ସତ ସାମ୍ନାକୁ ଆଣିଲା CC TV! ଖୋଲିଦେଲା ସବୁ ଗୁମର !

ସତ ସାମ୍ନାକୁ ଆଣିଲା ସିସିଟିଭି ! ଖବର ମୁତାବିକ ଗତ ମେ’ 25 ତାରିଖ ଇଭିଏମ ଭାଙ୍ଗିବା ଘଟଣାରେ ଆସିଛି ଏଡ଼ି ପ୍ରମାଣ । ଯେଉଁଥିରେ ଇଭିଏମ ମେସିନ ପ୍ରଶାନ୍ତ ଜଗଦେଭ ଭାଙ୍ଗିଛନ୍ତି କି ନାହିଁ ତାହା ସ୍ପଷ୍ଠ ଭାବେ ଜଣା ପଡିଛି । ତେବେ ସିସିଟିଭି ଫୁଟେଜର ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଛାଡିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ତେବେ ଅପରାଜିତା ଷଡଙ୍ଗୀ ନିଜେ ସୋସିଆଲ ମିଡିଆରେ ସିସିଟିଭି ଫୁଟେଜକୁ ଛାଡିବା ସହ ଏଭଳି ମଧ୍ୟ ଲେଖି ଜଣାଇଛନ୍ତି ।

ସତ କେବେ ଲୁଚି ରହେନା । ଯେ ବିଧାୟକ ପ୍ରଶାନ୍ତ ଜଗଦେଭ ସେଦିନ ଇଭିଏମ ଭାଙ୍ଗିନଥିଲେ ବୋଲି ସ୍ପଷ୍ଟ ଭାବେ ଜଣା ପଡିଛି । ତେବେ ଯାହା ଆଶଙ୍କା କରାଯାଉଥିଲା । ତାହାର ଗୁମର ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । ତେବେ ଗତ ମେ’ 25 ତାରିଖରେ ଯେତେବେଳେ ପ୍ରଶାନ୍ତ ଜଗଦେଭ ବୁଥ ମଧ୍ୟକୁ ଭୋଟ ଦେବାକୁ ଯାଇଥିଲେ । ସେତେବେଳେ ଗୋଟିଏ ଭୋଟ ଦେଇ ସାରି ଆଉ ଗୋଟେ ଭୋଟ ଦେବାକୁ ଆସିବା ବେଳକୁ ହଟାତ ଇଭିଏମ ମେସିନ ଭଙ୍ଗାରୁଜା ହୋଇଯାଇଥିଲା ।

ତେବେ ଏଭଳି ଭାବେ ବୁଥରେ ପ୍ରବେଶ କରି ଇଭିଏମ ମେସିନ କିଏ ଭାଙ୍ଗିଲା ବୋଲି ତାହାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ? ତେବେ ଏହି ଇଭିଏମ ମେସିନ ଭାଙ୍ଗିଥିବା ଅଭିଯୋଗରେ ପ୍ରଶାନ୍ତ ଜଗଦେଭଙ୍କୁ ସଙ୍ଗେ ସଙ୍ଗେ ପୋଲିସ ଗିରଫ କରିକି ମଧ୍ୟ ନେଇଯାଇଥିଲା । ତେବେ ଏହି ପ୍ରସଙ୍ଗଙ୍କୁ ନେଇ ବହୁତ କିଛି ତଦନ୍ତ ଚାଲିଥିବା ବେଳେ ବହୁତ ଗୋଟିଏ ପରେ ଗୋଟିଏ ସବୁ ଗୁମୁର ଫିଟିବାରେ ଲାଗିଥିଲା ।

ଯେ ପ୍ରଥମେ ଅପରାଜିତା ଷଡଙ୍ଗୀଙ୍କ ଡ୍ରାଇଭରକୁ କିଛି ପୋଲିସ ମାଡ ମାରି ଧମାକାଇ ଇଭିଏମ ମେସିନ ପ୍ରଶାନ୍ତ ଜଗଦେଭ ଭାଙ୍ଗିଛି ବୋଲି କହିବାକୁ ଧମକ ମିଳିଥିଲା । ତାପରେ ଡ୍ରାଇଭର ଜଣଙ୍କ ଭୟଭୀତ ହୋଇ ଏହି କଥାକୁ ପରେ ଗଣ ମାଧ୍ୟମରେ ଖୋଲି କହିଦେଇଥିଲେ । ଏବେ ପୁଣି ଅପରାଜିତା ଷଡଙ୍ଗୀ ନିଜ ସୋସିଆଲ ମିଡିଆରେ ଏକ ସିସିଟିଭି ଫୁଟେଜ ଛାଡିଛନ୍ତି ।

ଯେଉଁଥିରେ ପ୍ରଶାନ୍ତ ଜଗଦେଭ ଇଭିଏମ ମେସିନ ଭାଙ୍ଗି ନାହାନ୍ତି ବୋଲି ଅପରାଜିତା ଷଡଙ୍ଗୀ କହିଛନ୍ତି । ଏଥିସହ ଅପରାଜିତା ଲେଖିଛତି ଯେ ସତ କେବେବି ଅଧିକ ସମୟ ପର୍ଯ୍ୟନ୍ତ ଲୁଚି ରହେନା । ଯାହାର ପ୍ରମାଣ ଏବେ ଆପଣଙ୍କ ଆଗରେ ଅଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାତୁ ।

Leave a Reply

Your email address will not be published. Required fields are marked *