Siddhanta Mahapatra ଙ୍କୁ ମିଳିବ କି କନ୍ଧମାଳରୁ ଟିକେଟ ! କ’ଣ କହିଲେ ଜାଣନ୍ତୁ…?

ସିଦ୍ଧାନ୍ତ ମହାପାତ୍ରଙ୍କୁ କନ୍ଧମାଳରୁ ମିଳିବ କି ଟିକେଟ ! ଓଡିଆ ଅଭିନେତା ତଥା ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ନିକଟରେ ବିଜେପି ପାର୍ଟିରେ ସାମିଲ ହୋଇଛନ୍ତି । ତେବେ ବିଜେପିରେ ସାମିଲ ହେବା ପରେ ଗଣ ମାଧ୍ୟମ ସାମ୍ନାରେ ସିଦ୍ଧାନ୍ତ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ମୁଁ ବିଜେପିରେ ସାମିଲ ହୋଇଛି । ତେବେ ମୋତେ ସେଠାରେ ଯେଉଁ ପ୍ରକାର ଦାୟିତ୍ଵ ଦିଆଯିବ । ସେହି ଦାୟିତ୍ଵକୁ ମୁଁ ଶ୍ରୁଙ୍ଖଳିତ ଭାବେ ନିର୍ବାହ କରିବାକୁ ଚେଷ୍ଟା କରିବି ।

ମୋତେ ନିର୍ବାଚନ ପାଇଁ ଟିକେଟ ମିଳିବ କି ନାହିଁ ସେ କଥା ତ ମୁଁ ଜାଣିନାହିଁ । କନ୍ଧମାଳରୁ ମୋତେ ଟିକେଟ ମିଳିପାରେ ବୋଲି ଅନେକ ଲୋକ ଚର୍ଚା ମଧ୍ୟ କରୁଛନ୍ତି । ଯେଉଁ କଥାର ସତ୍ୟତା ମୁଁ ଠିକ ଭାବେ ଜାଣିନାହିଁ । ସେ କଥା ଉପରେ ମୁଁ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନାହିଁ । ତେଣିକି ଯଦି ପାର୍ଟି ପକ୍ଷରୁ ମୋତେ କୌଣସି ସ୍ଥାନରୁ ଟିକେଟ ମିଳିବ । ତେବେ ମୁଁ ନିର୍ବାଚନ ଲଢିବି । ନଚେତ ଦଳ ଯାହା ବି ଦାୟିତ୍ଵ ମୋତେ ଦେବ ।

ଜଣେ ଭଲ କର୍ମକର୍ତ୍ତା ଭାବେ ତାହାକୁ ତୁଲାଇବାକୁ ଚେଷ୍ଟା କରିବି । ମୁଁ ବିଜେପିରେ ସାମିଲ ହେଲା ପରେ ସେହି ଦଳର ଜଣେ ଭଲ କର୍ମୀ ହୋଇପାରିବି ବୋଲି ଏତିକି ମୁଁ ନିଜର ପ୍ରତିଶ୍ରୁତି ଦେଇପାରିବି । ତେବେ ସିଦ୍ଧାନ୍ତ ମହାପାତ୍ର ପୂର୍ବରୁ ବିଜେଡି ପାର୍ଟିରେ ରହି କାମ କରି ଆସୁଥିଲେ । ସେହି ଦଳକୁ ଛାଡି ବିଜେପିରେ ମିଶିବାର କାରଣ ସମ୍ପର୍କରେ ମଧ୍ୟ ସିଦ୍ଧାନ୍ତ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

ତାଙ୍କ କହିବା ଆଧାରରେ ମୁଁ ଯେଉଁ ଦଳରେ ଥିଲି । ସେ ଦଳ ପ୍ରତି ମୋର ବିତୃଷ୍ଣା ଭାବ ଆସିନାହିଁ । ହେଲେ ଆମ ଓଡିଶା ଭଳି ପ୍ରାକୃତିକ ଭରା ରାଜ୍ୟରେ 25 ବର୍ଷ ଧରି ଯେଉଁ ସବୁ ଉନ୍ନତି ହୋଇବା କଥା ସେଭଳି ଏତେ ମାତ୍ରାରେ ଡେଭଲୋପମେଣ୍ଟ ହୋଇପାରିଲା ନାହିଁ । ବିଗତ 5 ରୁ 6 ବର୍ଷ ଧରି ରାଜ୍ୟ ଉନ୍ନତି ନାମରେ ଅନେକ ମାତ୍ରାରେ ଅବୋନ୍ନତି ମଧ୍ୟ ରାଜ୍ୟର ହେବା ଦେଖି ଏହି ସବୁ କଥା ମନକୁ ବାଧିଲା । ତେଣୁ ମୁଁ ଦଳ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଲି । ହେଲେ କୌଣସି ଦଳ ପ୍ରତି ମୋ ମନରେ ବିତୃଷ୍ଣା ଭାବ ନାହିଁ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *