ସ୍ଵାମୀର ଚାଲିଥିଲା 2ୟ ବିବାହ, ହଠାତ୍ ପହଞ୍ଚିଗଲା ପ୍ରଥମ ସ୍ତ୍ରୀ… ଆଉ ବେଦୀରେ ସ୍ଵାମୀକୁ କହିଲା ଏଇଠୁ ଉଠ୍…

ସ୍ଵାମୀର ଚାଲିଥିଲା ଦିତୀୟ ବିବାହ ! ପ୍ରଥମ ସ୍ତ୍ରୀ ପହଞ୍ଚି ସ୍ଵାମୀ ସହ ଏପରି କଲା… ଖବର ମୁତାବକ ଯେତେବେଳେ ସ୍ତ୍ରୀ ତା’ ର ସ୍ଵାମୀର ଦିତୀୟ ବିବାହ ହେବାକୁ ଯାଉଛି ଜାଣିବାକୁ ପାଇଥିଲା । ସେତେବେଳେ ସେ ପୋଲିସ ମାନଙ୍କ ପାଖକୁ ଆସି ବହୁତ ଗୁହାରୀ କରିଥିଲା । ମୋ ସ୍ଵାମୀ ଦିତୀୟ ବିବାହ କରିବାକୁ ଯାଉଛି ହେଲେ ମୁଁ ତାଙ୍କର ପ୍ରଥମ ସ୍ତ୍ରୀ ଅଛି । ହେଲେ ପ୍ରଥମ ସ୍ତ୍ରୀ ଙ୍କ କଥା କେହି ମଧ୍ୟ ଶୁଣି ନଥିଲେ । ତାପରେ ସ୍ତ୍ରୀ ଜଣଙ୍କ ଦୌଡି ଆସି ସ୍ଵାମୀ ବିବାହ କରୁଥିବା ସ୍ଥାନରେ ପହଞ୍ଚି ଯାଇଥିଲା ।

ହଁ ଆଜ୍ଞା ନିଜ ପ୍ରଥମ ସ୍ତ୍ରୀ କୁ ଛାଡପତ୍ର ନଦେଇ ଦିତୀୟ ବିବାହ କରିବାକୁ ବାହାରିଥିଲା ସ୍ଵାମୀ । ତେବେ ସୂଚନା ଅନୁସାରେ ବିର୍ଲା ବସନ୍ତ ଅଞ୍ଚଳର ପ୍ରିୟମ୍ବଦା ବାଗ 2015 ମସିହାରେ ରାଉଳକେଲା ନିବାସୀ ଓମ୍ ପ୍ରକାଶ ହରପାଲଙ୍କୁ ବିବାହ କରିଥିଲେ । ତେବେ ବିବାହ ପରେ ଯୌତୁକ ନିର୍ଯାତନା ଦେବାରୁ ବିବାହ ବନ୍ଧନରେ ଫାଟ ସୃଷ୍ଟି ହୋଇଥିଲା । ଏବେକୁ ବିବାହର 7 ବର୍ଷ ହେଇଗଲାଣି । ତାପରେ ସ୍ଵାମୀ ଓ ସ୍ତ୍ରୀ ଉଭୟ ଅଲଗା ରହୁଥିଲେ । ମହିଳା ଜଣଙ୍କ ଏ ନେଇ ମହିଳା ଥାନାର ମଧ୍ୟ ଦ୍ଵାରସ୍ଥ ହୋଇଥିଲେ ।

ଯେତେବେଳେ ଉକ୍ତ ମହିଳା ଜଣଙ୍କ ତାଙ୍କ ସ୍ଵାମୀ ଦିତୀୟ ବିବାହ କରିବାକୁ ଯାଉଛି । ଯେତେବେଳେ ଜାଣିବାକୁ ପାଇଥିଲେ । ସେ ବାରମ୍ବାର ଥାନାକୁ ଦୌଡ କରିଥିଲେ । ଯେତେବେଳେ କେହି କିଛି ପ୍ରିୟମ୍ବଦାଙ୍କ କଥାକୁ ଶୁଣିନଥିଲେ । ସେତେବେଳେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ସାଲେପାଲିରେ ହେଉଥିବା ଦିତୀୟ ବିବାହରେ ପହଞ୍ଚି ଯାଇଥିଲେ ପ୍ରଥମ ସ୍ତ୍ରୀ । ତାପରେ ବିବାହ ଚାଲୁଥିବା ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏଥିସହ ପ୍ରଥମ ସ୍ତ୍ରୀ ସ୍ଵାମୀର ଦିତୀୟ ବିବାହ ମଝିରେ ପଶି ବିବାହ ରୋକିବାକୁ ମଧ୍ୟ ଚେଷ୍ଟା କରିଥିଲେ । ତେବେ ପ୍ରଥମ ସ୍ତ୍ରୀର ପରିବାର ଲୋକଙ୍କ କହିବ ଅନୁଯାଇ ଯୌତୁକ ବିବାଦ ପାଇଁ ଥାନାରେ କେଶ ଚାଲୁଥିବା ବେଳେ ଡିଭୋର୍ସ ହେଇନାହିଁ । ହେଲେ ଡିଭୋର୍ଷ ନହୋଇ ମଧ୍ୟ ସ୍ଵାମୀ ପ୍ରଥମ ସ୍ତ୍ରୀ କୁ ଛାଡି ଦିତୀୟ ବିବାହ ଲୁଚିକି ହେଉଥିଲା ବୋଲି ଆମେ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲୁ । ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *