ସେଦିନ କ୍ୟାଣ୍ଟିନ ସମ୍ଭାଳୁ ଥିଲେ, ଦେଶ ସମ୍ଭାଳିବେ ! ଜାଣନ୍ତୁ NDAର ରାଷ୍ଟ୍ରପତି ପ୍ରାର୍ଥୀ Draupadi Murmu ଙ୍କ ଜୀବନର ଦୁଃଖମୟ କାହାଣୀ…

ବନ୍ଧୁଗଣ, ସାଧାରଣତଃ କୁହାଯାଏ ଯେ ସଂଘର୍ଷ ଆଗରେ ସମୟ ମଧ୍ୟ ମୁଣ୍ଡ ନୂଆଁଇ ଥାଏ । ଆଜି ଯେମିତି NDA ର ରାଷ୍ଟ୍ରପତିପ୍ରାର୍ଥୀ ଦ୍ରୌପତି ମୁର୍ମୁ ଙ୍କ ଆଗରେ ମୁଣ୍ଡ ନୂଆଁଇଛି ସମୟ । ଦିନେ ମୟୂରଭଞ୍ଜ ରାଜା ଙ୍କ ଦରବାରା ରେ ସାମାନ୍ୟ କର୍ମଚାରୀ ଥିବା ବିରଞ୍ଚିନାରାୟଣଙ୍କ ଝିଅ ଯେ ଦିନେ ରାଷ୍ଟ୍ରପତି ସ୍ଵପ୍ନ ଦେଖିବେ ଏ କଥା କିଏବା ଜାଣିଥିଲା ? ମୟୂରଭଞ୍ଜ ଜିଲ୍ଲା ର ଉପରପଡା ପ୍ରାଥମିକ ବିଦ୍ୟାଳୟ ରେ ପାଠ ପଢିଥିବା ଦ୍ରୌପତି ଆଜି ରାଷ୍ଟ୍ରପତି ଆସନରେ ବସିବାକୁ ଯାଉଛନ୍ତି । ଏହାଠାରୁ ବଡ ଉପହାର ଅନ୍ୟ କିଛି ହୋଇନପାରେ ।

ଭୁବନେଶ୍ଵର ୟୁନିଟ 2 ର ଯେଉଁ ବିଦ୍ୟାଳୟ କୁ ସବୁ ଭୁଲିଯାଇଥିଲେ ସେହି ବିଦ୍ୟାଳୟ ର ଛାତ୍ରୀ ଆଜି ଦେଶର ସର୍ବୋଚ୍ଚ ପଦ ପାଇଁ ଆଜି ଦାବିଦାର । ଆଉ ଆଜି ସବୁଠାରୁ ସେହି ଉଚ୍ଚ ବିଦ୍ୟାଳୟ ର ଚର୍ଚ୍ଚା । ରମାଦେବୀ ମହାବିଦ୍ୟାଳୟ ରେ ହଷ୍ଟେଲ କ୍ୟାଣ୍ଟିନ ସମ୍ଭାଳୁଥିବା ଛାତ୍ରୀ ଆଜି ରାଷ୍ଟ୍ରପତି ରେସରେ । ହଷ୍ଟେଲ କ୍ୟାଣ୍ଟିନ ପରିଚାଳନା କେଉଁଠି ନା କେଉଁଠି ସାମୁହିକ ଦାଇତ୍ଵ ବହନ ର ପାଠ ପଢାଇଥିବା ।

ଆଉ ସେହି ପାଠ ବର୍ତ୍ତମାନ ମୁର୍ମୁ ଙ୍କ ଜୀବନରେ ପ୍ରତୀଟି ସୋପାନରେ କାମ ଆସୁଛି ଆଉ ଆସୁଥିବ । ଏଥିପାଇଁ ସଂଘର୍ଷ ନୂଆ ପରିଚୟ ଦିଏ, ପ୍ରତୀଟି ଅପରିଚିତ କୁ ଚର୍ଚ୍ଚା ରେ ରଖେ ଆଉ ସମୟ କୁ ମୁଣ୍ଡ ନୂଆଇଁବାକୁ ବାଧ୍ୟ କରିଥାଏ । ତେବେ ବନ୍ଧୁଗଣ ଶିକ୍ଷା ସବୁବେଳେ ଆମ୍ଭକୁ ଉଚ୍ଚ ସ୍ତରରେ ନେଇ ବସାଇଥାଏ ।

ଆଜିଭଳି ଦିନରେ ଏଭଳି ଅନେକ ଲୋକେ ଅଛନ୍ତି ଯେଉଁମାନେ ନିଜ ଝିଅ କୁ ପାଠ ପଢାଇବାକୁ ମନା କରିଦେଉଛନ୍ତି । ସେମାନଙ୍କ ଚିନ୍ତାଧାରା ଏଭଳି ଯେ ଝିଅ ଟି ବିବାହ ପରେ ନିଜ ଶାଶୁ ଘରେ ଶୋଭା ପାଇଥାଏ । କିନ୍ତୁ ସେମାନେ ଭୁଲି ଜାଆନ୍ତି ଯେ ଶିକ୍ଷା ବଳରେ ଜଣେ ଝିଅ ସାରା ସଂସାରକୁ ଜିତିପାରେ ।

ତେବେ ସେହିଭଳି କିଛି କରିଛନ୍ତି ଦୌପତି ମୁର୍ମୁ । ପାଠ ପଢା ସହିତ କ୍ୟାଣ୍ଟିନ କୁ ପରିଚାଳନା କରୁଥିବା ମହିଳା ଆଜି ରାଷ୍ଟ୍ରଭବନ ର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହା ତାଙ୍କ ପାଇଁ ବହୁତ ଆନନ୍ଦ ଆଣିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ମଧ୍ୟ ଦୌପତି ଙ୍କୁ ନେଇ ଗର୍ବ ଅନୁଭବ କରିଛନ୍ତି । ତେବେ ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *