ସ୍କୁଲ ଯିବା ସମୟରେ ଝିଅଟିର ଆରମ୍ଭ ହେଇଗଲା Periods, ତା’ପରେ ପୁଅଟି ଯାହା କଳା ଦେଖି କି ସମସ୍ତଙ୍କର ଉଡିଗଲା ହୋସ…

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବର ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ସ୍କୁଲ ଯିବା ସମୟରେ ବସରେ ଜଣେ ଛାତ୍ରୀର ପିରିୟଡ୍ସ ହେଇଗଲା । ଆଉ ଏହାକୁ ଦେଖି ଜଣେ ପୁଅ ଯେଉଁ କାମ କରିଲା ତାହା ଅତ୍ୟନ୍ତ ପ୍ରଶଂସନୀୟ । ମିଡିଆ ରିପୋର୍ଟସ ଅନୁସାରେ ଗୋଟେ ଝିଅ ସ୍କୁଲ ବସରୁ ନିଜ ଘରକୁ ଆସୁଥିଲା । ବସରେ ଫେରିବା ବେଳେ ସେ ଝିଅର ପିରିୟଡ୍ସ ଆରମ୍ଭ ହେଇଗଲା । ପିରିୟଡ ହେବା କାରଣରୁ ତାର ବ୍ଲିଡିଙ୍ଗ ହେଲା । ସେହି ବସରେ ଥିବା ଗୋଟେ ପୁଅ ସେହି ଝିଅର ସମସ୍ୟା ବିଷୟରେ ଜାଣି ପାରିଲା ।

ଏହା ପରେ ପୁଅଟି ଯାହା କରିଲା ଝିଅର ମା ସହ ସୋସିଆଲ ମିଡିଆ ୟୁଜର୍ସ ମାନେ ତାର ପ୍ରଶଂସା କରୁଛନ୍ତି । ସେ ପୁଅ ଝିଅ ଠାରୁ ଏକ ବର୍ଷ ବଡ ଥିଲା । ସେ ପୁଅ ଚୁପ ଚାପ ଯାଇ ଝିଅର କାନରେ କହିଲା, ମୋ ସ୍ଵିଟର ନିଅ ଆଉ ତମ ଅଣ୍ଟାରେ ବାନ୍ଧି ଦିଅ । ସେହି ସମୟରେ ଝିଅଟି ସଙ୍କୋଚ କରୁଥିଲା ହେଲେ ପୁଅ କହିଲା ଆପଣ ଚିନ୍ତା କରନ୍ତୁ ନାହିଁ ମୋ ଘରେ ମୋର ନିଜ ଭଉଣୀ ଅଛି ।

ଏହା ପରେ ଝିଅଟି ନିଜ ଅଣ୍ଟାରେ ସ୍ଵିଟର ବାନ୍ଧି ନିଜ ଘରକୁ ଚାଲି ଗଲା । ଏହା ପରେ ଝିଅ ଯାଇ ନିଜ ମାକୁ ସବୁ କହିଲା । ଝିଅର ମା ଫେସବୁକରେ ଏକ ପୋଷ୍ଟ କରି କହିଲେ ମୁଁ ସେ ପୁଅକୁ ଧନ୍ୟବାଦ ଦେବାକୁ ଚାହୁଁଛି ଯିଏ ମୋ ଝିଅର ସାହାର୍ଯ୍ୟ କରିଲା । ଆଉ ମୁଁ ସେ ମାକୁ ବି ଧନ୍ୟବାଦ ଦେବାକୁ ଚାହୁଁଛି ଯିଏ ଏତେ ଭଲ ପୁଅ ଜନ୍ମ କରିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *