ପିଲାଙ୍କ ଫୋନ୍‌ ନିଶା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ କଣ କରିବେ ? Dr Nirmal Kumar Mohakud

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆରେ ବହୁତ କିଛି ଜିନିଷର ବିକାଶ ଘଟିଛି । ଆଗ କାଳରେ ଦୁନିଆ ଏତେ ଆଡଭାନ୍ସ ନଥିଲା ହେଲେ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସବୁ କିଛି ସମ୍ଭବ ହୋଇ ପାରୁଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଛୋଟ ପିଲା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ବର୍ତ୍ତମାନର ସମୟରେ ଅନେକ ଛୋଟ ପିଲା ମୋବାଇଲ ଓ କମ୍ପୁଟରର ବ୍ୟବହାର କରୁଛନ୍ତି ।

ଆଗ କାଳରେ ଛୋଟ ଛୁଆ ମାନେ ଚଷମା ପିନ୍ଧୁ ନଥିଲେ ହେଲେ ଏବେ ବହୁତ କମ ବର୍ଷ ବୟସରେ ପିଲା ମାନେ ଚଷମା ପିନ୍ଧୁ ଛନ୍ତି ଓ ଏହାର କାରଣ କଣ ଆପଣ ମାନେ ଜାଣି ଥିବେ । ପିଲା ମାନଙ୍କର ଶାରୀରିକ ବିକାଶ, ମାନସିକ ବିକାଶ ଏବଂ ବୌଧିକ ବିକାଶ ଠିକ ଭାବରେ ହେବା ଉଚିତ । ହେଲେ ବାପା ମା ମାନସିକ ବିକାଶକୁ ଅଧିକ ଧ୍ୟାନ ଦେଉ ନାହାନ୍ତି । ଆଉ ଶାରୀରିକ ବିକାଶଟି ପିଲା ମାନଙ୍କର ହେଉଛି କାରଣ ପିଲା ଖାଦ୍ୟ ଖାଇଲେ ବଢିବ ।

ହେଲେ ବର୍ତ୍ତମାନର ସମୟରେ ପ୍ରତ୍ୟକ ମା ବାପା ନିଜ ଛୁଆ ମାନଙ୍କ ହାତରେ ମୋବାଇଲ ଧରାଇ ଦେଉଛନ୍ତି କାରଣ ମୋବାଇଲ ଦେଖୁ ଛୁଆଟି ଖାଦ୍ୟ ଖାଉଛି ଓ ଗୋଟେ ଜାଗାରେ ସ୍ତିର ହୋଇ ବସୁଛି । ହେଲେ ଏଥିରେ ବୌଧିକ ବିକାଶ ମୂଳରୁ ନାହିଁ । ଛୋଟ ଛୁଆ ମାନେ ସାମାଜିକ ଦ୍ରୁଷ୍ଟିରୁ, କଣ କରିବା ଦରକାର, ଗୁରୁଜନ ମାନଙ୍କୁ କିଭଳି ସମ୍ମାନ ଦେବା ଦରକାର ଓ ବାପା ମାଙ୍କୁ କେମିତି ପ୍ରଣାମ କରିବା ଦରକାର ଜାଣି ନାହାନ୍ତି ।

ଯଦି ଛୁଆଟି ମୋବାଇଲ ସ୍କ୍ରିନ ଭିତରେ ପଶି ରହିଯିବ ତା ହେଲେ ତାର ବୌଧିକ ବିକାଶ ହେବ କେମିତି । ସେ ଏତେ ବଡ ସୋସାଇଟିରେ ରହିବ କେମିତି । ବୌଧିକ ବିକାଶ ନହେଲେ ପିଲା ମାନେ ଟିକେ ଟିକେ କଥାରେ ରାଗିଯିବେ, କାହାର କଥା ଶୁଣିବେ ନାହିଁ, ତାଙ୍କ ମନରେ ଯାହା ଆସିବ ସେମାନେ ତାହା କରିବେ ଏଣିକି ତାହା ଠିକ ଥାଉ ବା ଭୁଲ ।

ବନ୍ଧୁଗଣ ପିଲା ମାନଙ୍କୁ ଅତି କମ ବର୍ଷ ବୟସରେ ମୋବାଇଲ ନିଶା ଘାରୁଛି । ସେମାନେ ଗେମ ଖେଳୁଛନ୍ତି କାର୍ଟୁନ ଦେଖୁଛନ୍ତି ଯାହାଫଳରେ ସେମାନେ ନିଜ ଦୁନିଆରେ ରହୁଛନ୍ତି । ବର୍ତ୍ତମାନ ଏମିତି ଅନେକ ଖବର ମଧ୍ୟ ଆସୁଛି କେତେକ ପିଲା ଗେମରେ ନିଜ ବାପା ମାଙ୍କ ଟଙ୍କା ଖର୍ଚ୍ଚ କରୁଛନ୍ତି ତ କେତେକ ପିଲା ଗେମ ଖେଳିବା ପାଇଁ ନିଜ ପରିଜନ ମାନଙ୍କ ହତ୍ୟା ବି କରୁଛନ୍ତି ।

ତେଣୁ ବନ୍ଧୁଗଣ ପ୍ରଥମେ ବାପା ମାଙ୍କୁ ସୁଧୁରିବାକୁ ପଡିବ ଓ ନିଜ ପିଲା ମାନଙ୍କୁ ପ୍ରତି ଧ୍ୟାନ ରଖିବାକୁ ପଡିବ । ଆପଣ ମାନେ ସେମାନଙ୍କୁ ମୋବାଇଲ ଫୋନ ଠାରୁ ଦୂରେଇ ରଖନ୍ତୁ । ଛୁଆକୁ ଅନ୍ୟ ପିଲା ମାନଙ୍କ ସହ କ୍ରିକେଟ, ଫୁଟବଲ ଓ ଅନ୍ୟାନ୍ୟ ଖେଳ ଖେଳିବା ପାଇଁ କୁହନ୍ତି । ବନ୍ଧୁଗଣ ଆପଣ ମାନେ ନିଜ ପିଲାଙ୍କ ସହ ସମୟ ବିତାନ୍ତୁ । ଏହା ଦ୍ଵାରା ପିଲା ମାନଙ୍କର ମାନସିକ ବିକାଶ, ଶାରୀରିକ ବିକାଶ ଓ ବୌଧିକ ବିକାଶ ହୋଇଯିବ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *