ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଜାଣିବା କି ଡେଲିବରୀ ର କେତେ ଦିନ ପରେ ଆମେ ସମ୍ପର୍କ ରଖିପାରିବା ଏବଂ ଏହା କରିବା ସମୟରେ ଆମକୁ କଣ ସାବଧାନତା ଅବଲମ୍ବନ କରିବାକୁ ପଡିବ । ତେବେ ଯେତେବେଳେ ଡେଲିବରୀ ହୋଇଯାଏ ସେତେବେଳେ ଜଣେ ମହିଳା ଶାରୀରିକ ଏବଂ ମାନସିକ ସ୍ତର ରେ ବହୁତ ଡିଷ୍ଟର୍ବ ରହିଥାଏ । କାରଣ ରାତିର ନିଦ ଖରାପ ହୋଇଯାଏ, ଶରୀର ବିନ୍ଧା ହୁଏ, ପିଠି ଆଣ୍ଠୁ ମଧ୍ୟ ବିନ୍ଧା ହୋଇଥାଏ, ତେବେ ଏହି ସବୁ କାରଣ ଯୋଗୁଁ ମହିଳା ମାନେ ସମ୍ପର୍କ ରଖିବାକୁ ଇଛା କରନ୍ତି ନାହିଁ ।
ତେବେ ସେତେବେଳେ ପୁରୁଷ ମାନେ ମଧ୍ୟ ତାଙ୍କର ଏହି ସବୁ କଥା କୁ ବୁଝିବାକୁ ପଡ଼ିବ ଏବଂ ତାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ ସହ ସମ୍ପର୍କ ରଖି ପାରିବେ ନାହିଁ କିମ୍ବା ରଖିବା ମଧ୍ୟ ଉଚିତ ନୁହେଁ । ତେବେ ଯେତେବେଳେ ଆମର ନର୍ମଲ ଡେଲିବରୀ ହୁଏ ସେତେବେଳେ ଆମ ଯଓନି ରେ ଘାଆ କିମ୍ବା ମାର୍କ ମଧ୍ୟ ରହିଯାଏ କିମ୍ବା ଷ୍ଟିଚ ରହିଥାଏ । ଛୁଆ ର ମୁଣ୍ଡ କୁ ବାହାର କରିବା ପାଇଁ ଏହି କଣା କରିବାକୁ ପଡ଼ିଥାଏ । ତେଣୁ ସେହି ସ୍ଥାନରେ ଏହି ଷ୍ଟିଚ ରହି ଯାଇଥାଏ ।
ତେବେ ଯଦି ଘରେ ଡେଲିବରୀ ତେବେ ସେତେବେଳେ ଯଓନି ର ତଳ ଅଂଶ ଫାଟି ଯାଇଥାଏ । ଯଦି ଅପରେସନ କରାଯାଏ ତେବେ ପେଟକୁ କାଟିବାକୁ ପଡେ ଏବଂ ସେଠାରେ ମଧ୍ୟ ଷ୍ଟିଚ ର ମାର୍କ ରହିଥାଏ । ଏହି ସବୁ ଷ୍ଟିଚ କୁ ଫିଲ କିମ୍ବା ଭଲ ହେବା ପାଇଁ ଟିକେ ସମୟ ଦରକାର ହୋଇଥାଏ । ତାହା ୧୫ ଦିନ ହୋଇଥାଏ କିମ୍ବା ଏକ ମାସ ପର୍ଯ୍ୟନ୍ତ ମଧ୍ୟ ସମୟ ଲାଗିଥାଏ ।
ତେବେ ଡେଲିବରୀ ପରେ ଆପଣଙ୍କ ଯଓନି ରୁ ଏକ ଶ୍ରାବ ବାହାରିଥାଏ ଯାହା ଧୀରେ ଧୀରେ ରଙ୍ଗ ମଧ୍ୟ ବଦଳିଥାଏ । ତେବେ ଏହା ସାଧାରଣ କଥା । ତେବେ ପ୍ରଥମ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହା ନାଲି ରଙ୍ଗର ହୋଇଥାଏ ଏବଂ ଏହାକୁ ଲୋକିଆ ରୁବ୍ରା କୁହାଯାଏ ଏବଂ ଦଶ ଦିନ ପର୍ଯ୍ୟନ୍ତ ଲୋକିଆ ସେରୋସା କୁହାଯାଏ ତେବେ ଏହି ସମୟରେ ହଳଦିଆ ରଙ୍ଗର ହୋଇଥାଏ । ତେବେ ଦଶ ରୁ ପନ୍ଦର ଦିନ ପରେ ଏହି ଶ୍ରାବ ଧଳା ରଙ୍ଗର ହୋଇଥାଏ ଏହାକୁ ଲୋକିଆ ଆଲବା କୁହାଯାଏ ।
ତେବେ ଏହି ସମୟରେ ଆମ ଗର୍ଭାଶୟ ର ହିଲଙ୍ଗ ଜାରି ରହିଥାଏ ଯେତେବେଳେ ଆପଣ ଗର୍ଭବତୀ ଥାଆନ୍ତି ସେତେବେଳେ ତାହା ଫୁଲି ଯାଏ ଏବଂ ଡେଲିବରୀ ଏହା ଧୀରେ ଧୀରେ କମିବାକୁ ଲାଗିଥାଏ । ତେବେ ଡେଲିବରୀ ପରେ ଚାରି ରୁ ଛଅ ସପ୍ତାହ ପର୍ଯ୍ୟନ୍ତ ଆପଣଂକୁ ସମ୍ବନ୍ଧ ରଖିବା ଉଚିତ ନୁହେଁ ।
ତେବେ ଯେତେବେଳେ ଆପଣ ଭଲ ଭାବରେ ସ୍ତନ୍ୟପାନ କରେଇ ପାରୁ ନାହାଁନ୍ତି ତେବେ ଏହି ସମୟରେ ଆପଣ ଚାରି ସପ୍ତାହ ମଧ୍ୟରେ ଓବ୍ୟୁଲେଶନ କରି ପାରନ୍ତି ଅର୍ଥାତ ଅଣ୍ଡା ଦେବା ପାଇଁ ପ୍ରସ୍ତୁତ ଥାଆନ୍ତି । ଯଦି ଆପଣ ସ୍ତନ୍ୟପାନ ଠିକ ଭାବରେ କରେଇ ପାରୁଛ କିମ୍ବା ଦିନରେ ଆଠ ଥରରୁ ଅଧିକ ଥର କରେଇ ପାରୁଛନ୍ତି ତେବେ ଏହା ବହୁତ ଭଲ ଲାକଟେସନ ଏବଂ ଏହି ସମୟରେ ଆପଣ ଛଅ ମାସ ପର୍ଯ୍ୟନ୍ତ ସୁରକ୍ଷିତ ରୁହନ୍ତି ତେବେ ଆପଣ ସମ୍ପର୍କ ରଖିବା ପୁର୍ବରୁ କଣ୍ଟ୍ରାସେପଟିଭ୍ସ ଵ୍ୟଵହାର କରି ପାରିବେ ।
ତେବେ ଆପଣ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ନିଜ ଡାକ୍ତର ଙ୍କ ସହ ପରାମର୍ଶ ନେବା ନିହାତି ଆବଶ୍ୟକ ଏବଂ ସେ ଆପଣ ଙ୍କୁ ସଠିକ ମେଥଡ଼ ଏବଂ ଉପାୟ କହିବେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।