେଉଛୁ କି କୃମିରୁ ହିଁ ଲାଭ ବାହାରିଥାଏ ଓ ତାହା ପେଟକୁ ଯାଇ ପୁଣି ଥରେ କୃମିର ରୂପ ନେଇ ଯାଆନ୍ତି । ଏହି ଲାଭା ବିଭିନ୍ନ ମାଧ୍ୟମରେ ଗୋଟିଏ ଛୁଆର ଶରୀରକୁ ଯାଇ ପାରେ । ଯଦି ସେ ଖାଲି ପାଦରେ ସେହି ଜାଗାରେ ଖେଳୁଛି ତେବେ ତାର ଗୋଡର ତଳି ପାଦ ଦେଇ ତାର ଶରୀରକୁ ଯାଇ ପାରେ । କେତେକ ପିଲାମାନେ ମାଟିରେ ଖେଳନ୍ତି ଓ ସଙ୍ଗେ ସଙ୍ଗେ ମୁହଁରେ ହାତ ଦେଇ ଦିଅନ୍ତି, ଏହିଭଳି ସ୍ଥିତିରେ ବି ସେହି ଲାଭା ଗୁଡିକ ଶରୀରକୁ ଯାଇ ପରେ । କାରଣ ଏହି ଲାଭ ଗୁଡିକ ଏତେ ଛୋଟ ହୋଇଥାନ୍ତି କି ଆଖିକୁ ଦେଖା ବି ଯାଆନ୍ତି ନାହିଁ ।

ଯଦି ଆପଣ କୌଣସି ଫଳ କିମ୍ବା ପନିପରିବାକୁ ଭଲ ଭାବରେ ନ ଧୋଇ ଖାଇ ଦେଇଛନ୍ତି ତେବେ ତାହା ଦ୍ଵାରା ବି ଲାଭା ପାଟିକୁ ଯାଇ ପାରେ । ଯଦି ଆପଣ କୌଣସି ଖରାପ ସ୍ଥାନରୁ ପାଣି ପିଉଛନ୍ତି ଓ ତାକୁ ଗରମ ବି କରୁ ନାହାନ୍ତି ତେବେ ସେଥିରେ ଥିବା ଲାଭା ବି ଆପଣଙ୍କ ପେଟକୁ ଯାଇ ପାରେ । କୃମି ଆପଣଙ୍କ ଶରୀର ବିଭିନ୍ନ ପ୍ରକାରର ସମସ୍ଯା ବି ଉତ୍ପନ୍ନ କରି ପାରେ ।

ବେଳେ ବେଳେ କୃମି କାରଣରୁ ରକ୍ତ ହୀନତା ବି ଦେଖାଯାଏ ଓ ସେହିଭଳି ସ୍ଥିତିରେ ପିଲାମାନଙ୍କର ବୁଦ୍ଧିର ବିକାଶ ହୋଇ ନ ଥାଏ । ସେମାନଙ୍କର ଗ୍ରୋଥ ହୋଇ ନ ଥାଏ । ଏହିଭଳି ସ୍ଥିତିରେ ପିଲାମାନଙ୍କର ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *