ସାର୍ଥକ ଟିଭି ସିରିଏଲ ରେ ଅଭିନୟ କରୁଥିବା ଏହି ହିରୋଇନ ମାନଙ୍କ ଦରମ କେତେ ? ଦେଖନ୍ତୁ କିଏ ନିଏ ସବୁଠୁ ଅଧିକ ଫୀସ ?

ପୂର୍ବେ ଅଭିନୟ ଦୁନିଆରେ କାମ କରୁଥିବା କଳାକାରମାନଙ୍କ ବିଷୟରେ ବହୁତ କମ ଜାଣିବାକୁ ପାଉଥିଲେ । କେବଳ ସେମାନଙ୍କର ଫିଲ୍ମ କିମ୍ବା ଆଲବମ ରିଲିଜ ହେଲେ ହିଁ ଦର୍ଶକମାନେ ତାଙ୍କୁ ଦେଖି ପାରୁଥିଲେ । ଏହା ସହିତ ପୂର୍ବେ କଳାକାରମାନଙ୍କୁ ବହୁତ କମ ପାରିଶ୍ରମିକ ଦିଆ ଯାଉ ଥିଲା । କିନ୍ତୁ ବର୍ତ୍ତମାନ କିଛି କଳାକାରମାନଙ୍କୁ ଏତେ ପାରିଶ୍ରମିକ ଦିଆ ଯାଉଛି ଯାହା ବିଷୟରେ ଆପଣ କଳ୍ପନା ବି କରି ନ ଥିବେ । ଆଜି ଆମେ ଆପଣଙ୍କୁ ସାର୍ଥକ ଟିଭି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀମାନଙ୍କୁ କେତେ ପାରିଶ୍ରମିକ ଦିଆଯାଏ ସେହି ବିଷୟରେ କହିବୁ ।

ତୃପ୍ତି ମିରାମ୍ବିକା- ଅଭିନେତ୍ରୀ ତୃପ୍ତି ମିରାମ୍ବିକାଙ୍କୁ ଆପଣ ସାର୍ଥକ ଟିଭିର ସିରିଏଲ ମହାଦେବୀରେ ଦେଖିଥିବେ । ଏହି ସିରିଏଲରେ ଶ୍ରୀ ଭୂମିକାରେ ନଜର ଆସନ୍ତି । କହିଦେଉଛୁ କି ତୃପ୍ତି ଗୋଟିଏ ଦିନରେ ସିରିଏଲର ଶୁଟିଙ୍ଗ ପାଇଁ ୩୫୦୦ ଟଙ୍କା ନେଇଥାନ୍ତି । ତୃପ୍ତି ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଅଭିନୟ ବି ସେତିକି ଦମଦାର ।

ଅର୍ପିତା କର

ମହାଦେବୀ ସିରିଏଲରେ ଅଭିନୟ କରୁଥିବା ଅର୍ପିତା କର ଏହି ସିରିଏଲରେ ଦେବୀ ଭୂମିକାରେ ନଜର ଆସନ୍ତି । କହିଦେଉଛୁ କି ଅର୍ପିତା କର ଚୂଳବୁଲି ନାୟିକା ଅଟନ୍ତି । ସେ ନିଜର ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କର ପସନ୍ଦିତା ଅଭିନେତ୍ରୀ ହୋଇ ଯାଇଛନ୍ତି । କହିଦେଉଛୁ କି ଅର୍ପିତା କର ଗୋଟିଏ ଦିନର ଶୁଟିଙ୍ଗ ପାଇଁ ୪୦୦୦ ଟଙ୍କା ଚାର୍ଜ କରିଥାନ୍ତି ।

ଅନନ୍ୟା ଦାସ

ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ଦିବ୍ୟଦ୍ରୁଷ୍ଟିରେ ଅନନ୍ୟା ଦ୍ରୁଷ୍ଟି ଭୁନିକାରେ ନଜର ଆସନ୍ତି । ଅନନ୍ୟା ଏହି ସିରିଏଲରେ ଜଣେ ସଂସ୍କାରୀ ବୋହୁ ରୂପରେ ନଜର ଆସନ୍ତି ଓ ଏହି ଲୁକ କାରଣରୁ ସେ ଦର୍ଶକମାନଙ୍କର ହୃଦୟ ଜିତି ନେଇଛନ୍ତି । କହିଦେଉଛୁ କି ଅନନ୍ୟା ଗୋଟିଏ ଦିନ ସିରିଏଲର ଶୁଟିଙ୍ଗ ପାଇଁ ୫୦୦୦ ଟଙ୍କା ନିଅନ୍ତି ।

ଲିପ୍ସା ମିଶ୍ର

ଲିପ୍ସା ମିଶ୍ର ହେୟ ପ୍ରଭୁ ସିରିଏଲରେ କୁହୁ ଭୂମିକାରେ ନଜର ଆସନ୍ତି । କହିଦେଉଛୁ କି ଲିପ୍ସା ମିଶ୍ର ଜଣେ ଚର୍ଚିତ ଅଭିନେତ୍ରୀ ଅଟନ୍ତି ଓ ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ଫଲୋର୍ସ ଅଛନ୍ତି । ଲିପ୍ସା ଗୋଟିଏ ଦିନର ଶୁଟିଙ୍ଗ ପାଇଁ ସବୁଠୁ ଅଧିକ ଚାର୍ଜ କରିଥାନ୍ତି । ଲିପ୍ସା ଗୋଟିଏ ଦିନର ସିରିଏଲ ଶୁଟିଙ୍ଗ ପାଇଁ ୮୦୦୦ ଟଙ୍କା ନିଅନ୍ତି ।

ଜେସୀ ସାମଲ

ସାର୍ଥକ ଟିଭିର ସବୁଠୁ ପପୁଲାର ଶୋ ମଧ୍ୟରେ ସାମିଲ ଥିବା ଜୀବନସାଥି ସିରିଏଲରେ ଜେସୀ ସାମଲ ଭକ୍ତି ଭୂମିକାରେ ନଜର ଆସନ୍ତି । ସେ ଏହି ସିରିଏଲର ଲିଡ ଅଭିନେତ୍ରୀ ଅଟନ୍ତି । ସେଥିପାଇଁ ସେ ସିରିଏଲ ପାଇଁ ସବୁଠୁ ଅଧିକ ଟଙ୍କା ନେଇଥାନ୍ତି । ସେ ଗୋଟିଏ ଦିନର ଶୁଟିଙ୍ଗ ପାଇଁ ୯୦୦୦ ଟଙ୍କା ନେଇଥାନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *