ସୋନାଲି ନନ୍ଦ ଓ ମୃତ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ବିଷୟରେ ଆପଣ ସମସ୍ତେ ସବୁକିଛି ଜାଣିଛନ୍ତି । ବର୍ତ୍ତମାନ ଏହି ଦୁଇ ନାଁ ସହ ଜଡିତ ଏକ ଏହିଭଳି ଘଟଣା ଘଟି ଯାଇଛି ଯାହା ବିଷୟରେ କେହି ବି କଳ୍ପନା କରି ନ ଥିବେ । କହିବାକୁ ଗଲେ କିଛି ଲୋକମାନେ ସୋନାଲି ଓ ସୌମ୍ୟଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବେ ବୋଲି କହି ଏକ ଯୁବତୀକୁ ସୋନାଲି ନନ୍ଦର ରୋଲ ଅଫର ଦେଲେ । ଏହି କଥା ଜାଣିବା ପରେ ଯୁବତୀ ଜଣକ ଅଭିନୟ କରିବା ପାଇଁ ରାଜି ମଧ୍ୟ ହୋଇ ଯାଇ ଥିଲେ ।
ଭୁବନେଶ୍ଵର ଭରତପୁର ଅଞ୍ଚଳରେ ଦିନରେ ସୁଟିଂ ଆରମ୍ଭ ହୋଇଥିଲା । କିନ୍ତୁ ରାତିରେ ଯୁବତୀ ସହ ଦୁଷ୍କର୍ମ କରିଲେ । ଯାହା ବିଷୟରେ ଯୁବତୀ ଜଣକ କେବେ ବି ଚିନ୍ତା କରି ନ ଥିଲେ କି ସୁଟିଂ କହି ତାଙ୍କ ସହିତ ଏହିଭଳି କିଛି ଘଟିଯିବ । ପୀଡ଼ିତା ଯୁବତୀ ଜଣକ ଗଣମାଧ୍ୟମକୁ କହିଲେ କି ମୁଁ ଜଣେ ଜୁନିୟର ଆର୍ଟିଷ୍ଟ । ସହ କଳାକାର ରୂପରେ ଅଭିନୟ କରେ ।
ମୋତେ ସେମାନେ ପ୍ରଥମେ ସୋନାଲି ନନ୍ଦର ଅଭିନୟ କରିବା ପାଇଁ କହିଲେ ଓ ମୁଁ ତାଙ୍କୁ ଏହି କ୍ୟାରେକ୍ଟର ବିଷୟରେ ପଚାରିଲି । ସେ ମୋତେ କହିଲେ କି ସୋନାଲିର ଲାଇଫରେ ଯାହା ସବୁ ଘଟିଛି ସେ ସବୁ ହବ । ଏହା ପରେ ସେ ଆସି ମୋତେ ନେଇ ଗଲେ । ସେଠି ମୋତେ କହିଲେ କି ତମର ପ୍ରଥମ ସୁଟିଂ ମନ୍ଦିରରେ ବାହାଘର ଅଛି ।
ମନ୍ଦିରରେ ବାହାଘର ସୁଟିଂ ହେଲା ପରେ ମୋତେ ଲାଗିଲା କି ହଁ ସେ ସତରେ ମୋତେ ସୁଟିଂକୁ ଆଣିଛନ୍ତି । ସେମାନେ ମୋତେ ବିଷ୍ଣୁ ଭାଇ ବୋଲି ଜଣେ ଅଛନ୍ତି ତାଙ୍କ ରୁମକୁ ନେଇ ଗଲେ ଓ ସେଠି ଆମେ ସମସ୍ତ ଖାଇଲୁ । ଶେଷରେ ସମସ୍ତେ ଚାଲି ଗଲେ ଓ ମୁଁ ଏକୁଟିଆ ରୁମକୁ ବନ୍ଦ କରି ରହିଲି । ଦଶ ମିନିଟ ପରେ ସୂର୍ଯ୍ୟ ଭାଇ ନାମକ ଜଣେ ବ୍ୟକ୍ତି ମୋ ରୁମକୁ ଆସିଲେ ଓ ମୋତେ କହିଲେ କି କିଡନାପ ସିନ ଅଛି ଓ ମୋତେ ବହୁତ ଜୋରରେ ହାତ ଗୋଡ ବାନ୍ଧି ପକାଇ ଦେଲେ ।
ମୁଁ ଯେତେବେଳେ କହିଲି କି ମୋର ହାତ ଗୋଡ ଏତେ ଜୋର କାହିଁକି ବାନ୍ଧୁଛ । ତେବେ ମୋତେ କହିଲେ କି ଯଦି ତୁମେ ପାଟି କରିବ ତେବେ ତୋର ଅବସ୍ଥା ଏମିତି ଖରାପ କରିବି ତୁ ଜୀବନରେ କେବେ ବି କାହା ସାମ୍ନାରେ ମୁହଁ ଦେଖାଇବା ପାଇଁ ଇଚ୍ଛା କରିବ ନାହିଁ । ଏହା ପରେ ମୋତେ ବହୁତ ବାଡିଲେ । ଫେବିକୁଇକ ଅଠା ମୋ ମୁହଁ ଓ ଶରୀରରେ ମାରି ଦେଲେ, ଯେଉଁ କାରଣରୁ ମୋତେ ବହୁତ ପୋଡା ହେଲା ।
ଏତିକି ନୁହେଁ ସେମାନେ ମୋତେ ବହୁତ ମାରିଛନ୍ତି । ରାତି ସାରା ୭ ରୁ ୮ ଥର ଦୁଷ୍କର୍ମ କରିଛନ୍ତି । ବିଷ୍ଣୁ ଯିଏକି ମୋତେ ସୁଟିଂକୁ ଡାକିଛି ଓ ସୁରଜ ବିଶ୍ଵାଳ ଯିଏକି ମୋ ସହିତ ହିରୋ ଥିଲା ।କହିଦେଉଛୁ କି ଯୁବତୀ ଜଣକ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ଓ ଅପରାଧୀଙ୍କୁ ଧରିବା ପାଇଁ ଯୁବତୀ ଜଣକ ପୋଲିସକୁ ଅନୁରୋଧ କରିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।