କେମିତି କମିବ ବଡ ପେଟ ? କିପରି ପତଳା ହେବ ଶରୀର ? Dr Mousumi Mishra on Obesity

ନମସ୍କାର ବନ୍ଧୁଗଣ ତେବେ ଆମେ ଆଜି କାଲି ସ୍ଲିମ ଏବଂ ଜିରୋ ଫିଗର ରଖିବାକୁ ଚାହୁଁଛୁ । ଏବଂ ସର୍ବଦା ଫିଟ ହେବାକୁ ମଧ୍ୟ ଚାହିଁ ଥାଉ ।  କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନ ରେ କୌଣସି ପରିବର୍ତ୍ତନ ଆଣି ନଥାଉ । ଆମେ ଯୋଗ ବ୍ୟାୟାମ କରି ନ ଥାଉ ।  ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ ।  ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ ।

ଏବଂ ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀର ରେ ଚର୍ବି କୁ ବଢ଼ାଇ ଥାଏ  ।  ଏବଂ ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ  । ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ । ତେବେ ସେଥିପାଇଁ ଆଜି ଆମେ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ ଆଲୋଚନା କରିବୁ ।

ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ ଟି କଣ ଏବଂ ତାହା ଆମକୁ କିପରି ସାହାର୍ଯ୍ୟ କରି ପାରିବ । ତେବେ ଆସନ୍ତୁ ପ୍ରଥମେ ଜାଣିନେବା ମୋଟା କିମ୍ବା ଓଜନ ବଢ଼ିବାର କାରଣ । ପ୍ରଥମ କାରଣ ହେଉଛି ଆଜି କାଲି ର ପିଲାମାନେ କେବଳ ଘରେ ବସି ରହୁଛନ୍ତି କୌଣସି ଶାରୀରିକ ପରିଶ୍ରମ କିମ୍ବା ଖେଳ କୁଦ ଆଦି କରୁ ନାହାନ୍ତି  ।

ତେଣୁ ଘରେ ବସି ରହିବା ଏବଂ କୌଣସି କାର୍ଯ୍ୟ ନ କରିବା ଯୋଗୁଁ ମଧ୍ୟ ଚର୍ବି ବଢି ଯାଉଛି ଏବଂ ପେଟ ମଧ୍ୟ ବାହାରି ପଡୁଛି । ଦ୍ଵିତୀୟ ରେ ହେଉଛି ଅବେଳା ଏବଂ ଅଖାଦ୍ୟ ର ସେବନ ।  ଆଜିକାଲି ଅଧିକାଂଶ ଲୋକ କେବଳ ବାହାର ଜିନିଷ ତେଲ ମସଲା ଆଦି ଖାଦ୍ୟ ଖାଇବା କୁ ପସନ୍ଦ କରୁଛନ୍ତି  ।

ଏବଂ ଘର ଖାଦ୍ୟ ପସନ୍ଦ କରୁ ନାହାନ୍ତି ଏବଂ ଅବେଳା ରେ ଖାଦ୍ୟ ଖାଉଛନ୍ତି ଯାହା ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ରହୁଛି ଏବଂ ମୋଟାପା ବଢୁଛି । ତେବେ ଆସନ୍ତୁ ଜାଣିନେବା କିପରି କମିବ ପେଟର ଚର୍ବି ।  ଆପଣ ଖାଦ୍ୟ ଖାଇ ସାରି କିଛି ସମୟ ଚଲାବୁଲା କରନ୍ତୁ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ  । ତାଛଡା ଖାଦ୍ୟ କୁ ଠିକ ସମୟରେ ଖାଆନ୍ତୁ ଏବଂ ଉଚିତ ଖାଦ୍ୟ ଖାଆନ୍ତୁ  ।

ବାହାର ଖାଦ୍ୟ କୁ ଟିକେ କମ କରନ୍ତୁ ।  ଘର ଖାଦ୍ୟ କୁ ଅଧିକ ଗ୍ରହଣ କରନ୍ତୁ  ।  ତାଛଡା ଆପଣ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଏବଂ ଯୋଗ ବ୍ୟାୟାମ ସହ ସକାଳେ ଏକ୍ସସାଇଜ ମଧ୍ୟ କରନ୍ତୁ  । ଖାଇ କି ଶୋଇବା କିମ୍ବା ଘରେ ବସି ରହିବା ଏପରି ନ କରି କୌଣସି ଶାରୀରିକ ପରିଶ୍ରମ କରିବା ଆବଶ୍ୟକ ।

ଏହା ଦ୍ୱାରା ମଧ୍ୟ ଆପଣ ଙ୍କ ଫ୍ୟାଟ କମିଥାଏ  ।  ତେବେ ଏହା ଦ୍ୱାରା ଆପଣ ନିଜର ମୋଟାପା କୁ କମାଇ ପାରିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *