ଅର୍ଶ (Piles) ଓ କୋଷ୍ଠ କାଠିନ୍ୟରୁ କିପରି ପାଇବେ ମୁକ୍ତି ? Dr Narahari Panda

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଖରାପ ଜୀଵନ ଶୈଳୀ ଯୋଗୁଁ ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଅର୍ଶ ଭଳି ସମସ୍ୟା ଦେଖିବାକୁ ମିଳୁଛି।ଅର୍ଶ ହେବାର ଅନେକ ଗୁଡ଼ିଏ କାରଣ ରହିଛି । କିନ୍ତୁ ଏହାର ପ୍ରମୁଖ କାରଣ ହେଉଛି ଗ୍ୟାସ ରେ ପୀଡ଼ିତ ହେବା, ଖାଦ୍ୟ ସଠିକ ଭାବରେ ପାଚନ ନହେବା ଏବଂ ସକାଳୁ ଠିକ ଭାବରେ ପେଟ ଖାଲି ନହେବା ଦ୍ଵାରା ଏହି ସମସ୍ୟା ଦେଖିବାକୁ ମିଳିଥାଏ  ।

ଯେଉଁ ବ୍ୟକ୍ତି ମାନେ ସର୍ବଦା ବସିକରି କାର୍ଯ୍ୟ କରିଥାନ୍ତି ସେହି ବ୍ୟକ୍ତି ମାନଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଯାଇଥାଏ । ଅଧିକ ମୋଟା ଥିବା ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ଏହି ରୋଗ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ ।  ଏହା ଛଡା ବର୍ତ୍ତମାନ କୋଷ୍ଠ କାଠିନ୍ୟ ମଧ୍ୟ ଦେଖା ଯାଉଛି। ତେବେ ଝାଡା କ୍ଲିଅର ନ ହେବାକୁ କୋଷ୍ଠ କାଠିନ୍ୟ କୁହନ୍ତି। ଏହା ବିଭିନ୍ନ ପ୍ରକାର ରୋଗର ଲକ୍ଷଣ ହୋଇପାରେ।

ଏହା ଦେଖିବା ଜରୁରୀ ଯେ କେଉଁ ବୟସରେ କୋଷ୍ଠକାଠିନ୍ୟ ହେଉଛି।ଛୋଟ ପିଲାଙ୍କ ଠାରେ ମଧ୍ୟ ଏହି ରୋଗ ଦେଖାଦେଇପାରେ କାରଣ ସେମାନେ ପାଣି କମ ପିଅନ୍ତି ଏବଂ ତନ୍ତୁ ଜାତୀୟ ଖାଦ୍ୟ କମ ଖାଆନ୍ତି । ଏବଂ ମହିଳା ମାନଙ୍କ ଠାରେ ମଧ୍ୟ ଏହି ରୋଗ ଦେଖା ଦେଇପାରେ ।

ତେବେ ସୁସ୍ଥ ଜୀଵନ ଶୈଳୀ ବିତାଇବା ଦ୍ୱାରା ଏହି ରୋଗ ଗୁଡିକ କୁ ନିୟନ୍ତ୍ରଣ ରେ ରଖି ପାରିବା ତେବେ ଏହାର କୌଣସି ଔଷଧ ନାହିଁ ଏହା ପାଇଁ ଅପରେସନ ର ଆବଶ୍ୟକତା ରହିଛି। ତେବେ ଦୁଇ ପ୍ରକାର ଶୈଳୀ ରେ ଏହି ଅର୍ଶ କୁ ବାହାର କରା ଯାଇଥାଏ । ପ୍ରଥମରେ ଡ଼ାଇରେକ୍ଟ କାଟି ଦେଇ ଏବଂ ଦ୍ଵିତୀୟ ଲେଜର ର ସାହାର୍ୟ୍ଯ ନେଇ ଏହି ଚେର କୁ କାଢି ଦିଆ ତେବେ କିଛି ଲୋକ ଅପରେସନ କରିବା ପାଇଁ ଭୟ ମଧ୍ୟ କରିଥାନ୍ତି ।

ତେବେ ଯେତେବେଳେ ଆପଣଙ୍କ ଝାଡା ରେ ବହୁତ ବ୍ଲଡ଼ ପଡିବ ସେତେବେଳେ ଆପଣଙ୍କ ଶରୀରର ରେ ରକ୍ତ ହୀନତା ଭଳି ସମସ୍ୟା ମଧ୍ୟ ଦେଖା ଯାଇଥାଏ ଯାହା କି ଭଲ ଲକ୍ଷଣ ନୁହେଁ। ତେଣୁ ଏହି ଅର୍ଶ କୁ ନିୟନ୍ତ୍ରଣ ରେ ରଖିବା ନିହାତି ଆବଶ୍ୟକ ଅଟେ ।

ସେଥିପାଇଁ ଆପଣ ଙ୍କୁ ନିଜ ଖାଦ୍ୟପେୟ ର ବହୁତ ଯତ୍ନ ନେବାକୁ ପଡିବ। ଫାଇବର ଯୁକ୍ତ ଖାଦ୍ୟ ଖାଇବା ଉଚିତ ହୋଇଥାଏ । ଏହା ଦ୍ୱାରା ଆପଣଙ୍କ ଖାଦ୍ୟ ଠିକ ଭାବରେ ହଜମ ହୋଇ ଯାଇଥାଏ ଏବଂ ଆପଣଂକୁ କୌଣସି ଅସୁବିଧା ମଧ୍ୟ ହେବ ନାହିଁ । ତେବେ କୋଷ୍ଠକାଠିନ୍ୟ ପାଇଁ ହୃଦୟ ଜନିତ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।  ତେଣୁ ସେଥିପାଇଁ ଆପଣ ମସଲା ଯୁକ୍ତ ଖାଦ୍ୟ,ଫାଷ୍ଟ ଫୁଡ଼, ଆମିଷ, ଏହି ଭଳି ଖାଦ୍ୟ ଖାଇବା ଉଚିତ ନୁହେଁ ଏହା ଠାରୁ ଦୂରେଇ ରହିବା ଉଚିତ ।

ଏହା ଦ୍ୱାରା ଆମେ ଅର୍ଶ କୁ ନିୟନ୍ତ୍ରଣ ରେ ରଖି ପାରିବ ଏବଂ ଏହା ସହ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଏବଂ ଯୋଗ ବ୍ୟାୟାମ ମଧ୍ୟ କରନ୍ତୁ ଏହା ଦ୍ୱାରା ମଧ୍ୟ ଶରୀରର ରେ ସକରାତ୍ମକ ଉର୍ଜା ଆସିଥାଏ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *