ଦେଖନ୍ତୁ Video: Tapaswini ଙ୍କ ମାମଲାରେ କୋର୍ଟ ର ନିସ୍ପତି ଆସିବା ପରେ Sura ଭାଇ ଯାହା କହିଲେ ନା ଶୁଣିଲେ ଆପଣ ହସି ହସି ଗଡିବେ

ନମସ୍କାର ବନ୍ଧୁଗଣ ତେବେ ତପସ୍ୱିନୀ ବିବାହ ମାମଲାର ଆଜି ରାୟ ଶୁଣାଇଛନ୍ତି ବ୍ରହ୍ମପୁର ଏସଡ଼ିଯେଏମ କୋର୍ଟ । ଉଭୟଙ୍କୁ ୭ ଦିନ ପାଇଁ ସାଙ୍ଗ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଥିପାଇଁ ଉଭୟଙ୍କୁ ଏକ ଭଡ଼ା ଘର ନେବାକୁ ହେବ । ଏବଂ ଏହି ଘରର ସୁରକ୍ଷା ଦାୟିତ୍ୱରେ ରହିବେ ଆସ୍କା ଥାନା ଆଇଆଇସି । ଉଭୟଙ୍କ ସହିତ କାହାକୁ ମିଶିବାକୁ ଦିଆଯିବନି । ୭ ଦିନ ଉଭୟେ ଏକାଠି ରହିବା ପରେ ଯଦି ତାଙ୍କ ମନ ନ ମିଶିଲା ତେବେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି ।


ତେଣୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୭ ଦିନ ପରେ କରାଯିବ ବୋଲି ବ୍ରହ୍ମପୁର ଏସଡ଼ିଯେଏମ କୋର୍ଟ ପ୍ରକାଶ କରିଛନ୍ତି । ତେବେ ଏହି ଖବର ପରେ କଂଗ୍ରେସ ଦଳ ର ବରିଷ୍ଠ ନେତା ସୁର ରାଉତରାୟ ନିଜର ମନ୍ତବ୍ୟ ରଖିଛନ୍ତି । ତେବେ ସେ କହିଛନ୍ତି କି ଆସ୍କା କୋର୍ଟ ବହୁତ ଭଲ ନିଷ୍ପତ୍ତି ନେଇଛି ସ୍ୱାମୀ ସ୍ତ୍ରୀ ଏକାଠି ଗୋଟିଏ ଘରେ ବନ୍ଦ ହୋଇ ରହିଲେ ଏବଂ କାହା ସହ ନ ମିଶିଲେ କେହି ଶାଶୂ ଶଶୁର ବାପା ମାଆ କେହି ନ ମିଶିଲେ ଦୁଇ ଜଣଙ୍କ ସମ୍ପର୍କ ଖୁବ ନିବିଡ଼ ହେବ ଏବଂ ଆଉ ଅଲଗା ହେବେ ନାହିଁ ।

ତେବେ ଏହି କଥା ଭିତରେ ସେ କହିଥିଲେ କି ଏହି ଦୁଇ ଜଣଙ୍କ ଭଳି ଅନୁଭବ ଏବଂ ବର୍ଷା ଦୁହିଁଙ୍କୁ ମଧ୍ୟ ଗୋଟିଏ ଘର ଭିତରେ ବନ୍ଦ କରିଦେବା ଉଚିତ । ତେବେ ଏହା ସହ ସୁର ରାଉତରାୟ କହିଛନ୍ତି କି ଗୋଟିଏ ଘର ଭିତରେ ଦୁହିଁଙ୍କ ଭିତରେ ସ୍ନେହ,ପ୍ରେମ ଏବଂ ଶ୍ରଦ୍ଧା ସହ ମନରେ ଥିବା ସବୁ ମଇଳା ଦୁର ହୋଇଯିବ ଏବଂ ଦୁହେଁ ଏକାଠି ହୋଇଯିବେ ।

ତେବେ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ କି ଯଦି ଏକାଠି ରହିକି ବି ସମ୍ପର୍କ ଭଲ ନ ହୁଏ । ତେବେ ସୁର ନିଜର ଉତ୍ତରରେ କହିଥିଲେ କି ହବନି କେମିତି ନିଶ୍ଚିତ ହେବ ସେମାନେ କଣ ନବୀନ ପଟ୍ଟନାୟକ ଯେ ହବନି ନିଶ୍ଚିତ ଭାବରେ ଦୁହିଁଙ୍କ ସମ୍ପର୍କ ରେ ସୁଧାର ଆସିବ । ତେବେ ଆପଣ ମାନେ ତ ସୁର ରାଉତରାୟ ଙ୍କୁ ଜାଣିଥିବେ ସେ ସର୍ଵଦା ନିଜର ଭିନ୍ନ ଶୈଳୀ ର କଥା ପାଇଁ ଲୋକପ୍ରିୟ ତଥା ଚର୍ଚ୍ଚିତ ହୋଇ ରହିଥାନ୍ତି


ତେବେ ଫୁଣି ଥରେ ତପସ୍ୱିନୀ ଙ୍କ ର ଏହି ଘଟଣା ପରେ ନିଜର ମନ୍ତବ୍ୟ ପ୍ରକାଶ କରି ଫୁଣି ଥରେ ଚର୍ଚ୍ଚା ରେ ଆସି ଯାଇଛନ୍ତି । ତେବେ ଏହି ଖବର ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *