ପାଖାପାଖି ୨ ମାସ ତଳେ ମୋବାଇଲ ରିଚାର୍ଜ ମହଙ୍ଗା ହୋଇଥିଲା । ଦେଶର ସବୁ ସିମ କମ୍ପାନୀ ଗୁଡିକ ନିଜର ରିଚାର୍ଜ ପ୍ଳାନ ବୁଦ୍ଧି କରିଥିଲେ । ୟୁଜରମାନେ ଅଧିକ ଟଙ୍କା ଦେଇ ରିଚାର୍ଜ କରିବା ପାଇଁ ବାଧ୍ୟ ହୋଇଥିଲେ । ବର୍ତ୍ତମାନ ପୁଣି ଥରେ ଶୁଣିବାକୁ ମିଳୁଛି କି ମୋବାଇଲ ରିଚାର୍ଜ ଆହୁରି ମହଙ୍ଗା ହୋଇଯିବ । ସ୍ମାର୍ଟଫୋନ ୟୁଜର ଅଧିକ ଟଙ୍କା ଦେଇ ରିଚାର୍ଜ କରିବେ । ବର୍ତ୍ତମାନ ସମୟରେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଅଛି ଓ ସେଥିରେ ଇଣ୍ଟର୍ନେଟ ଅଛି ।
ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ସିମ କମ୍ପାନୀ ଗୁଡିକ ନିଜର ସବୁ ରିଚାର୍ଜ ପ୍ଳାନ ଗୁଡିକୁ ବୁଦ୍ଧି କରିବାକୁ ଯାଉଛନ୍ତି । ଦେଶର ଟେଲିକମ କମ୍ପାନୀ ଗୁଡିକ ଚଳିତ ବର୍ଷ ପୁଣି ଥରେ ରିଚାର୍ଜ ପ୍ଳାନ ବୁଦ୍ଧି କରି ପାରନ୍ତି ବୋଲି କୁହାଯାଉଛି । ଯେଉଁମାନେ ଇଣ୍ଟର୍ନେଟ ବ୍ୟବାହର କରୁଛନ୍ତି ସେମାନେ ଅଧିକ ଟଙ୍କା ଗଣି ପାରନ୍ତି ।
ଏୟାରଟେଲ କମ୍ପାନୀ ତରଫରୁ କୁହାଯାଇଛି କି ଖର୍ଚ୍ଚର ଚାପ ଓ 5g ସେବା ସମସ୍ତଙ୍କୁ ପହଞ୍ଚାଇବ ପାଇଁ ଟଙ୍କା ଯୋଗାଡ କରିବା ପାଇଁ ପ୍ଳାନ ଗୁଡିକର ମୂଲ୍ୟ ବୁଦ୍ଧି କରାଯାଇଛି । ଗତବର୍ଷ ନଭେମ୍ବର ମାସରେ ମୋବାଇଲ ରିଚାର୍ଜ ପ୍ଳାନ ଗୁଡିକରେ ଅଚାନକ ମୂଲ୍ୟ ବଢି ଯାଇ ଥିଲା । ନେଟ ଓ କଥାବାର୍ତ୍ତା ହେବା ପାଇଁ ଗ୍ରାହକମାନେ ଅଧିକ ଅଧିକ ଟଙ୍କା ଗଣିଥିଲେ ଓ ବର୍ତ୍ତମାନ ବି ଗଣୁଛନ୍ତି । ଏୟାରଟେଲ ପ୍ରଥମେ ନିଜର ପ୍ଳାନ ଗୁଡିକର ମୂଲ୍ୟ ବୁଦ୍ଧି କରିଥିଲା ।
ଏହା ପରେ VI, jio କମ୍ପାନୀ ମଧ୍ୟ ନିଜର ରିଚାର୍ଜ ପ୍ଳାନ ବୁଦ୍ଧି କରିଥିଲେ । ଯାହାକି ଗ୍ରାହକମାନଙ୍କୁ ଏକ ବଡ ଝଟକା ଦେଇଥିଲା । ମୋବାଇଲ ରିଚାର୍ଜ ପ୍ଳାନ ଗୁଡିକରେ ପ୍ରାୟତଃ ଦେଶର ସବୁ ଟେଲିକମ କମ୍ପାନୀ ଗୁଡିକ ୨୦ ରୁ ୨୫ ପ୍ରତିଶତ ଦାମ ବଢାଇ ଥିଲେ । ୩ ମାସିଆ ପ୍ଳାନ ପାଇଁ ଯେଉଁ ଗ୍ରାହକମାନଙ୍କୁ ୬୦୦ ଟଙ୍କା ଦବାକୁ ପଡୁଥିଲା ବର୍ତ୍ତମାନ ସେମାନଙ୍କୁ ୭୦୦ ତାଙ୍କ ଗଣିବାକୁ ପଡୁଛି । ବର୍ତ୍ତମାନ ଏହି ଦାମ ପୁଣି ଥରେ ବଢିଲେ ତେବେ ସେହି ସମାନ ପ୍ଳାନର ଦାମ ପାଖାପାଖି ୮୦୦ ଟଙ୍କା ହୋଇଯିବ ।
ରିଚାର୍ଜ ମୂଲ୍ୟ ବୁଦ୍ଧି କରିବା କାରଣରୁ ଟେଲିକମ କମ୍ପାନୀ ଗୁଡିକର ଲାଭ ବଢି ଯାଇ ଥିଲା । କମ୍ପାନୀମାନେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଆୟ କରିଥିଲେ । କିନ୍ତୁ ଏହି କାରଣରୁ ଏୟାରଟେଲ ନିଜର ୬ ଲକ୍ଷ ଓ ଜିଓ ନିଜର ୮୫ ଲକ୍ଷ ୟୁଜରକୁ ହରାଇ ଦେଇ ଥିଲା । କେତେକ ଲୋକମାନେ ତ ମୋବାଇଲରେ ନେଟ ବ୍ୟବହାର କରିବା ବନ୍ଦ କରି ଦେଇଥିଲେ । ଯଦି ମୂଲ୍ୟ ଆହୁରି ଅଧିକ ବଢିବ ତେବେ ୟୁଜରମାନଙ୍କ ଉପରେ ଏହାର ପ୍ରଭାବ ପଡିବ ।