‘ମୁଁ ମନେ ମନେ ଆଉ ଗୋଟେ ଝିଅକୁ ଭଲ ପାଉଥିଲି, ସୁନନ୍ଦା ହାତରେ ତା’ପାଖକୁ ଚିଠି ଦେଇଥିଲି…’ ବିବାହ ପରେ Pragyan-Sunanda ଙ୍କ ପ୍ରଥମ ସାକ୍ଷାତକାର, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରଜ୍ଞାନ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ପ୍ରଜ୍ଞାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ପ୍ରଜ୍ଞାନ ଅନେକ ଦିଗଜ ଅଭିନେତା ମାନଙ୍କ ସହ କାମ କରିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ପ୍ରଜ୍ଞାନ ଗତ କିଛି ଦିନ ତଳେ ପ୍ରଜ୍ଞାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ନିଜର ବିବାହ ପାଇଁ ସେ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି । ବନ୍ଧୁଗଣ ପ୍ରଜ୍ଞାନ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ବିବାହ କରିଛନ୍ତି ଯାହାଙ୍କର ନାମ ହେଉଛି ଶୋନୁ ସୁନନ୍ଦା ।

ତା ହେଲେ ଶୋନୁ ସୁନନ୍ଦା ହେଉଛନ୍ତି ଜଣେ ଓଡିଆ ଅଭିନେତ୍ରୀ । ଅଭିନେତ୍ରୀ ଶୋନୁ ସୁନନ୍ଦା ବିବାହ ପରେ ବର୍ତ୍ତମାନ ପ୍ରଜ୍ଞାନଙ୍କ ଘରେ ରହୁଛନ୍ତି । ବିବାହକୁ ଏବେ ୮ ଦିନ ହୋଇ ସାରିଛି ଓ ବିବାହ ପରେ ପ୍ରଥମ ଥର ପାଇଁ ସୁନନ୍ଦା ଏବଂ ପ୍ରଜ୍ଞାନ କ୍ୟାମେରା ସାମ୍ନାକୁ ଆସି ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ଭିଡିଓରେ ସୁନନ୍ଦା, ପ୍ରଜ୍ଞାନ ଓ ପ୍ରଜ୍ଞାନଙ୍କ କୋଷ୍ଟାର ନଜର ଆସୁଛନ୍ତି । ପ୍ରଥମେ ସୁନନ୍ଦାଙ୍କୁ ପଚରା ହେଉଛି ବିବାହ ପରେ ଏବେ କେମିତି ଲାଗୁଛି । ଏହାର ଉତ୍ତର ଦେଇ ସୁନନ୍ଦା କହୁଛନ୍ତି-‘ବିବାହକୁ ମାତ୍ର ୮ ଦିନ ହୋଇଛି ଏବେ ତ ଭଲ ଲାଗୁଛି ହେଲେ ଦୁଇ ମାସ ପରେ ଜଣା ପଡିବ’ ।


ଏହା ପରେ ସୁନନ୍ଦାଙ୍କୁ ପଚରା ହେଲା ପ୍ରଜ୍ଞାନଙ୍କୁ ସେ କେବେ ଦେଖା କରିଥିଲେ । ଏହାର ଉତ୍ତର ପ୍ରଜ୍ଞାନ ଦେଇ କହୁଛନ୍ତି, ସେ ଯେତେବେଳେ ଆଉ ଗୋଟେ ଝିଅକୁ ମନେ ମନେ ଭଲ ପାଉଥିଲେ ସେ ସୁନନ୍ଦା ହାତରେ ଗୋଟେ ଚିଠି ସେହି ଝିଅକୁ ଦେଇଥିଲେ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମଜା ମସ୍ତିରେ ପ୍ରଜ୍ଞାନ ଓ ସୁନନ୍ଦା ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି । ତେବେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *