ନିଜ ଘରେ ଗର୍ଭବତୀ ମହିଳାଙ୍କୁ ଆଣି ଏମିତି କରୁଥିଲେ ଡାକ୍ତର, ହଠାତ ପହଞ୍ଚିଗଲେ ସ୍ୱାସ୍ଥ୍ୟ ବିଭାଗ, ଆଉ ତା’ପରେ…

ଗର୍ଭବତୀ ମହିଳାଙ୍କୁ ଘରକୁ ଡାକି ଏମିତି କରୁଥିଲେ ଡାକ୍ତର ! ତେବେ ଖବର ମୁତାବକ ଜଣେ ଗର୍ଭବତୀ ମହିଳାଙ୍କୁ ଘରକୁ ଆଣି ଲିଙ୍ଗ ନିରୂପଣ କରୁଥିବା ସମୟରେ ଧରା ପଡିଯାଇଥିଲେ ଡାକ୍ତର । ଯେତେବେଳେ ଡାକ୍ତର ଜଣଙ୍କ ଲିଙ୍ଗ ନିରୂପଣ କାର୍ଯ୍ୟ କରୁଥିଲେ ସେତେବେଳେ ହଟାତ ଘରକୁ ମଧ୍ୟ ସ୍ଵାସ୍ଥ ବିଭାଗର କର୍ମଚାରୀ ମାନେ ପଶିଆସିଥିଲେ । ତାପରେ ଡାକ୍ତର ସେମାନଙ୍କୁ ଦେଖି ଭୟ କରିଯାଇଥିଲେ । ଡାକ୍ତରଙ୍କ ଘର ଚଢାଉ ସମୟରେ ସେଠାରୁ ଅଲ୍ଟ୍ରାସାଉଣ୍ଡ ମେସିନ ସମେତ ଅନ୍ଯାନ୍ଯ ଆପତ୍ତିଜନକ ଜିନିଷ କାବୁ କରିଥିଲେ ।

ଏଥିସହ ସେହି ଡାକ୍ତରଙ୍କ ଘରକୁ ଲିଙ୍ଗ ନିରୂପଣ କରିବାକୁ ଆସିଥିବା ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ଲିଙ୍ଗନିରୂପଣ କାର୍ଯ୍ୟ କରୁଥିବା ଏହି ଡାକ୍ତର ଜଣଙ୍କ ହେଉଛନ୍ତି ପୁନଃଶ୍ଳୋକ ଦାସ । ସେ ପୂର୍ବରୁ ମଧ୍ୟ ଏହି ଲିଙ୍ଗନିରୂପଣ ପାଇଁ ତାଙ୍କ ନାମରେ ଅଭିଯୋଗ ହୋଇଥିବା କାରଣରୁ ସେ ଗିରଫ ହୋଇଥିଲେ । ଯେଉଁ କାରଣରୁ ତାଙ୍କୁ ଚାକିରୀରୁ ନିଲମ୍ବନ ହେବାକୁ ପଡିଥିଲା । ତାପରେ ପୁଣି ଚାକିରୀରେ ଯାଇ ଯଏନ କରିଥିଲେ ।

ଜଣେ ଡାକ୍ତର ହୋଇ ମଧ୍ୟ ଏଭଳି କାର୍ଯ୍ୟ ନିଜ ଘରେ କରୁଥିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ । ପୂର୍ବରୁ 2 ଥର ଏହି ସମାନ କାର୍ଯ୍ୟ ପାଇଁ ପୋଲିସ ହାତରେ ଗିରଫ ହୋଇ ମଧ୍ୟ ପୁନଶ୍ଚ ସେହି ଲିଙ୍ଗନିରୂପଣ କାମ ପାଇଁ ପୋଲିସ ହାତରୁ ଗିରଫ ହୋଇଛନ୍ତି । ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସି ଏହି ଡାକ୍ତରଙ୍କ ପାଖରେ ଗର୍ଭବତୀ ମହିଳାଙ୍କର ଲିଙ୍ଗନିରୂପଣ କରାଉଥିଲେ । ହେଲେ ସବୁଦିନର କାର୍ଯ୍ୟରେ ସେଠାରେ ପୋଲିସ ଓ ସ୍ଵାସ୍ଥ ବିଭାଗର କର୍ମଚାରୀ ପହଞ୍ଚି ପୂର୍ଣ୍ଣଛେଦ ପକାଇଛନ୍ତି ।

ହେଲେ ଅପର ପକ୍ଷରେ ଡାକ୍ତର ଜଣଙ୍କ ନିଜର ସଫେଇ ଦେବାକୁ ଯାଇ ଗଣ ମାଧ୍ୟମ ସାମ୍ନା ରେ କହିଥିଲେ । ତାଙ୍କର ଏହି ମେସିନଟି କିନ୍ତୁ ଖରାପ ହୋଇଯାଇଛି । ଏଠାରେ କୌଣସି ପ୍ରକାର ଲିଙ୍ଗନିରୂପଣ କାମ ମଧ୍ୟ ହେଉନାହିଁ । ମୋତେ ମିଛ ଅଭିଯୋଗରେ ଫସାଇ ଦିଆଯାଇଛି । ହେଲେ ପୋଲିସ ଟିମ ଓ ସ୍ଵାସ୍ଥ ବିଭାଗର ଟିମ ଡାକ୍ତର ଅଲ୍ଟ୍ରାସାଉଣ୍ଡ ମେସିନ ଚଲାଉଥିବା ସମୟରେ ତାଙ୍କ ଘରେ ରେଡ କରିଥିଲେ । ତେବେ ଉକ୍ତ ଅଭିଯୁକ୍ତ ଡାକ୍ତରଙ୍କ ଉପରେ ପୋଲିସ କେଉଁ କଡା କାର୍ଯ୍ୟନୁଷ୍ଠାନ ନେବ ତାହା ଅପେକ୍ଷା ରହିଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *