ଡରି ମରି ଛାନିଆ Daitari panda, ଥାନାରେ କେଶ ହେବା ପରେ..ଏବେ ପୁରୀ ବଡ଼ ଦାଣ୍ଡରେ ଆଣ୍ଠେଇଲେ…

ପୁରୀ ବଡଦାଣ୍ଡରେ କ୍ଷମା ମାଗିଲେ ଦୈତାରୀ ପଣ୍ଡା ! ହଁ ଆଜ୍ଞା ସମସ୍ତଙ୍କ ସାମ୍ନାରେ କାନ୍ଦି କାନ୍ଦି ଭୁଲ ମାଗିଛନ୍ତି ଯାତ୍ରା ଜଗତର ଖଳନାୟକ ଦୈତାରୀ ପଣ୍ଡା ! ତେବେ ନିକଟ ଅତୀତରେ ରାମସେନା ପକ୍ଷରୁ ଯାତ୍ରା କଳାକାର ଦୈତାରୀ ପଣ୍ଡାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଦୈତାରୀ ପଣ୍ଡା କିଛି ଦିନ ପୂର୍ବେ ଯେପରି ପ୍ରଭୁ ଜଗନ୍ନାଥଙ୍କୁ ଅପମାନ ହେଲା ଭଳି ମନ୍ତବ୍ୟ ଦେଇଥିଲେ । ସେହି କଥା ଓଡିଶାର ଜଗନ୍ନାଥ ପ୍ରେମୀ ଲୋକଙ୍କୁ ଆଦ୍ୱାରୁ ମଧ୍ୟ ଭଲ ନଥିଲା ।

ଏହା ଜଗତର ନାଥ ଜଗନ୍ନାଥଙ୍କୁ ଅପମାନ କରିଲା ଭଳି କଥା ଦୈତାରୀ ପଣ୍ଡା କହିଛନ୍ତି ବୋଲି ସବୁଆଡେ ଚର୍ଚା ହୋଇଥିଲା । ତାପରେ ଲୋକମାନେ ପ୍ରତିକ୍ରିୟାଶୀଳ ମଧ୍ୟ ହୋଇ ଉଠିଥିଲେ । ଏପରିକି ରାମସେନା ପକ୍ଷରୁ ଦୈତାରୀ ପଣ୍ଡାଙ୍କ ନାମରେ ଜଳେଶ୍ଵର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ରାମସେନା ଲୋକଙ୍କ କହିବା ଅନୁଯାଇ ଦୈତାରୀ ପଣ୍ଡା ଜଗନ୍ନାଥଙ୍କୁ ଅପମାନ କରିଲା ଭଳି ମନ୍ତବ୍ୟ ଦେଇଛନ୍ତି । ଯାହାକି ଓଡିଶାର ସବୁ ଜଗନ୍ନାଥପ୍ରେମୀଙ୍କ ମନରେ କୁଠାରଘାତ ହୋଇଛି ।

ତେଣୁ ସେ ସମସ୍ତଙ୍କ ସାମ୍ନାରେ ଜଗନ୍ନାଥଙ୍କୁ କ୍ଷମା ମାଗିବା ଉଚିତ । ଖାଲି ସୋସିଆଲ ମିଡିଆରେ ଦୈତାରୀ ପଣ୍ଡା ଭୁଲ ମାଗିଦେଲେ ହେବ ନାହିଁ । ସତରେ ଯଦି ସେ ନିଜ ପାପର ପ୍ରାୟଶ୍ଚିତ କରିବାକୁ ଚାହୁଁଥାନ୍ତି । ତେବେ ତାଙ୍କୁ ପୁରୀ ଯାଇ ବଡ ଦାଣ୍ଡରେ ଆଣ୍ଠେଇ ପ୍ରଭୁ ଜଗନ୍ନାଥଙ୍କୁ କ୍ଷମା ମାଗିବାକୁ ପଡିବ । ତେବେ ସୋସିଆଲ ମିଡିଆରେ ଯାତ୍ରା କଳାକାର ଦୈତାରୀ ପଣ୍ଡା ଲୋକଙ୍କୁ କ୍ଷମା ପ୍ରାଥନା କରିଥିଲେ ମଧ୍ୟ ଲୋକମାନେ ତାଙ୍କର ଏଭଳି ଭୁଲକୁ ସହଜରେ ଗ୍ରହଣ କରିପାରିନଥିଲେ ।

ପରେ ପରେ ଦୈତାରୀ ପଣ୍ଡା ପୁରୀ ବଡଦାଣ୍ଡ ଆସି ପ୍ରଭୁ ଜଗନ୍ନାଥଙ୍କୁ କ୍ଷମା ମାଗିଛନ୍ତି । ଏଥିସହ ଗଣ ମାଧ୍ୟମରେ ଓଡିଶାର ସବୁ ଲୋକଙ୍କୁ ମଧ୍ୟ କ୍ଷମା ପ୍ରାଥନା କରି କହିଛନ୍ତି । ମୁଁ ଭାବପ୍ରବଣ ହୋଇ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଯେଉଁ କଥା କହିଦେଇଛି । ସେଥିପାଇଁ ମୁଁ ବହୁତ ଦୁଃଖୀତ । ତେଣୁ ଓଡିଶାବାସୀଙ୍କ ନିକଟରେ ମୁଁ କ୍ଷମା ପ୍ରାଥନା କରୁଛି । ସେ ମୋତେ ଏହି କଥା ପାଇଁ କ୍ଷମା କରିଦିଅନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *