ବନ୍ଧୁଗଣ, ବର୍ତ୍ତମାନ ସୌମ୍ୟ ରଞ୍ଜନ ଙ୍କ ସୁଇସାଇଡ ମାମଲା ଟି ସୋସିଆଲ ମିଡିଆ ରେ ଘୁରି ବୁଲୁଛି । ସୋନାଲୀ ପାଇଁ ସୌମ୍ୟ ଙ୍କ ଜୀବନ ଯାଇଛି ବୋଲି ଶୁଣିବାକୁ ମିଳୁଛି । ଏହାକୁ ନେଇ ବହୁ ଚର୍ଚ୍ଚିତ ଆଇଟମ ଗାର୍ଲ ରାନୀ ପଣ୍ଡା କିଛି ଏଭଳି କହିଛନ୍ତି । ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ରାନୀ କହିଛନ୍ତି ଯେ ଆମ୍ଭ ଝିଅ ଜାତିରେ କିଛି ଝିଅ ଅଛନ୍ତି ତାଙ୍କର ଟିକିଏ ଗଲୁଆ ବୁଦ୍ଧି ପ୍ରବଳ । ମୋଟା ଅଙ୍କ ଥିବ ତଥା କାହାର ବହୁତ ପଇସା ଥିବ ତାକୁ ଚିତା କାଟି ଖାଇବା ।
ଝିଅ କହିବ ତମ ବିନା ମୁଁ ବଞ୍ଚି ପାରିବି ନାହିଁ ତମକୁ ମୁଁ ବାହା ନ ହେଲେ ମରିଯିବି, ମାତ୍ର ନିଜ ସ୍ଵାମୀ ଥାଉ ଥାଉ ଅନ୍ୟ କାହା ପାଖରେ ରାସଲୀଳା କରୁଥିବେ । ବହୁତ ନାରୀ ଅଛନ୍ତି ବାହା ହେଇ ସାରିଲା ପରେ ମଧ୍ୟ ପର ପୁରୁଷ ସହିତ ସମ୍ପର୍କ ରଖୁଛନ୍ତି । ମାତ୍ର ଆଜି ମୁଁ ନ୍ୟୁଜ ଚ୍ୟାନେଲ ଦେଖୁଥିଲି ଆଜି ସୌମ୍ୟଙ୍କର ଏଗାର । ତାଙ୍କ ପରିବାରରେ ଯେଉଁ ଶୋକର ଛାୟା ଖେଳି ଯାଇଛି ତାହା ମତେ ଦେଖି ବହୁତ ଖରାପ ଲାଗିଲା, ମତେ ଆଦୌ ଭଲ ଲାଗିଲା ନାହିଁ ।
ମାତ୍ର ମୁଁ ବାଧ୍ୟ ହୋଇ ଏଇ କଥା କହିବା ପାଇଁ ଲାଇଭ ଆସିଲି । ପୁଅ କଥା ମୁଁ କହିବାକୁ ଯାଉଅଛି ଯେ ତୋର ତ ସୁଇସାଇଡ କରିବାର ନଥିଲା । ତମେ ଯଦି ଜାଣିଲ ଯେ ଏହି ଝିଅ ଏହା ତା’ ହେଲେ ସାଇଡ ହେଇ ଯିବାର ଥିଲା । ମାତ୍ର ଏଭଳି ଭୁଲ କରିବା ଦ୍ଵାରା ଆର ପାରିକୁ ସବୁଦିନ ଲାଗି ତମେ ଗଲ କିନ୍ତୁ ପରିବାରର ବହୁତ କ୍ଷତି ହେଲା । ଗୋଟେ ମା’ କୋଳରୁ ଯେତେବେଳେ ପୁଅ ଟେ ଚାଲିଯାଏ ସେ ମା’ କୁ କେତେ କଷ୍ଟ ହୋଇଥାଏ ସେ ମା’ ହିଁ ଜାଣିଛି ।
ସୋସିଆଲ ମିଡିଆ ରୁ ମୁଁ ଯେତିକି ମାତ୍ରା ରେ ଦେଖୁଛି ଜାଣୁଛି ଯଦି ପ୍ରକୃତରେ ଝିଅ ର ଭୁଲ ଅଛି ତେବେ ଝିଅ କୁ ନିଶ୍ଚିତ ଭାବରେ ଦଣ୍ଡ ମିଳିବା ଆବଶ୍ୟକ । ଏଣୁ ମୁଁ ପୋଲିସ ପ୍ରଶାସନ ଙ୍କୁ ନିବେଦନ କରୁଛି ଯେ ଏହାର ଗୋଟାଏ ବନ୍ଦୋବସ୍ତ କରନ୍ତୁ । ମତେ ଏଗୁଡା ଦେଖିଲା ମାତ୍ରେ ଚିଡି ଲାଗୁଛି ।
ଏଣୁ ମୁଁ ସବୁ ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରୁଛି ଯେ ଯେଉଁ ମାନେ ଭଲ ପାଉଛନ୍ତି ସେମାନେ ପରସ୍ପର କୁ ପ୍ରଥମେ ଜାଣି ନିଅନ୍ତୁ ଯଦି ବୁଝାମଣା ସଠିକ ନାହିଁ ତେବେ ଆପଣ ମାନେ ଆଗକୁ ବଢନ୍ତୁ ନାହିଁ କି ଏହିଭଳି ପଦକ୍ଷପ ନିଅନ୍ତୁ ନାହିଁ । ତେବେ ବନ୍ଧୁଗଣ ମୃତ ସୌମ୍ୟ ଙ୍କ ମାମଲା ରେ ରାନୀପଣ୍ଡା ଏହିଭଳି କହିଛନ୍ତି । ଏହି ବିବରଣୀ ମାମଲାରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।