କିଏ କହୁଛି ସତ ? ନିଜ ପୁଅ ହରାଇଥିବା Soumya ଙ୍କ ମା ନା Sonali ଙ୍କ ମା ?

ନମସ୍କାର ବନ୍ଧୁଗଣ ତେବେ ଭୁବନେଶ୍ୱରର ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତେବେ ଏହି ଘଟଣାରେ ପୂର୍ବରୁ ସୌମ୍ୟଙ୍କ ପ୍ରେମିକା ସୋନାଲିଙ୍କ ପିତାମାତା ତାଙ୍କର ଝିଅର କୌଣସି ଦୋଷ ନାହିଁ ବୋଲି କହିଥିଲେ । ସେହିପରି ସୌମ୍ୟଙ୍କ ମାଆ ମଧ୍ୟ ସୋନାଲିଙ୍କୁ ଏହି ଘଟଣା ପାଇଁ ଦୋଷ ଦେଇଥିଲେ । ତେବେ ଏହି ଘଟଣାଟି ଆଜକୁ ଏକ ସପ୍ତାହ ପୂରି ଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ସୋନାଲିଙ୍କୁ ଜେରା କରାଯାଇ ନାହିଁ ।

ସୁଇସାଇଡ ନୋଟରେ ସୌମ୍ୟ ସୋନାଲିଙ୍କ ନାମ ଉଲ୍ଲେଖ କରିଥିଲେ। ତେବେ ବର୍ତ୍ତମାନ ସୌମ୍ୟଙ୍କ ମାଆ କହିଛନ୍ତି ଯେ ସୌମ୍ୟ-ସୋନାଲିଙ୍କ ଭଲ ପାଇବା ବିଷୟରେ ବହୁତ କଥା ମୁଁ ଆଗରୁ ଜାଣିନଥିଲି । ସୋନାଲିକୁ ଭୁଲିଯିବା ପାଇଁ ତାଙ୍କ ମାଆ ସୌମ୍ୟକୁ କହିଥିଲେ । ମୁଁ ଏକଥା ଯଦି ଜାଣିଥାନ୍ତି ତେବେ ମୋ ପୁଅ ସୌମ୍ୟ କେବେ ବି ଆତ୍ମହତ୍ୟା କରିନଥାନ୍ତା । ସୋନାଲିଙ୍କ ମାଆଙ୍କ ସହିତ ସୌମ୍ୟ ଏ ବିଷୟରେ ପୂର୍ବରୁ କଥା ହୋଇଥିଲେ ।

ତାଙ୍କ ମାଆ ଯଦି ମୋତେ ଏ ବିଷୟରେ ପୂର୍ବରୁ ଅବଗତ କରିଥାନ୍ତେ ତେବେ ହୁଏତ ଆଜି ଏ ଦିନ ଦେଖିବାକୁ ପଡ଼ିନଥାନ୍ତା । ମୋ ସହିତ ସେ ଅନେକ ବିଷୟରେ କଥା ହେଉଥିଲେ ହେଁ ସୌମ୍ୟ-ସୋନାଲିଙ୍କ ବିଷୟରେ କିଛି କହିନଥିଲେ । ସୌମ୍ୟ ଆତ୍ମହତ୍ୟା ପୂର୍ବରୁ ସୋନାଲିଙ୍କୁ ମୁଁ ଯାଉଛି ବୋଲି ମେସେଜ୍ କରିଥିଲା ।

ସେତେବେଳେ ମଧ୍ୟ ସୋନାଲି ଆମକୁ କିଛି ଜଣାନଥିଲେ । ମୋ ପୁଅ ବୟସର ସମସ୍ତ ପୁଅମାନଙ୍କୁ ମୁଁ ଅନୁରୋଧ କରୁଛି, ଭଲ ପାଇବା ପୂର୍ବରୁ ପ୍ରଥମେ ଝିଅକୁ ପରଖନ୍ତୁ । ସୋନାଲି ହେଉଛି ଗୋଟେ ମାୟାବିନୀ ତା’ ଠାରୁ ସମସ୍ତେ ଦୂରେଇ ରୁହନ୍ତୁ । ସେ ସୌମ୍ୟ ସହିତ ଭଲପାଇବା ନାଟକ କରି ଅନ୍ୟ ପୁଅଙ୍କ ସହିତ ସମ୍ପର୍କ ରଖୁଥିଲେ ତେଣୁ ସୌମ୍ୟ ଏହା ସହ୍ୟ କରିନପାରି ଆତ୍ମହତ୍ୟା କରିଦେଲା। ତେବେ ସୋନାଲି ଙ୍କ ମାଆ ଙ୍କ କହିବା କଥା କି ସୌମ୍ୟ ଜଣେ ସନ୍ଦେହୀ ପିଲା ଥିଲେ।

ସୌମ୍ୟ ସବୁବେଳେ ଚାହୁଁଥିଲେ ଯେ ସୋନାଲି ସବୁବେଳେ ତାଙ୍କ ସହ ଯୋଗାଯୋଗରେ ରୁହନ୍ତୁ। ସୋନାଲି ନିଜ କାମ ଯୋଗୁଁ ଯଥେଷ୍ଟ ସମୟ ନ ଦେଇପାରିଲେ ସୌମ୍ୟ ବିଚଳିତ ହୋଇଯାଆନ୍ତି। ସବୁବେଳେ ଫୋନ୍ କରି ସୋନାଲିଙ୍କୁ ହଇରାଣ କରିବାରୁ ସୋନାଲି ବିରକ୍ତି ପ୍ରକାଶ କରୁଥିଲେ ଏବଂ ରାଗି ଯାଉଥିଲେ।

ସୋନାଲିଙ୍କ ମା ଏସବୁ ଦେଖି ପଚାରିବାରୁ ସୋନାଲି ସବୁ କଥା କହିଥିଲେ। ସୌମ୍ୟ ସୋନାଲିଙ୍କ ମାଙ୍କୁ ବୋଉ ବୋଲି ସମ୍ବୋଧନ କରନ୍ତି ଓ ଫୋନ୍ କରି କଥା ହୁଅନ୍ତି। ସୋନାଲିଙ୍କ ମା ସୌମ୍ୟଙ୍କୁ ସବୁକିଛି ଵୁଝାନ୍ତି ଏବଂ ସୌମ୍ୟ ବୁଝନ୍ତି ମଧ୍ୟ।ତେବେ ସୌମ୍ୟଙ୍କ ବାପା ମା ସୋନାଲିଙ୍କୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କ ବିଷୟରେ ଚିନ୍ତା ମଧ୍ୟ କରୁଥିଲେ। ଏହି କାରଣରୁ ସୋନାଲି ସୌମ୍ୟଙ୍କୁ ବହୁ ଥର କ୍ଷମା ମଧ୍ୟ କରି ଦେଉଥିଲେ । ତେବେ ବର୍ତ୍ତମାନ ଏହି ଦୁଇ ମାଆ ଙ୍କ ଭିତରେ ଯୁଦ୍ଧ ତ ଚାଲିଛି କିନ୍ତୁ ଆଉ ନାହାଁନ୍ତି ସୌମ୍ୟ ତେବେ କିଏ ସତ କହୁଛି ଏବଂ କିଏ ମିଛ କହୁଛି ତାହା ଜାଣିବା ବାକି ରହିଲା।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *