ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ଅନିୟନ୍ତ୍ରିତ ଜୀଵନ ଶୈଳୀ ଯୋଗୁଁ ଅନେକ ସମସ୍ୟା ଦେଖା ଦେଉଛି ତେବେ ପିସିଓ ଏସ ସମସ୍ୟା ଏହା ଭିତରୁ ଅନ୍ୟତମ । ତେବେ ମହିଳା ମାନଙ୍କ ର ଋତୁସ୍ରାବ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ। ଯେଉଁଥିରେ ମହିଳା ମାନଙ୍କ ର ଅପରିଷ୍କାର ରକ୍ତ ନିଷ୍କାସିତ ହୋଇଥାଏ । ଏହା ଦ୍ୱାରା ସେମାନଙ୍କ ଶରୀର ସୁସ୍ଥ ରହିବା ସହ ସେମାନଙ୍କ ଗର୍ଭାଶୟ ସୁରକ୍ଷିତ ରହିଥାଏ ।
ଋତୁସ୍ରାବ ସମୟରେ ମହିଳା ମାନଙ୍କ ଦେହରୁ ଅଧିକ ରକ୍ତ ନିଷ୍କାସିତ ହେବା ଫଳରେ ସେମାନଙ୍କ ଶରୀର ଦୁର୍ବଳ ଲାଗିବା ସହ ଭିନ୍ନ ଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ । ସେଥିପାଇଁ ଏହି ସମୟରେ ମହିଳା ମାନଂକୁ ବିଶ୍ରାମ କରିବା ପାଇଁ କୁହାଯାଏ ଏବଂ କିଛି କାମ ପାଇଁ ବାରଣ ମଧ୍ୟ କରାଯାଏ । ନଚେତ ଏହା ଦ୍ୱାରା ସେମାନଙ୍କ ଶରୀର ଉପରେ ଅନେକ ଖରାପ ପ୍ରଭାବ ପଡ଼ିଥାଏ । ପ୍ରତ୍ୟେକ ମାସ ରେ ମହିଳା ମାନଙ୍କ ପାଇଁ ଏକ ଏଭଳି ସମୟ ଆସିଥାଏ ଯାହା ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ ।
ତେବେ କିଛି ଝିଅ ଙ୍କୁ ପିରିୟଡ଼ ହୁଏ ନାହିଁ ଏହାକୁ ପିସିଓଏସ କୁହାଯାଏ ଏବଂ ଏହା ମଧ୍ୟ ଏକ ଚିନ୍ତା ଜନକ ବିଷୟ ଅଟେ ତେବେ ଏହାର କାରଣ କଣ ଆସନ୍ତୁ ଜାଣିନେବା । ତେବେ ପ୍ରଥମେ ପିସିଓଏସ କଣ ଜାଣିନେବା ଏହାର ଅର୍ଥ ପଲିସିଷ୍ଟିକ ଓଭାରୀ ସିଣ୍ଡ୍ରୋମ ।
ଏଥିରେ ମହିଳା ମାନଙ୍କ ଶରୀର ସାମାନ୍ୟ ରୁ ଟିକେ ଅଧିକ ହରମନ୍ସ ବନାଇ ଥାଏ । ହରମନ୍ସ ର ଏହି ଅସୁନ୍ତଳ ଯୋଗୁଁ ହିଁ ନିୟମିତ ଭାବେ ପିରିୟଡ଼ ହୋଇ ନଥାଏ । ଏହା ଅଧିକାଂଶ ୨୦ ବର୍ଷ ଏବଂ ୩୦ ବର୍ଷ ରେ ଅଧିକ ଦେଖା ଦେଇଥାଏ । ଏହାର ଲକ୍ଷଣ ହେଉଛି ଅନିୟମିତତା ଭାବେ ମାସିକ ଚକ୍ର ହେବା ।
ଅଧିକ ଓଜନ ବଢିବା ମଧ୍ୟ ଏହି ସମସ୍ୟା ର କାରଣ ହୋଇ ପାରେ। କେଶ ଝଡ଼ିବା, ଥକି ଯିବା,ସ୍ଵଭାଵ ରେ ଅଚାନକ ପରିବର୍ତ୍ତନ ହେବା,ଆଦି ଏହାର ଲକ୍ଷଣ ଥାଏ । ଯଦି ଏହି କାରଣ ଯୋଗୁଁ ଆପଣ ଙ୍କୁ ଗର୍ଭବତୀ ହେବା ରେ ସମସ୍ୟା ଦେଖା ଦେଉଛି ତେବେ ଆପଣ ଆଇ ବି ଏଫ ଦ୍ୱାରା ଚିକିତ୍ସିତ ହୋଇ ପାରିବେ।
ତେବେ ଏହାକୁ ରୋକିବା ପାଇଁ ଆପଣ ନିଜ ଜୀଵନ ଶୈଳୀ କୁ ବଦଳାଇବା କୁ ପଡିବ। ନାଚ,ଖେଳ କୁଦ,ବ୍ୟାୟାମ ଆଦି ଶାରୀରିକ ପରିଶ୍ରମ କରିବାକୁ ପଡିବ । ଏହା ଛଡା ନିଜ ଖାଦ୍ୟ ରେ ମଧ୍ୟ କିଛି ପରିବର୍ତ୍ତନ ଆଣିବାକୁ ପଡିବ ଯେପରି ନିଶାଦ୍ରବ୍ୟ ରୁ ଦୁରେଇ ରହିବା, କ୍ଷୀର, ଦହି, ସବୁଜ ପନିପରିବା, ଅଣ୍ଡା, ମାଛ, ଆଦି ର ସେବନ କରିବା ଏବଂ ରାତି ଅନିଦ୍ରା ହେବା ନାହିଁ ।
ଏହା ଛଡା ଡାକ୍ତର ଙ୍କ ଅନୁସାରେ ଓବ୍ୟୁଲେଶନ ଇଣ୍ଡକ୍ସନ ଦ୍ୱାରା ମଧ୍ୟ ଏହାର ଉପଚାର କରି ହେବ।ତେବେ ଆପଣ ମଧ୍ୟ ଅଳସୁଆ ନୀତି ଛାଡି ସର୍ଵଦା ଆକ୍ଟିଭ ରୁହନ୍ତୁ କାର୍ଯ୍ୟ କରନ୍ତୁ ଏବଂ ଠିକ ସମୟରେ ନିଜର ଖାଇବା ପିଇବା ଏବଂ ଶୋଇବାର ଧ୍ୟାନ ମଧ୍ୟ ଦିଅନ୍ତୁ।ଏହା ଦ୍ୱାରା ହିଁ ଆପଣ ଏହି ପିସିଓଏସ ରୁ ମୁକ୍ତି ପାଇଁ ପାରିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।