ଚର୍ଚ୍ଚାରେ Anubhav Mohanty ଙ୍କ ବାନ୍ଧବୀ Jagrati Shukla ଙ୍କ ପୋଷ୍ଟ, ପତ୍ନୀ Varsha Priyadarshini ଙ୍କୁ ନେଇ ଉଠାଇଲେ ପ୍ରଶ୍ନ ! ପତ୍ନୀଙ୍କ ଜାଲିଆତିକୁ ନେଇ ଲେଖିଲେ ଏମିତି…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ଫିଲ୍ମ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅନୁଭବ ମହାନ୍ତି । ଅନୁଭବ ଜଣେ ଅଭିନେତା ହେବା ସହ ବିଜେଡି ସାଂସଦ ମଧ୍ୟ ଅଟନ୍ତି । ହେଲେ ଗତ କିଛି ମାସ ହେବ ଅନୁଭବ ନିଜ ପାରିବାରିକ ବିବାଦ ପାଇଁ ଚର୍ଚ୍ଚାରେ ରହୁଛନ୍ତି । ଅନୁଭବ ଓ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲା ଦୀର୍ଘ ଦିନ ଧରି ଚାଲି ଆସୁଛି ।

ଉଭୟ ପ୍ରେମ ବିବାହ କରିଥିଲେ ହେଲେ ବିବାହର କିଛି ବର୍ଷ ପରେ ଉଭୟ ଅଲଗା ହେବାକୁ ଚାହୁଁ ଛନ୍ତି କିନ୍ତୁ ଏହି ମାମଲାଟି କୋର୍ଟରେ ଚାଲିଥିବା ବେଳେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ଏବେ ଅନୁଭବଙ୍କ ବାନ୍ଧବୀଙ୍କ ଏକ ପୋଷ୍ଟ ଚର୍ଚ୍ଚାରେ ରହିଛି । ସାଂସଦଙ୍କ ପତ୍ନୀଙ୍କୁ ନେଇ ଉଠାଇଲେ ପ୍ରଶ୍ନ । ବାନ୍ଧବୀ ଜାଗୃତି ଶୁକ୍ଲାଙ୍କର ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛି ।

ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ସ୍ପାଉଚ ମାନ୍ୟତା ଉପରେ ହିତାଦେଶ ଦେଇଛନ୍ତି ହାଇକୋର୍ଟ । ଅନୁଭବଙ୍କୁ ଏହା ଏକ ପ୍ରକାରର ଝଟକା ଦେଇଛି ସାଂସଦଙ୍କ ପତ୍ନୀ ହିସାବରେ ପାଉଥିବା ସମସ୍ତ ସୁବିଧାରୁ ବଞ୍ଚିତ ହେବାକୁ ଅନୁଭବ ରଚିଥିଲେ ଏଭଳି ଏକ ଷଡଯନ୍ତ୍ର । ହେଲେ କୋର୍ଟ ଏଥିରେ ଲଗାଇ ଛନ୍ତି ବ୍ରେକ । ଅନ୍ୟ ପକ୍ଷରେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ଏକ ପୋଷ୍ଟ କରିଛନ୍ତି ।

ସେହି ପୋଷ୍ଟରେ ଜାଗୃତି ଲେଖିଛନ୍ତି-‘ଜଣେ ସାଂସଦଙ୍କ ପତ୍ନୀ ବିବାହ ସାର୍ଟିଫିକେଟ, ଦଶମ ସାର୍ଟି ଫିକେଟ, ପାସପୋର୍ଟ, ପ୍ୟାନ କାର୍ଡ, ବ୍ଯାଙ୍କ ଆକାଉଣ୍ଟ, ଆଇଟିଆର ଓ ସମସ୍ତ ଡକ୍ୟୁମେଣ୍ଟରେ ନାମ ଭିନ୍ନ ରହିଛି । ଏପରିକି ନିଜ ବାପାଙ୍କ ନାମ ମଧ୍ୟ ଅଲଗା ଲେଖି ଛନ୍ତି ଏହା କଣ ଜାଲିଆତି ନୁହେଁ କି । ସାଂସଦଙ୍କ ପତ୍ନୀଙ୍କୁ ସଠିକ ଭାବରେ ତଦନ୍ତ କରିବା ଉଚିତ ନୁହେଁ କି ପତ୍ନୀ ହିସାବରେ ସେ କଣ ସମସ୍ତ ସୁବିଧା ପାଇବା ଯୋଗ୍ୟ କି’ ।

ଯଦି ଅନୁଭବ ଓ ବର୍ଷାଙ୍କ ପାଇଁ ଜାଗୃତିଙ୍କ ଏହି ପୋଷ୍ଟ ରହିଥାଏ ତେବେ ମାମଲାଟି ବର୍ତ୍ତମାନ ବିଚାରଧିନ ରହିଛି । ତେବେ ଜାଗୃତି କଣ ଆଇନ ବ୍ୟବସ୍ଥା ଉପରେ ଭରସା କରୁ ନାହାନ୍ତି ଏମିତି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *