Anubhav-Varsha ବିବାଦ ମାମଲାରେ ଜାଗୃତି ଙ୍କୁ ପାନେ ଦେଲେ ଲୋକ…କହିଲେ କିଛି ଏମିତି…

ବନ୍ଧୁଗଣ ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲାଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାକୁ ନେଇ ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ବର୍ଷା ଓ ଅନୁଭବଙ୍କ ମାମଲାଟି ଏବେ କୋର୍ଟରେ ବିଚାରଧିନ ରହିଥିବା ବେଳେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ଏବେ ବିବାଦରେ ଫସି ଯାଇଛନ୍ତି ।

ବନ୍ଧୁଗଣ ଗତ କାଲି ଜାଗୃତି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବର୍ଷାଙ୍କୁ ଟାର୍ଗେଟ କରି ଏକ ପୋଷ୍ଟ ଅପଲୋଡ କରିଥିଲେ ଯେଉଁଥିରେ ସେ ଲେଖିଥିଲେ-‘ ‘ଜଣେ ସାଂସଦଙ୍କ ପତ୍ନୀ ବିବାହ ସାର୍ଟିଫିକେଟ, ଦଶମ ସାର୍ଟି ଫିକେଟ, ପାସପୋର୍ଟ, ପ୍ୟାନ କାର୍ଡ, ବ୍ଯାଙ୍କ ଆକାଉଣ୍ଟ, ଆଇଟିଆର ଓ ସମସ୍ତ ଡକ୍ୟୁମେଣ୍ଟରେ ନାମ ଭିନ୍ନ ରହିଛି । ଏପରିକି ନିଜ ବାପାଙ୍କ ନାମ ମଧ୍ୟ ଅଲଗା ଲେଖି ଛନ୍ତି ଏହା କଣ ଜାଲିଆତି ନୁହେଁ କି ।

ସାଂସଦଙ୍କ ପତ୍ନୀଙ୍କୁ ସଠିକ ଭାବରେ ତଦନ୍ତ କରିବା ଉଚିତ ନୁହେଁ କି ପତ୍ନୀ ହିସାବରେ ସେ କଣ ସମସ୍ତ ସୁବିଧା ପାଇବା ଯୋଗ୍ୟ କି’ । ଜାଗୃତି ନିଜର ଏହି ପୋଷ୍ଟ ପାଇଁ ୟୁଜର୍ସ ମାନଙ୍କ ଜାଲରେ ଫସି ଯାଇଛନ୍ତି । ଜାଗୃତିଙ୍କ ଏହି ପୋଷ୍ଟଟି ଭାଇରାଲ ହେବା ପରେ ଏହି ପୋଷ୍ଟକୁ ନେଇ କମେଣ୍ଟ ଉପରେ କମେଣ୍ଟ କରିଥିଲେ ୟୁଜର୍ସ । ଜଣେ ୟୁଜର ଲେଖିଥିଲେ ‘ଓଡିଆ ବୋହୁ ହେବା ପାଇଁ ତୁମେ କେବଳ ଚେଷ୍ଟା କରୁଛ କିନ୍ତୁ ତୁମେ ଜଣେ ଓଡିଆ ବୋହୁ ନୁହେଁ ଲୁଚିଛି ନା ଗୋଡ ଦୁଇଟା ଦିଶୁଚି’ ।

ଆଉ ଜଣେ ୟୁଜର ଲେଖିଥିଲେ ‘ମ୍ୟାଡମ ଅନୁଭବଙ୍କ ବାପା ବି ଏକ ଫେକ ସାର୍ଟିଫିକେଟ ଦେଖାଇ ପ୍ରମୋଶନ ନେଇଥିଲେ ତାହା କଣ ବେଆଇନ ଆଉ କ୍ରାଇମ ନୁହେଁ କି’ । ବନ୍ଧୁଗଣ କଥା ଏତିକିରେ ସରି ନାହିଁ ତାଙ୍କ ଉପରେ ଗୋଟେ ପରେ ଗୋଟେ କମେଣ୍ଟର ଆକ୍ରମଣ ହୋଇଛି । ଆଉ ଜଣେ ୟୁଜର ଲେଖିଛନ୍ତି ‘ଜଣେ ବିବାହିତ ପୁରୁଷ ସହ ଅଫେୟାର ରଖିବା ମଧ୍ୟ ଗୋଟେ ଅପରାଧ’ ।

ଆଉ ଜଣେ ଲେଖିଛନ୍ତି ‘ବର୍ଷା ହେଉଛନ୍ତି ସାଂସଦଙ୍କ ଲିଗାଲ ୱାଇଫ ତମେ କିଏ ଆଉ ତମେ କାହିଁକି ଅଫେୟାର ରଖିଛ ଜଣେ ବିବାହିତ ଲୋକ ସହିତ’ । ବନ୍ଧୁଗଣ ଏମିତି ଅନେକ ସାରା କମେଣ୍ଟ ଭର୍ତ୍ତି ହୋଇ ରହିଛି ଜାଗୃତିଙ୍କ ଫେସବୁକ ଆକାଉଣ୍ଟରେ । ତା ହେଲେ ଜାଗୃତିଙ୍କ ସେହି ପୋଷ୍ଟ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *