ସ୍ତନରେ ବଥା ଓ ସଂକ୍ରମଣ ହେଲେ କଣ କରିବେ, କିପରି ନେବେ ସ୍ତନର ଯତ୍ନ ? Dr Smita Sarangi

ନମସ୍କାର ବନ୍ଧୁଗଣ ତେବେ ସ୍ତନ୍ୟପାନ ହେଉଛି ମାଆର ନିଜ ପିଲା ପାଇଁ ସର୍ବଶ୍ରେଷ୍ଠ ଏବଂ ଅମୂଲ୍ୟ ଦାନ । ମା’ର କଷକ୍ଷୀର ନବଜାତକ ପାଇଁ ପ୍ରଥମ ପ୍ରତିଷେଧକ ଟୀକା । ଶିଶୁ ଜନ୍ମ ହେବା ସଙ୍ଗେ ସଙ୍ଗେ ସନ୍ତ୍ୟପାନ କରାଇବା ନିହାତି ଜରୁରୀ । ଏହା ପିଲାକୁ ସୁସ୍ଥ, ନୀରୋଗ ରଖିବା ସହିତ ପିଲାର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କରାଏ । ଶିଶୁକୁ ପ୍ରଥମ ଛଅ ମାସ କେବଳ ମା’ କ୍ଷୀର ଖୁଆଇବା ଉଚିତ ।

ଛଅ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଖୁଆଇଲେ ପାଂଚବର୍ଷ ତଳକୁ ପିଲାମାନଙ୍କର ମୃତ୍ୟୁହାର ଶତକଡ଼ା ୧୩ ଭାଗ କମିଯାଏ ଏବଂ ଏହା ନବଜାତ ଶିଶୁ ମୃତ୍ୟୁହାର ରୋକିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ତେବେ ଅଧିକାଂଶ ମାଆମାନେ କହୁଛନ୍ତି ଯେ ତାଙ୍କର ଅଧିକ କ୍ଷୀର ହେଉନାହିଁ ପିଲାକୁ ଯଥେଷ୍ଟ କ୍ଷୀର ହେଉନାହିଁ । ତେବେ ଯଦି ପିଲା ଭଲ ଭାବରେ କ୍ଷୀର ଶୋଷି ଖାଉଛି, ଖାଇବା ପରେ ୨-୩ ଘଂଟା ଶୋଉଛି ୨୪ ଘଂଟା ଭିତରେ ୬-୮ ଥର ପରିସ୍ରା କରୁଛି ଏବଂ ଓଜନ ଠିକ୍‌ରେ ବଢ଼ୁଛି ତେବେ ପିଲାକୁ କ୍ଷୀର ଠିକ୍ ଯଥେଷ୍ଟ ହେଉଛି ।

ଏହା ସହିତ ମାଆ ମଧ୍ୟ ଅଧିକ ଖାଦ୍ୟ ଖାଇବେ ଅଧିକ ତରଳ ପଦାର୍ଥ ପିଇବେ । ଚିନ୍ତାରୁ ମୁକ୍ତ ରହି ସହଜ ବାତାବରଣରେ ସ୍ତନ୍ୟପାନ କରାଇବେ । ଦିନବେଳେ କିଛି ସମୟ ବିଶ୍ରାମ ନେବେ । ଦିନ ଓ ରାତିରେ ବାରମ୍ବାର ସ୍ତନ୍ୟପାନ କରାନ୍ତୁ । ୨୪ ଘଂଟା ଭିତରେ ଅତି କମ୍‌ରେ ୮ ଥର ସ୍ତନ୍ୟପାନ କରାନ୍ତୁ । ଗୋଟିଏ ସ୍ତନର ସମ୍ପୂର୍ଣ୍ଣ କ୍ଷୀର ସରିବା ପର୍ଯ୍ୟନ୍ତ ଶିଶୁକୁ ଖୁଆନ୍ତୁ ।

ତା’ପରେ ଅନ୍ୟ ସ୍ତନରୁ ଖୁଆଇବେ।ତେବେ ଶିଶୁର ଓଠରେ ମା’ ତା’ର ସ୍ତନାଗ୍ରକୁ ଛୁଆଁଇବା ଉଚିତ ଶିଶୁର ପାଟି ଭଲ ଭାବରେ ଖୋଲିଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ସଙ୍ଗେ ସଙ୍ଗେ ଶିଶୁର ମୁହଁକୁ ସ୍ତନାଗ୍ର ପାଖେ ରଖନ୍ତୁ ଯେପରିକି ଶିଶୁର ତଳଓଠ ସ୍ତନାଗ୍ର ତଳକୁ ରହିବ। ତେବେ ପ୍ରତି  ୨ ଘଂଟାରେ ଥରେ ସ୍ତନ୍ୟପାନ କରାଇବେ ।  ୨୪ ଘଂଟାରେ ଅତି କମ୍‌ରେ ୮ ଥର ସ୍ତନ୍ୟପାନ କରାନ୍ତୁ । ଦିନ ଓ ରାତିରେ ବାରମ୍ବାର ସ୍ତନ୍ୟପାନ କରାନ୍ତୁ ।

ଜାଣିରଖିବା ଉଚିତ, ରାତିରେ ସ୍ତନ୍ୟପାନ ନିହାତି ଜରୁରୀ । ଶିଶୁର ବିକାଶ ପାଇଁ ରାତିରେ ସ୍ତନ୍ୟପାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।  ତେବେ ଥଣ୍ଡା ହୋଇଥିଲେ ନାକ ରୁନ୍ଧି ହୋଇଯାଇଥାଏ । ଶିଶୁ ଠିକ୍‌ରେ କ୍ଷୀର ଶୋଷିପାରେ ନାହିଁ  ।  ନାକ ସଫା କରିଦେଇ ଖୁଆଇଲେ ସେ ଠିକ୍‌ରେ ଶୋଷି ପାରିବ । ଶିଶୁର ପାଟି ଭିତର ପଟ ଗାଲ, ପାଟି ଭିତର, ଜିଭରେ ଧଳାଦାଗ, କ୍ଷୀର ଛେନା ଛିଣ୍ଡିବା ଭଳି ବହଳ ଆସ୍ତରଣ ଦେଖାଯାଏ ।

ଉପଯୁକ୍ତ ଡାକ୍ତର ପରାମର୍ଶ କରି ଚିକିତ୍ସା କରାଇଲେ ଶିଶୁଟି ଠିକ୍‌ରେ କ୍ଷୀର ଖାଇପାରିବ । ମାଆ ସ୍ତନରେ ବଥ ଭୁଣ୍ଡିରେ ଘାଆ ବା ଫାଟ ହୋଇଥିଲେ ଶିଶୁକୁ କ୍ଷୀର ଖୁଆଇବାରେ କଷ୍ଟ ଅନୁଭୂତ ହୁଏ । ତା’ର ଉପଯୁକ୍ତ ଚିକିତ୍ସା କଲେ ଅବିଳମ୍ବେ ଶିଶୁ କ୍ଷୀର ଖାଇପାରିବ । ମାଆ ସ୍ତନର ଭୁଣ୍ଡି ଭିତରକୁ ପଶି ଯାଇଥିଲେ, ଶିଶୁ କ୍ଷୀର ଶୋଷିପାରେ ନାହିଁ । ଏହାକୁ ଠିକ୍‌ରେ ଚିକିତ୍ସା କରାଇ ଶିଶୁକୁ ମଧ୍ୟ କ୍ଷୀର ଖୁଆଇବାରେ ସାହାଯ୍ୟ କରିବା ନିହାତି ଜରୁରୀ ।

ଜୀବାଣୁ ସଂକ୍ରମଣ ମଧ୍ୟ ଅନ୍ୟ ଏକ ପ୍ରଧାନ ଓ ଗୁରୁତର କାରଣ । ଏହାର ଚିକିତ୍ସା ଖୁବ୍ ଶୀଘ୍ର କରିବାକୁ ପଡ଼େ । ତେବେ ନିଜ ସ୍ତନ ର ଆକାର ମଧ୍ୟ ଏହି ସମୟରେ ବୃଦ୍ଧି ହୋଇଥାଏ ।  ତେବେ ଗର୍ଭବତୀ ମହିଳାଙ୍କ ଶରୀର ସ୍ତନ୍ୟପାନ କରାଇବା ପାଇଁ ପ୍ରସ୍ତୁତ ହେବା ମାତ୍ରେ, ତାଙ୍କ ଶରୀରରେ ଥିବା କେତେକ ହରମୋନ୍ ଗୁପ୍ତ ହେବା ଆରମ୍ଭ କରେ ଯାହା ସ୍ତନର ସମ୍ବେଦନଶୀଳତା ବଢାଇଥାଏ ଏବଂ ସମ୍ଭବତ ସ୍ତନରେ ଯନ୍ତ୍ରଣା ମଧ୍ୟ କରିଥାଏ ।

ତେବେ ଗର୍ଭାବସ୍ଥାରେ ଅନେକ ମହିଳାଙ୍କ ସ୍ତନ ରୁ କ୍ଷୀର ବାହାରେ ଏବଂ ଏହା ପ୍ରାୟତ ଗର୍ଭାବସ୍ଥାର ଦ୍ୱିତୀୟ କିମ୍ବା ତୃତୀୟ ମାସିକରେ ଦେଖାଯାଏ। ସ୍ତନ ଲିକେଜ୍ ପ୍ରକୃତରେ ଆରମ୍ଭ ହୁଏ ଯେତେବେଳେ ମହିଳାଙ୍କ ସ୍ତନରେ କୋଲଷ୍ଟ୍ର୍ରମ୍ ଉତ୍ପନ୍ନ ହୁଏ । ଏହା ଏକ ମୋଟା ତରଳ ଯାହାକି ଜନ୍ମର ପ୍ରଥମ ଦିନରେ ଆପଣଙ୍କ ନବଜାତ ଶିଶୁକୁ ପୋଷଣ ଯୋଗାଇ ଥାଏ ।

ସ୍ତନ ଉପରେ ମାଲିସ୍ କରିବା କିମ୍ବା ଯୌନ ଉତ୍ପୀଡ଼ନ ହେତୁ ଏହି ତରଳ ପଦାର୍ଥ ବାହାରିଥାଏ ଯେଉଁଥିପାଇଁ ଗର୍ଭାବସ୍ଥାରେ ମହିଳାଙ୍କ ସ୍ତନରେ ପ୍ରବଳ ଯନ୍ତ୍ରଣା ହୁଏ ।  ତେବେ ନିଜ ସ୍ତନ ର ସଠିକ ଭାବରେ ଯତ୍ନ ନେବା ଆବଶ୍ୟକ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *