5T ଅଧକ୍ଷ VK Pandian ଙ୍କ ସୁରକ୍ଷାରେ ଅଛନ୍ତି 74 ଜଣ ପୋଲିସ !

ଭିକେ ପାଣ୍ଡିଆନଙ୍କୁ ଜଗୁଛନ୍ତି 74 ପୋଲିସ ! ଖବର ମୁତାବିକ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରୁ ଆସିଲା ଏଭଳି ସତ୍ୟ ! 5t ଅଧକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷା ନେଇ ବିପୁଳ ଟଙ୍କା ଖର୍ଚ ବର୍ତ୍ତମାନ ଚର୍ଚାର ବିଷୟ ହୋଇଛି । 5 t ଅଧକ୍ଷ ଭିକେ ପାଣ୍ଡିଆନ ୟୁନିଟ-6 ବାସ ଭବନରେ 3 ଟି ସିଫ୍ଟରେ 70 ଜଣ ପୋଲିସ ସୁରକ୍ଷାରେ ନିଯୋଜିତ ହୋଇଛନ୍ତି । ପାଳି କରି ଜଗୁଥିବା ପୋଲିସ ମାନଙ୍କ ମଧ୍ୟରେ 53 ଜଣ କନେଷ୍ଟବଲ ଓ ସିପାହୀ, 11 ଜଣ ହାବିଲଦାର, 4 ଜଣ ମହିଳା କନେଷ୍ଟବଲ ଏବଂ 2 ଜଣ ଶଶକ୍ତ ସବ-ଇନ୍ସପେକ୍ଟର ।

ସେହିପରି ସହର ଭିତରେ ତାଙ୍କ ଗାଡିକୁ ସୁରକ୍ଷା କରିବା ପାଇଁ ଅଧିକ ଜଣ ସୁରକ୍ଷା କର୍ମୀ ନିଯୋଜିତ ହେଉଛନ୍ତି । ଲୋକଙ୍କ ଟିକସରୁ ଅତି କମରେ ଏଥିପାଇଁ 3 କୋଟି ଟଙ୍କା ଖର୍ଚ ହେଉଛି ବୋଲି ଏଭଳି କିଛି ତଥ୍ୟ ସୂଚନା ଅଧିକାରୀ ପ୍ରଦାନ କରିଛନ୍ତି । ଭିକେ ପାଣ୍ଡିୟାନଙ୍କ ସୁରକ୍ଷା ପାଇଁ ମୋଟାମୋଟି ଭାବେ 74 ଜଣ ପୋଲିସଙ୍କୁ ନିଯୋଜିତ କରାଯାଇଛି । ବାର୍ଷିକ 3 କୋଟି ଟଙ୍କା ତାଙ୍କ ସିକ୍ଯୁରୀଟି ପାଇଁ ଖର୍ଚ ହେଉଛି ।

ଜଣେ ସଚିବ ଅଧିକାରୀଙ୍କ ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା କାହିଁକି ଅପବ୍ୟବହାର ରାଜ୍ୟ ସରକାର କରୁଛନ୍ତି ଏହାକୁ ନେଇ ସୂଚନା ଅଧିକାରୀ ମାନେ ପ୍ରଶ୍ନ କରିଛନ୍ତି ? ଦେଶରେ VIP ମାଙ୍କୁ 6 ପ୍ରକାରର ସୁରକ୍ଷା ସୁବିଧା ମିଳିଥାଏ । ରାଜ୍ୟର ମୁଖ୍ୟ ସଚିବ ଓ ବିଧାୟକ ମାନଙ୍କୁ x କାଟାଗୋରିରେ ସବୁଠାରୁ କମ୍ ଜଣେ ବା 2 ଜଣ ସୁରକ୍ଷା କର୍ମୀ ତାଙ୍କ ସୁରକ୍ଷା ପାଇଁ ନିଯୋଜିତ କରାଯାଇଥାଏ ।

y କାଟାଗୋରିରେ 11  ଜଣ, z କାଟାଗୋରିରେ 4 ରୁ 5 କମାଣ୍ଡଙ୍କ ସହ 22 ଜଣ, ମୁଖ୍ୟମନ୍ତ୍ରୀ ମାନଙ୍କୁ z+ କାଟାଗୋରିରେ 10 ଜଣ କମାଣ୍ଡଙ୍କ ସହ 55 ଜଣ ସୁରକ୍ଷା କର୍ମୀ ତାଙ୍କ ପାଇଁ ସୁରକ୍ଷା ଦାୟିତ୍ଵରେ ନିଯୋଜିତ କରାଯାଇଥାନ୍ତି । ହେଲେ କ୍ଯାବିନେଟ ପାହ୍ୟାରେ ଥିବା ଏହି ଅଧିକାରୀ ଜଣଙ୍କୁ 74 ଜଣ ସୁରକ୍ଷା କର୍ମୀ ମିଳିବା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ? ଏପରିକି 5 ବର୍ଷରେ ଜେଟ/ଚପର ବୁଲାରେ ରାଜ୍ୟ ସରକାର 103 କୋଟି ଟଙ୍କା ଖର୍ଚ କରିଛନ୍ତି । ତେବେ ଲୋକଙ୍କ ଟିକସ ଟଙ୍କାରୁ ଏହି ସବୁ ଅପ ଖର୍ଚ ରାଜ୍ୟ ସରକାର କରୁଛନ୍ତି ବୋଲି ଏହାକୁ ନେଇ ବହୁତ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *