ବନ୍ଧୁଗଣ ଗତ କିଛି ସମୟ ହେବ ଏକ ବଡ ଖବର ସାମ୍ନାକୁ ଆସୁଛି ଗଜପତି ମହାରାଜଙ୍କ ଝିଅ ଦେବେଶୀଙ୍କ ବିବାହ ହେବାକୁ ଯାଉଛି । ଗଜପତି ମହାରାଜ ଦିବ୍ୟ ସିଂହ ଦେବ ହେଉଛନ୍ତି ଆମ ଓଡିଶା ରାଜ୍ୟର ଜଣେ ବିଶିଷ୍ଟ ବ୍ୟକ୍ତି ଓ ତାଙ୍କ ଝିଅ ଦେବେଶୀଙ୍କ ବିବାହ ଆଜି ହିନ୍ଦୁ ରୀତିନୀତି ସହ ହେବାକୁ ଯାଉଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରାଜକୁମାରୀ ଦେବେଶୀଙ୍କ ବିବାହ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ତେବେ ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ରାଜକୁମାରୀ ଦେବେଶୀଙ୍କ ବିବାହ ଆଜି ସନ୍ଧ୍ୟାରୁ ଆରମ୍ଭ ହେବାକୁ ଯାଉଛି । ମଧ୍ୟ ରାତ୍ରିରେ ବିବାହ ହାତ ଗଣ୍ଠି ସମ୍ପନ୍ନ ହେବ ବୋଲି କୁହାଯାଉଛି । ଦେବେଶୀଙ୍କ ସହ ବର୍ଦ୍ଧବାନର ରାଜକୁମାର ଆଦିତ୍ୟଙ୍କର ବିବାହ ହେବାକୁ ଯାଉଛି । ବିବାହ କାର୍ଯ୍ୟକ୍ରମର ସମସ୍ତ ଆରମ୍ଭ ଗତ କାଲି ଠାରୁ ହୋଇ ସାରିଛି ।
ଗତ କାଲି ପାଟମୁଦି ତଥା ଗଜପତିଙ୍କ ପରିବାରରେ ଯେଉଁ ପରମ୍ପରା ରହିଛି ଯାହାକୁ ଆମେ ନିର୍ବନ୍ଧ କହିଥାଉ ତାହା ସମ୍ପନ୍ନ ହୋଇଥିଲା । ଏହା ସହିତ ବିଧି ବିଧାନ ସହିତ ତିଲକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ବନ୍ଧୁଗଣ ଯାହା ସୂଚନା ମିଳୁଛି ରାଜକୁମାର ଆଦିତ୍ୟଙ୍କ ପରିବାର ଲୋକ ଶ୍ରୀ ମନ୍ଦିର ଯାଇ ଦର୍ଶନ ମଧ୍ୟ କରିଥିଲେ । ପାଖା ପାଖି ୬୦ ରୁ ୬୫ ଜଣ ରାଜକୁମାରଙ୍କ ପରିବାର ସଦସ୍ୟ ଶ୍ରୀ ମନ୍ଦିର ଯାଇ ଭଗବାନଙ୍କ ଦର୍ଶନ କରିଥିଲେ ଓ ଭୁବନେଶ୍ଵରକୁ ଫେରି ଯାଇଥିଲେ ।
ବନ୍ଧୁଗଣ ଗତ କାଲି ଶ୍ରୀ ନହରରେ ଅନେକ ପର୍ବ ମଧ୍ୟ ପାଳନ କରାଯାଇଥିଲା । ତେବେ ସୂଚନା ମୁତାବକ ଆଜି ବିବାହ ଉତ୍ସବ ଭୁବନେଶ୍ଵର ମେଫେୟାର ଠାରେ ପାଳନ କରାଯିବ । ଆଜି ସନ୍ଧ୍ୟା ୭ଟାରୁ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ । ଆଜି ସକାଳୁ ସନାତନ ହିନ୍ଦୁ ଧର୍ମରେ ଯେଉଁ କନ୍ୟା ମାନେ ବିବାହ କରନ୍ତି ତାଙ୍କର ଯେଉଁ ରୀତିନୀତି ରହିଛି ତାହା ପୂରଣ କରାଗଲା ।
ବନ୍ଧୁଗଣ ରାଜ ଘର ବିବାହ ଉତ୍ସବର ଅନେକ ରୀତିନୀତି ରହିଛି ତେବେ ସେ ସବୁ ମଧ୍ୟ ପୂରଣ କରାଯାଉଛି । ତା ହେଲେ ବନ୍ଧୁଗଣ ଗଜପତି ମହାରାଜଙ୍କ ଝିଅ ଦେବେଶୀଙ୍କ ବିବାହ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।