Shreemayi Mishra ଙ୍କୁ ନେଇ କାହିଁକି ଏମିତି କଥା କହିଲେ…ଭୁବନେଶ୍ୱର ସାଂସଦ Aprajita Sarangi

ଶ୍ରୀମୟୀଙ୍କ ବିଷୟରେ ଏଭଳି କହିଲେ ଅପରାଜିତା ! ଆଗାମୀ ନିର୍ବାଚନରେ ଭୁବନେଶ୍ବରବାସୀ ଏକ ବଡ ନିର୍ବାଚନୀ ଲଢେଇ ଦେଖିବାକୁ ଯାଉଛନ୍ତି । ବିଜେଡି ଓ ବିଜେପି ଉଭୟ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ କଡାକଡି ଟକ୍କର ଦିଆହୋଇ ଲଢେଇ ହେବା ପାଇଁ ଯାଉଛି । ବିଜେପି ପାର୍ଟି ପକ୍ଷରୁ ଗତ ରବିବାର ଠାରୁ ଅପରାଜିତା ଷଡଙ୍ଗୀଙ୍କୁ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଟିକେଟ ଦେଇସାରିଛି । ବିଜେଡି ପାର୍ଟି ପକ୍ଷରୁ ଗତ ବୁଧବାର ଦିନ କ୍ଯାପଟେନ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ବରର ସାଂସଦ ପ୍ରାର୍ଥୀ କରିଛି ।

 

ହେଲେ ଏଠାରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗଟି ହେଉଛି । ଗତ କିଛି ମାସ ଧରି ବିଜେଡି ପକ୍ଷରୁ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଉପସ୍ଥାପିତ କରି ଆସୁଥିଲା । ଗତ କିଛି ମାସ ଧରି ଶ୍ରୀମୟୀଙ୍କୁ ଅନେକ ନିର୍ବାଚନ ମଣ୍ଡଳୀ ମଧ୍ୟ ବିଜେଡି ବୁଲାଇଛି । ସେଥିପାଇଁ ଭୁବନେଶ୍ବର ଲୋକସଭା ଆସନ ପାଇଁ ବିଜେଡି ପକ୍ଷରୁ ଶ୍ରୀମୟୀଙ୍କୁ ପ୍ରାର୍ଥୀ କରାଯିବ ବୋଲି ଲୋକେ ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲେ ।

ଏପରିକି ଅପରାଜିତା ଷଡଙ୍ଗୀ ଯେତେବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହୁଥିଲେ । ସେତେବେଳେ ଶ୍ରୀମୟୀ ମିଶ୍ର ବିଜେଡି ପକ୍ଷରୁ ତାଙ୍କୁ ପାଲଟା ଜବାଦ ଦେଉଥିଲେ । ହେଲେ ହଟାତ ସବୁକିଛି ବଦଳିଯାଇ ବିଜେଡି ପକ୍ଷରୁ କ୍ଯାପଟେନ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ପାଇଁ ଟିକେଟ ଦିଆଗଲା । ଏହାପରେ ଅପରାଜିତା ଷଡଙ୍ଗୀ ନିଜ ପ୍ରତିକ୍ରିୟାରେ ଏଭଳି କିଛି ବିଜେଡିକୁ ଆକ୍ଷେପ କରି କହିଥିଲେ ।

 

ଯୋ ଡରଗୟା ୱୋ ମରଗୟା । ଏହାର ଅର୍ଥ ହେଉଛି ବିଜେଡି କୁଆଡେ ତାଙ୍କୁ ଡରିଯାଇ ନିଜର ସାଂସଦ ପ୍ରାର୍ଥୀ ବଦଳେଇ ଦେଇଛି । ଭୁବନେଶ୍ବର ଲୋକସଭା ଆସନ ପାଇଁ ବିଜେଡି ପକ୍ଷରୁ ଜଣେ ଭଦ୍ର ମହିଳାଙ୍କୁ ଉପସ୍ଥାପିତ କରାଯାଉଥିଲା । ହେଲେ ତାଙ୍କ ବଦଳରେ ଟିକେଟ କଣ ଆଉ ଜଣଙ୍କୁ ହଟାତ ଦିଆଯିବା ଉଚିତ କି ! ଜଣେ ଭଦ୍ର ମହିଳାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ସବୁ ସ୍ଥାନରେ ଉପସ୍ଥାପିତ କରାଯାଉଥିଲା ବେଳେ ହଟାତ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ କରି ସେହି ଟିକେଟ ଅନ୍ୟଙ୍କୁ ଦେଇଛନ୍ତି । ତେବେ ଏଠାର ଭୁବନେଶ୍ବର ଲୋକସଭା ଆସନ ପାଇଁ କ୍ଯାପଟେନ ମନ୍ମଥ ରାଉତରାୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ଯାଉଛନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *