ସୁରଙ୍କ ଆଖିରୁ ବୋହିଯାଉଛି ଲୁହ… ଆଉ ବିଧାନସଭା ଆସିବେନି, ଶେଷରେ ବିଧାନସଭାକୁ ଆଣ୍ଠେଇ ପ୍ରଣାମ କଲେ Sura Routray

ସୁରଙ୍କ ଆଖିରୁ ବୋହିଲା ଲୁହ ! ଆଉ ଆସିବେନି ବିଧାନସଭା ! ହଁ ଆଜ୍ଞା 1977 ମସିହାରୁ ରାଜନୀତିରେ ନିଜର ଯାତ୍ରା ଆରମ୍ଭ କରିଥିବା ସୁରେଶ ରାଉତରାୟ ରାଜନୀତି କ୍ଯାରିଅରରେ ଅନ୍ତ ହୋଇଯାଇଛି । ସେ ଆଉ ବିଧାନସଭା ମଧ୍ୟ ଆସିବେ ନାହିଁ । ହେଲେ ବିଧାନସଭା ସିନା ସିଏ ଆସିବେନି କିନ୍ତୁ ବର୍ତ୍ତମାନ ଭଳି ସବୁଦିନ ପାଇଁ ଲୋକଙ୍କ ପାଇଁ ସେ କମ କରୁଥିବେ । ତେବେ ଏହି ସବୁ ମଧ୍ୟରେ କିନ୍ତୁ ସୁର ରାଉତଙ୍କ ଆଖିରେ ଲୁହ ଚାଲିଆସିଥିଲା ।

ଗଣ ମାଧ୍ୟମ ସାମ୍ନାରେ ସବୁବେଳେ ନିର୍ଭୀକ ହୋଇ ନିଜର ମନ୍ତବ୍ୟ ଦେଉଥିବା ସୁର ରାଉତ ପ୍ରଥମ ଥର ପାଇଁ ସେ ଏଭଳି ମୂହୁର୍ତ୍ତରେ ଭାବୁକ ହୋଇଯାଇଥିଲେ । ତେବେ ଗତ କାଲି ବିଧାନସଭାରୁ ବିଧାୟକ ସୁର ରାଉତରାୟ ଅବସର ନେଇଥିଲେ । ତେବେ ସେହି ଅବସର କାଳୀନ ସମୟରେ ସୁର ରାଉତ ପୁରା ଭାବୁକ ହୋଇପଡିଥିଲେ । ତାଙ୍କ ଆଖିରେ ଲୁହ ଚାଲି ଆସିଥିଲା । ସେ ନିଜ ମନ ମଧ୍ୟରେ ଥିବା କୋହକୁ ଆଉ ସମ୍ଭାଳି ନପାରି କାନ୍ଦି ମଧ୍ୟ ପକାଇଥିଲେ ।

ହେଲେ କାରଣ ସବୁଦିନ ପରି ଆଉ ସୁର ରାଉତ ବିଧାନସଭାକୁ ଯିବେ ନାହିଁ । ବିଧାନସଭାରୁ ଅବସର ନେଇ ବାହାରକୁ ଆସୁ ଆସୁ ସେଠାରେ ଆଣ୍ଠେଇ ପଡି ବିଧାନସଭା ଭୂମୀକୁ ମୁଣ୍ଡିଆ ମାରିଥିଲେ । କାରଣ ସେ ଜୀବନରେ ଆଉ କେବେ ନିର୍ବାଚନ ଲଢିବେ ନାହିଁ କି ନିର୍ବାଚିତ ପ୍ରତିନିଧି ହିସାବରେ ବିଧାନସଭାକୁ ମଧ୍ୟ ସେ ଆସିବେ ନାହିଁ ।ତେବେ 1977 ମସିହାରେ ପ୍ରଥମ କରି ସୁର ରାଉତରାୟ ବିଧାୟକ ହୋଇ ବିଧାନସଭାକୁ ଆସିଥିଲେ ।

ତେବେ ସବୁଥର ପରି ଏଥର ମଧ୍ୟ ସୁର ରାଉତ ନିଜର ପ୍ରତିକ୍ରିୟାରେ କହିଛନ୍ତି । ମୋ ଜୀବନର ଶେଷ ନିଶ୍ଵାସ ଥିବା ପର୍ଯ୍ୟନ୍ତ ମୁଁ କଙ୍ଗ୍ରେଶ ଦଳରେ ରହିଥିବୀ । ଆଉ ଲୋକଙ୍କ ଉନ୍ନତି ନିମନ୍ତେ ସବୁବେଳେ କାର୍ଯ୍ୟ କରୁଥିବି ।ହେଲେ ଆଉ ଲୋକ ପ୍ରତିନିଧି ଭାବେ ନିର୍ବାଚନରେ ନିର୍ବାଚିତ ହୋଇ ବିଧାନସଭାକୁ ଆସିପାରିବେ ନାହିଁ ବୋଲି ବିଧାନସଭାରୁ ଅବସର ନେଲା ପରେ ତାଙ୍କ ଆଖିରେ ଲୁହ ଚାଲିଆସିଥିଲା ।

ତାପରେ ସେ ବିଧାନସଭାର ସେହି ପବିତ୍ର ଭୂମୀକୁ ପ୍ରଣାମ କରି ବିଧାନସଭାରୁ ଚାଲିଆସିଥିଲେ । ତେବେ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *