ଆମ ସମାଜରେ ବହୁତ ଲୋକମାନେ ମାନସିକ ରୋଗର ଶିକାର ହେଉଛନ୍ତି । ଏହି ରୋଗର ଶିକାର ହୋଇ ମଧ୍ୟ ଲୋକମାନେ ଏହା ବିଷୟରେ ଜାଣି ନ ଥାନ୍ତି । କାରଣ ଲୋକମାନେ ଏହି ରୋଗ ବିଷୟରେ ବିଶେଷ କିଛି ଜାଣି ନାହାନ୍ତି । କେତେ ଥର ଏହା ବିଷୟରେ ଜଣା ପଡେ ନାହିଁ । ଏହିଭଳି ଲୋକମାନଙ୍କୁ ପାଗଳ କହୁହାଯାଏ । କିନ୍ତୁ ଏହି ସବୁ ଭୁଲ ଅଟେ । ଆପଣ ମାନସିକ ରୋଗକୁ ଶରୀରର ଅନ୍ୟ ରୋଗ ଭଳି ବୁଝି ପାରିବେ । ଏହାର ବି ଚିକିତ୍ସା ହୋଇପାରିବ ।
ମାନସିକ ରୋଗ ଅର୍ଥାତ ଡିପ୍ରେଏସନରେ ରୋଗୀ ପ୍ରାୟତଃ ସମୟ ଦୁଃଖୀ ରହିଥାଏ । କାହା ସହିତ କଥାବାର୍ତ୍ତା କରିବା ପାଇଁ ଇଚ୍ଛା ହବ ନାହିଁ । କାମରେ ମନ ଲାଗିବ ନାହିଁ । ନିଦ ଆସିବ ନାହିଁ । ପ୍ରାୟତଃ କନ୍ଦିବା ଇତ୍ୟାଦି ଲକ୍ଷଣ ହୋଇପାରେ । ମାନସିକ ରୋଗ ବିଭିନ୍ନ ପ୍ରକାରର ହୋଇଥାଏ । ସବୁଥିରେ ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ଦେଖାଯାଏ ।
ପ୍ରାୟତଃ ଲୋକମାନେ ନିଶା କରିଥାନ୍ତି । ନିଶା କାରଣରୁ ବି ମାନସିକ ରୋଗ ହୋଇପାରେ । ପିଲାମାନଙ୍କୁ ବି ମାନସିକ ରୋଗ ହୋଇପାରେ । ଯଦି କୌଣସି ପିଲାର କୌଣସି କାମରେ ଧ୍ୟାନ ରହୁ ନାହିଁ ଓ ଗୋଟିଏ ସ୍ଥାନରେ ଅଧିକ ସମୟ ବସି ପାରୁ ନାହାନ୍ତି ଓ ଅନ୍ୟ କେତେକ ପିଲାମାନେ କାହା ସହିତ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି ନାହିଁ । ଏହି ସବୁ ଲକ୍ଷଣ ମାନସିକ ରୋଗରେ ଦେଖାଯାଏ । କେତେକ ଲୋକମାନେ ତ ଅଧିକ ଟେନସନ କାରଣରୁ ବି ମାନସିକ ରୋଗର ଶିକାର ହୋଇ ଯାଆନ୍ତି ।
ମାନସିକ ରୋଗର ବହୁତ କାରଣ ଅଛି । ଆମ ମସ୍ତିଷ୍କରେ ଭିନ୍ନ ଭିନ୍ନ ପ୍ରକାରର ତରଳ ପଦାର୍ଥ ଥାଏ ସେ ଗୁଡିକ ଯେତେବେଳେ ମିସ ବାଲାନ୍ସ ହୋଇ ଯାଆନ୍ତି ତେବେ ସେହି ସମୟରେ ଭିନ୍ନ ଭିନ୍ନ ପ୍ରକାରର ମାନସିକ ରୋଗ ହୋଇପାରେ । ମାନସିକ ରୋଗ କେତେବେଳେ କାହାକୁ ବି ହୋଇପାରେ । କିନ୍ତୁ ଯଦି ପରିବାରରେ କାହାକୁ ହୋଇଛି ତେବେ ଘରର ଅନ୍ୟ ସଦସ୍ୟଙ୍କୁ ମାନସିକ ରୋଗ ହୋଇପାରେ । କହିଦେଉଛୁ କି କିଛି ମାନସିକ ରୋଗ ସାଧାରଣ ହୋଇଥାଏ ତ ଅନ୍ୟ ପଟେ ଅନ୍ୟ କିଛି ମାନସିକ ରୋଗ ଗମ୍ଭୀର ହୋଇଥାଏ ।
ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିବେ । କାଉନ୍ସିଲିଙ୍ଗ କରିବା ଦରକାର । ଅନ୍ୟ କେତେକ କ୍ଷେତ୍ରରେ ଯଦି ରୋଗୀର ମାନସିକ ସମସ୍ୟା ଅଧିକ ଅଛି ତେବେ ତାକୁ ବିଦ୍ୟୁତର ଝଟକା ଦିଆଯାଏ । ଚୁମ୍ବକ ଦ୍ଵାରା ବି ମସ୍ତିଷ୍କର ଚିକିତ୍ସା କରିବା । ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କୁ ମାନସିକ ରୋଗ ଅଛି କିମ୍ବା ଘରେ କାହାକୁ ମାନସିକ ସମସ୍ୟା ଅଛି ତେବେ ଜଲ୍ଦି ହିଁ ଡାକ୍ତରଙ୍କ ପାଖକୁ ଯାଆନ୍ତୁ । ମାନସିକ ରୋଗ ଚିକିତ୍ସା ସମ୍ଭବ । ଆପଣ ଯେତେ ଜଲ୍ଦି ଚିକିତ୍ସା କରାଇବେ ସେତେ ଜଲ୍ଦି ଆପଣ ଠିକ ହୋଇଯିବେ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।