“ଧନ ତୁ କୋଉଠି ଅଛୁ ମୋ ପଖକୁ ଫେରିଆ… ତୋତେ ମୁଁ ଜୀବନଠୁ ବି ଅଧିକା ଭଲପାଏ ତୁ ଫେରିଆ ଲୋ….”

ଧନ ତୁ କେଉଁଠି ଅଛୁ ଫେରିଆ…ତୋ ପେଟରେ ମୋ ଛୁଆ ଅଛି । ହଁ ଆଜ୍ଞା ଫେରାର ହୋଇଯାଇଥିବା ସ୍ତ୍ରୀ କୁ କାନ୍ଦି କାନ୍ଦି ଗୁହାରୀ ଡାକୁଛି ସ୍ଵାମୀ । ଧନ ତୁ ଯେଉଁଠି ଅଛୁ ଫେରିଆ ତୋ ପେଟରେ ମୋ 4 ମାସର ଛୁଆ ରହିଛି । ମୁଁ ତୋତେ ବହୁତ ଭଲ ପାଏ । ମୋ ଜୀବନ ଠାରୁ ମୁଁ ତୋତେ ଅଧିକ ଭଲ ପାଏ । ତୋର ସବୁ ଭୁଲ୍ କୁ ମୁଁ କ୍ଷମା କରିଦେବି । ତୁ ଘରକୁ ମୋ ପାଖକୁ ଫେରିଆସିଲେ । ତୋତେ ମୁଁ ଭଲରେ ଭଲରେ ଗ୍ରହଣ ମଧ୍ୟ କରିବି । ହେଲେ ଧନ ତୁ ଯେଉଁଠାରେ ଅଛୁ ମୋ ପାଖକୁ ଫେରିଆ ।

ତୋ ପେଟରେ ପରା ମୋ ଛୁଆ ବଢୁଛି । ଆମ ପିଲାର ଭବିଷ୍ୟତ କଥା ଭାବିକି ତୁ ମୋ ପାଖକୁ ଫେରିଆ । ହଁ ଆଜ୍ଞା ସୂଚନା ମୁତାବିକ ସ୍ଵାମୀ ମୁହଁରେ ସ୍ଵାମୀ ମୁହଁରେ ନିଶା ସ୍ପ୍ରେ କରି ଆଲମାରୀରୁ 30 ଲକ୍ଷ ଟଙ୍କା ନେଇ ସ୍ତ୍ରୀ ନିଜ ପ୍ରେମିକ ସହ ଫେରାର ହୋଇଯାଇଛି । ଯାହା ପରେ କାନ୍ଦି କାନ୍ଦି ସ୍ଵାମୀ ନିଜ ସ୍ତ୍ରୀ କୁ ଫେରିଆସେ ବୋଲି କହୁଛି । ଏଭଳି ଘଟଣା ପିପିଲି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ବିବାହ ପରେ ବ୍ୟାଚ ଫିଷ୍ଟରେ ଦେଖା ହୋଇଥିଲା ।

ତାପରେ ଇନଷ୍ଟାଗ୍ରାମରେ ପ୍ରେମ ହୋଇଥିଲା । ତାପରେ ଗର୍ଭବତୀ ସ୍ତ୍ରୀ ଜଣଙ୍କ ନିଜ ସ୍ଵାମୀ ସହ ଷଡଯନ୍ତ୍ର କରି ନିଜ ସ୍ଵାମୀ ସହ ଫେରାର ହୋଇଯାଇଛି । ହେଲେ ଏପଟେ ସ୍ଵାମୀ କାଙ୍ଗୁ ଭଟ୍ଟ କହୁଛି, ଯେ ତାଙ୍କ ସ୍ତ୍ରୀ କୁ ସେହି ଯୁବକ ଜଣଙ୍କ କିଡନାପ କରିନେଇଛି । କାରଣ ତାଙ୍କ ସ୍ତ୍ରୀ ଉପରେ ତାଙ୍କର ବହୁତ ବିଶ୍ବାସ ରହିଛି । ଛବି ମହାନ୍ତି ନାମକ ଏକ ଯୁବକ ତାଙ୍କ ସ୍ତ୍ରୀ କୁ ତାଙ୍କ ଠାରୁ ଅପହରଣ କରିନେଇଯାଇଛି ।

ତେବେ କାଙ୍ଗୁ ଙ୍କ ସ୍ତ୍ର୍ରୀ ବିବାହ ପରେ ବ୍ୟାଚ ଫିଷ୍ଟକୁ ଯାଇଥିବା ବେଳେ ତାଙ୍କର ଛବି ମହାନ୍ତି ନାମକ ଏକ ଯୁବକ ସହ ଦେଖା ହୋଇଥିଲା । ପରେ ପରେ ସୋସିଆଲ ମିଡିଆରେ ତାଙ୍କର ପ୍ରେମ ମଧ୍ୟ ହୋଇଥିଲା । ଏହାପରେ ଗତ ସୋମବାର ରାତିରେ ସ୍ଵାମୀକୁ ନିଶା ଦେଇ ପେଟରେ 4 ମାସର ଛୁଆକୁ ଧରି ସ୍ତ୍ରୀ ଜଣଙ୍କ ନିଜ ପ୍ରେମିକଙ୍କ ସହ ଫେରାର ହୋଇଯାଇଛି । ଖବରର ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *