ହାତ ବାଡେଇ ବିରୋଦ୍ଧିଙ୍କୁ ଜବାବ ଦେଲେ…Odisha CM Naveen Pattnayak

ହାତ ବାଡେଇ ଜବାବ ରଖିଲେ ନବୀନ ! ସୂଚନା ମୁତାବିକ ବର୍ତ୍ତମାନର ବହୁ ଚର୍ଚିତ ଏକ ଭିଡିଓ ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କର ହାତ ଥରିବା କଥାକୁ ନେଇ ବିଜେପି ଏକ ବହୁତ ବଡ ପ୍ରସଙ୍ଗ ସୃଷ୍ଟି କରିଥିଲା । ଏଥିସହ ସେହି ବିଷୟରେ ବହୁତ କିଛି ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକପାଣ୍ଡିୟାନଙ୍କୁ ଟାର୍ଗେଟ କରି କହିଥିଲା । ତେବେ ଏହାରି ଉପରେ ଜବାବ ରଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ଭିଡିଓ ପ୍ରସ୍ତୁତ କରି ବିଜେପିକୁ ଟାର୍ଗେଟ କରି କହିଛନ୍ତି ।

ନବୀନ ପଟ୍ଟନାୟକ ଭିଡିଓରେ କହିବା ସମୟରେ ସେଠାରେ ଥିବା ଟେବୁଲ ଉପରେ ନିଜ ହାତକୁ ବାଡେଇ ଭାରତୀୟ ଜନତା ପାର୍ଟିକୁ କଡା ଜବାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହାତ ଥରିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଯେ ଭାରତୀୟ ଜନତା ପାର୍ଟି ସବୁବେଳେ ଭିତ୍ତିହୀନ କଥାକୁ ନେଇ ଗୋଟିଏ ଅପ୍ରସଙ୍ଗ ସୃଷ୍ଟି କରି କହିଥାଏ । ଅପ୍ରସଙ୍ଗ କଥାକୁ ପ୍ରସଙ୍ଗ ବନେଇ କହିବା ହେଉଛି ବିଜେପି ଦଳର କାମ । ସେଥିପାଇଁ ସେମାନେ ମୋ ହାତ ବିଷୟରେ ଚର୍ଚା କରିଛନ୍ତି ।

ହେଲେ ତାହା ଫଳପ୍ରଦ ହେବ ନାହିଁ ବୋଲି ସିଧାସଳଖ ଭିଡିଓରେ ବିଜେପିକୁ କଡା ଜବାବ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କର ଏଆଇ ଭିଡିଓ କରିକି ତାଙ୍କୁ ବଦନାମ କରିବା ପାଇଁ ବିରୋଦ୍ଧି ଏଭଳି କରୁଛନ୍ତି । ତେବେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କର ହାତ ଥରା ଭିଡିଓ ଭାଇରାଲ ହେବା ପରେ ସେହି ପ୍ରସଙ୍ଗକୁ ନେଇ ବିଜେପି ଚର୍ଚା କରିଥିଲା ।

ତେବେ ଏହା ଉପରେ ଖୋଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଭିଡିଓ କରି ଟେବୁଲରେ ନିଜ ହାତକୁ ବାଡେଇ ବିରୋଦ୍ଧି ଦଳ ଭାରତୀୟ ଜନତା ପାର୍ଟିକୁ ଜବାବ ଦେଇ କହିଥିଲେ । ଯେ ଅପ୍ରସଙ୍ଗ କଥାକୁ ପ୍ରସଙ୍ଗ ପ୍ରସଙ୍ଗ କରିବା ହେଉଛି ଭାରତୀୟ ଜନତା ପାର୍ଟି ଦଳର କାମ । ତେଣୁ ତାଙ୍କର ଏଭଳି କରିବା କୌଣସି ମଧ୍ୟ ଆଗାମୀ ଦିନରେ ଫଳପ୍ରଦ ହେବ ନାହିଁ । ଭାରତୀୟ ଜନତା ପାର୍ଟି ଦଳର ଲୋକଙ୍କର ସାଧାରଣ ଲୋକଙ୍କ ଆଗରେ ଯେତେ ମିଛ ଅପ ପ୍ରଚାର କରିଲେ ବି ତାହା ଜମା ରୁ ମଧ୍ୟ କାମ ଦେବନାହିଁ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *