କ୍ୟାନ୍‌ସର ଚିକିତ୍ସା ବେଳେ କ’ଣ ଖାଇବେ, କ’ଣ ନାହିଁ ? Diet for Cancer Treatment (Dr Sunita Sahoo)

ନମସ୍କାର ବନ୍ଧୁଗଣ ତେବେ ସମସ୍ତେ ଜାଣିଛନ୍ତି କି କ୍ୟାନ୍ସର ଏକ ଭୟଙ୍କର ରୋଗ ଅଟେ  ।  ଏହି ରୋଗ ମଣିଷ ଶରୀରକୁ ପୁରା ପୁରି ଖରାପ କରି ଦେଇଥାଏ ଏବଂ ଯଦି ମଣିଷକୁ ସମୟ ପୂର୍ବରୁ ଭଲ ଚିକିତ୍ସା ନ ମିଳେ ତାହେଲେ ମନୁଷ୍ଯର ମୃତ୍ୟୁ ସୁନିଶ୍ଚିତ ଅଟେ ।  ଏଥିପାଇଁ କ୍ୟାନ୍ସର ରୋଗକୁ ନେଇ ସବୁବେଳେ ସତର୍କ ରହିବା ଜରୁରୀ ହୋଇପଡେ ।  କିନ୍ତୁ ଏଠାରେ ଏକ ପ୍ରଶ୍ନ ଉଠୁଛି ଯେ କିପରି ଏହି ରୋଗକୁ ଜାଣି ହେବ ଯାହାଫଳରେ ସମୟ ପୂର୍ବରୁ ଚିକିତ୍ସା କରିହେବ ।

ତେବେ ଏହି କ୍ୟାନ୍ସର ର କାରଣ ହେଉଛି କ୍ୟାନ୍ସରର ସାଧାରଣ ଲକ୍ଷଣରେ ଧୂମ୍ରପାନ, ତମାଖୁ ସେବନ, ବ୍ୟାୟାମ ନ କରିବା, ଖାଇବାରେ ଅନିୟମିତତା, ଏକ୍ସରେରୁ ବାହାରୁଥିବା ରଶ୍ମି, ରାଡୋନ ରେଞ୍ଜ, ସୂର୍ୟ୍ୟରୁ ବାହାରୁଥିବା ବାଇଗଣୀ ରଶ୍ମି,  ଇନଫେକ୍ସନ୍ , ପରିବାରର ଜିନ୍ ଇତ୍ୟାଦି । ଏହାର କାରଣ ହୋଇଥାଏ । ତେବେ ଷ୍ଟେଜ୍ ଜିରୋ  ର ଅର୍ଥ ଶରୀରରେ କ୍ୟାନସର ହେଲା ଭଳି କୌଣସି ଅସୁବିଧା ନାହିଁ  ।

ଯଦି କିଛି ସେଲ୍ ନିଷ୍କ୍ରିୟ ହୋଇପଡିଛି ତେବେ ଏହା କ୍ୟାନସରରେ ଆକ୍ରାନ୍ତ ହେବାର ସାମର୍ଥ୍ୟ ରଖୁଛି  ।  ଷ୍ଟେଜ୍ ୧ ର ଅର୍ଥ ଶରୀରରେ କ୍ୟାନସରର ପ୍ରଭାବ ଖୁବ୍ କମ୍ ରହିଛି ଏବଂ କେବଳ ଗୋଟିଏ ସଂକିର୍ଣ୍ଣ ଏରିଆରେ ଏହା ବ୍ୟାପେ ।  ଏହାକୁ ଋବକ୍ସକ୍ଷଚ୍ଚ ଗ୍ଦଗ୍ଧବଶର ମବଦ୍ଭମରକ୍ସ ମଧ୍ୟ କୁହାଯାଏ ।

ଷ୍ଟେଜ୍ ୨ ଏବଂ ୩ ର ଅର୍ଥ ଶରୀରରେ କ୍ୟାନସରର ମାତ୍ରା ଖୁବ୍ ଜଟିଳ ଅବସ୍ଥାରେ ଅଛି ଏବଂ ଏହା କିଡନୀ ଏବଂ ଅନ୍ୟ ଟିସୁକୁ ମଧ୍ୟ ନିଜ କବଳରେ ଅକ୍ତିଆର କରିସାରିଛି । ତେବେ କ୍ୟାନ୍ସର ର ଲକ୍ଷଣ ରେ କ୍ୟାନ୍ସରର ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ଦେଖା ଦେଇଥାଏ ।  ସାଧାରଣ ଲକ୍ଷଣ ହେଉଛି ଶରୀରରୁ ମୁତ୍ରର ହାର କମ୍ ହେବା, ଖାଦ୍ୟ ଗିଳିବାରେ ଅସୁବିଧା ଉପୁଜିବା, ଶରୀରରେ ଥିବା ବିଭିନ୍ନ କଳାଜାଇ ତଥା ଭାତୁଡିର ରଙ୍ଗ ଏବଂ ଆକାର ବଦଳିବା, ଅଚାନକ ଓଜନ କମିବା, ବାନ୍ତି ଲାଗିବା ଆଦି ।

ତେବେ ଡାକ୍ତର ରୋଗୀର ଲକ୍ଷଣକୁ ଦେଖି ଚିକିତ୍ସା ଆରମ୍ଭ କରିଥାନ୍ତି । ଏହାର ଚିକିତ୍ସାପ୍ରଥମେ ସର୍ଜରୀ, କେମୋଥେରାପୀ ଏବଂ ରେଡିଏସନରୁ ଆରମ୍ଭ ହୋଇଥାଏ । ତେବେ ରେଡିଏସନ ରେ କ୍ୟାନ୍ସରର ବଢୁଥିବା ସେଲ୍ସକୁ ରୋକାଯାଏ ଏବଂ ମରାଯାଏ ।

ବେଳେବେଳେ ରେଡିଏସନ୍ କିମ୍ବା ସର୍ଜରୀ ବା କେମୋ ଜରିଆରେ ଚିକିତ୍ସା କରାଯାଏ । ଏଥିରେ ସମ୍ପୁର୍ଣ୍ଣ ଶରୀରକୁ ଏକ୍ସ-ରେ ମେସିନରେ ଭର୍ତ୍ତି କରାଯାଏ ଏବଂ କ୍ୟାନ୍ସର ସେଲକୁ ନାଶ କରାଯାଇ ଥାଏ । ତେବେ କ୍ୟାନ୍ସର ର ଚିକିତ୍ସା ସମୟରେ ରୋଗୀ ଙ୍କୁ ଭୋକ ଲାଗେନାହିଁ ବିରକ୍ତି ଲାଗେ ତଥା ବାନ୍ତି ହୁଏ ତେବେ ଏହି ସମୟରେ ଆପଣ ଅଳ୍ପ ଅଳ୍ପ କରି ଖାଦ୍ୟ ଖାଆନ୍ତୁ । ଯାହା ଅଧିକ ତେଲ ମସଲା ନଥିବ କିମ୍ବା କଡା ବାସ୍ନା ହୋଇ ନଥିବ ।

ଏହା ସହ ଆପଣ ଖାଦ୍ୟ କୁ ସୁନ୍ଦର ଭାବରେ ସଯାଇବା ଉଚିତ ଯାହା ଦ୍ୱାରା ଖାଇବାକୁ ଇଚ୍ଛା ହେବ। ତେବେ ଏହି ସମୟରେ ଅଧିକ ପାଣି ପିଇବା ଉଚିତ ଏବଂ ଫଳ ଖାଇବା ସହିତ ପୋଷକ ଖାଦ୍ୟ ଖାଇବା ଆବଶ୍ୟକ ଅଟେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *