ଶୁଖିଲା ମୁହଁରେ ହସ ଫୁଟିଲା…, ଏବେ କିପରି ଅଛି Rahul ଙ୍କ ସ୍ବାସ୍ଥ୍ୟବସ୍ଥା ? ଭାଇରାଲ Rahul ଙ୍କ ଏହି Video

ବନ୍ଧୁଗଣ ରାହୁଲ ଉଦ୍ଧାର ହେବା ପରେ ଏବେ ଛତିଶଗଡରେ ସୁଖର ବାତାବରଣ ଖେଳି ଯାଇଛି । ଏହି ଘଟଣାଟି ହେଉଛି ବୋରୱେଲ ଭିତରେ ଫସିଥିବା ରାହୁଲର । ତେବେ ବନ୍ଧୁଗଣ ଗତ ଶୁକ୍ରବାର ଠାରୁ ଗତ ମଙ୍ଗଳବାର ପର୍ଯ୍ୟନ୍ତ ବୋରୱେଲରେ ଫସିଥିବା ରାହୁଲ ମୃତ୍ୟୁକୁ ବାଦ ଦେଇ ଦୀର୍ଘ ୧୦୫ ଘଣ୍ଟା କାଳ ସଂଘର୍ଷ କରି ବିଜୟ ହୋଇଛି । ପଥର ଚଟାଣର ଛାତି ଚିରି ବାହାରକୁ ବାହାରିଛି ଦିବ୍ୟାଙ୍ଗ ନାବାଳକ ରାହୁଲ ସାହୁ ।

ବନ୍ଧୁଗଣ ରାହୁଲ ହେଉଛି ଏକ ଦିବ୍ୟାଙ୍ଗ ନାବାଳକ । ସେ କଥା କହି ପାରେନି କି ଶୁଣିପାରେନି । ହେଲେ ବନ୍ଧୁଗଣ ତାର ଧର୍ଯ୍ୟ ଆଉ ସାହାସ ଆଗରେ ହାର ମାନିଲା ମୃତ୍ୟୁ । ପଥରର ଛାତି ଚିରି ସେ ଆଜି ପଦାକୁ ଆସିଛି । ରାହୁଲକୁ ଉଦ୍ଧାର କରିବା ପରେ ସିଧା ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ସେଠାରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି ।

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଆସିଛି ଏକ ବଡ ଖବର । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଖୁସି ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ।

ଏହି ଫଟୋରେ ରାହୁଲ ହସୁ ଥିବାର ନଜର ଆସୁଛନ୍ତି । ଏହି ଫଟୋଟି ହେଉଛି ବିଳାସପୁର ଆପୋଲୋ ହସ୍ପିଟାଲର ଯେଉଁଠି ରାହୁଲ ଚିକିତ୍ସିତ ହେଉଛନ୍ତି । ରାହୁଲର ମୁହଁରେ ଆସିଥିବା ଏହି ହସ ଦେଖିଲେ ଯେ କେହି ବି ଖୁସି ହେବା ସ୍ଵାଭାବିକ । କାରଣ ଏ ହେଉଛନ୍ତି ସେ ରାହୁଲ ଯିଏ 5 ଦିନ ଯାଏଁ ମୃତ୍ୟୁର ଗାତ ଭିତରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ । ଦେଖନ୍ତୁ କେମିତି ଅଛନ୍ତି ଏବେ ରାହୁଲ ।

ହସ୍ପିଟାଲରେ ଉଠା ଯାଇଥିବା ଏହି ଫଟୋ ବୟାନ କରୁଛି ଯେ ରାହୁଲଙ୍କ ଚିକିତ୍ସା କେବେ ଭଲରେ ଚାଲିଛି । ଏବେ ରାହୁଲ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି । ହସ୍ପିଟାଲ ବେଡରେ ରହି ଖାଉଛନ୍ତି ଆଉ ମଝିରେ ମଝିରେ ଡାକ୍ତର ଆସି ତାଙ୍କ ସ୍ୱାସ୍ଥ୍ୟ ପରଖୁ ଛନ୍ତି । ଏବେ ଉଭୟ ରାହୁଲଙ୍କ ବାପା ଓ ମା ରାହୁଲଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *