ଶ୍ରେୟସ୍ Rahul Dravid ଙ୍କ ଜ୍ଵାଇଁ ପୁଅ…ଜାଣନ୍ତୁ କଣ ଅଟେ ପୁରା ମାମଲା… 

ଭାରତ ଓ ଦକ୍ଷିଣ ଆଫ୍ରିକା ମାଧ୍ୟମରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି20 ସିରିଜର ଚତୁର୍ଥ ମ୍ୟାଚ ରାଜକୋଟରେ ଥିବା ସ୍ବରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳା ଯାଇଥିଲା । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର କ୍ୟାପଟେନ ଟିମ୍ବା ବାବୁମା ଟସ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥି ସହିତ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଟିମର ଆରମ୍ଭ ବହୁତ ଖରାପ ଥିଲା । ମ୍ୟାଚ ଆରମ୍ଭ ହେଉ ହେଉ ଟିମ ଦୁଇଟି ୱିକେଟ ହରାଇ ଥିଲା ।

ମ୍ୟାଚରେ ଶ୍ରେୟସ ଆୟର ମଧ୍ୟ କିଛି ବିଶେଷ କରିପାରି ନଥିଲେ ତେଣୁ ସେ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି । ତେବେ କାହିଁକି ଟ୍ରୋଲ ହେଲେ ଆୟର । ଏହି ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ କ୍ରିକେଟ ଟିମର ଆରମ୍ଭ ବହୁତ ଖରାପ ଥିଲା । ଟିମର ଓପନର ଋତୁରାଜ ଗାୟକବାଡ ମ୍ୟାଚର ଦ୍ଵିତୀୟ ଓଭରରେ ମାତ୍ର 5 ରନ୍ ସଂଗ୍ରହ କରି ଆଉଟ ହେଇଥିଲେ ।

ଏହା ପରେ କ୍ରିସକୁ ଆସିଥିଲେ ଶ୍ରେୟସ ଆୟର । ଶ୍ରେୟସଙ୍କ ଠାରୁ ଗୋଟେ ଭଲ ଇନିଙ୍ଗ୍ସ ଆଶା କରଯାଇଥିଲା । କିନ୍ତୁ ସେ ଦକ୍ଷିଣ ଆଫ୍ରିକାର ବୋଲର ମାନଙ୍କ ବୋଲିଂ ଦେଖି ଭୟବିତ ହୋଇ ଆଉଟ ହୋଇଯାଇଥିଲେ । ମାର୍କୋଇଙ୍କ ଦ୍ଵାରା ଏଲବିଡବ୍ଲୁ ହୋଇ ଶ୍ରେୟସ ପାଭେଲନ ଫେରିଥିଲେ । ଆୟର ମାତ୍ର 4 ରନ୍ କରି ଆଉଟ ହୋଇଥିଲେ । ଏହି କାରଣରୁ ପ୍ରଶଂସକ ମାନେ ଶ୍ରେୟସ ଆୟରଙ୍କ ଏଭଳି ଖେଳ ପଦର୍ଶନ ଦେଖି ଅଶୋନ୍ତୁଷ୍ଟ ହୋଇଛନ୍ତି ।

ଏହା ସହ ସୋସିଆଲ ମିଡିଆରେ ଆୟରଙ୍କ ବିରୋଧରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି, ଆୟର ଭଲ ଖେଳି ପାରୁ ନାହାନ୍ତି । ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଖେଳା ଯାଉ । ଅନ୍ୟ ଜଣେ ଲେଖିଛନ୍ତି କଣ ଶ୍ରେୟସ ଆୟର ରାହୁଲ ଦ୍ରାବିଡଙ୍କ ଜ୍ଵାଇଁ ପୁଅ । ଏତେ ଖରାପ ଖେଳିବା ପରେ ବି ତାଙ୍କୁ ମ୍ୟାଚରେ ସ୍ଥାନ ମିଳୁଛି ।

ଆଉ ଜଣେ ୟୁଜର ଲେଖିଛନ୍ତି ଫାଷ୍ଟ ବୋଲରଙ୍କ ସାମ୍ନାରେ ଆୟର ଖେଳି ପାରୁ ନାହାନ୍ତି ତେଣୁ ତାଙ୍କୁ ଟିମରୁ ବାହାର କରାଯାଉ । ତା ହେଲେ ବନ୍ଧୁଗଣ ଏଭଳି ଅନେକ ୟୁଜର୍ସ ଶ୍ରେୟସ ଆୟରଙ୍କ ବିରୋଧରେ ମତ ପ୍ରକାଶ କରିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *