ସମ୍ବଲପୁର ଲୋକସଭା ସିଟ ଏଥର କିଏ ହାତେଇବ ? BJD/BJP

ସମ୍ବଲପୁରରୁ କିଏ ଜିତିବ ! ସୂଚନା ମୁତାବିକ ଆସନ୍ତା 25 ତାରିଖରେ ରାଜ୍ୟରେ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । 6 ଟି ଲୋକସଭା ସିଟ ମଧ୍ୟରୁ ସବୁଠାରୁ ଅଧିକ ଚର୍ଚାରେ ଯାହା ବର୍ତ୍ତମାନ ରହିଛି ତାହା ହେଉଛି ସମ୍ବଲପୁର ଓ କଟକ ଲୋକସଭା ଆସନ । ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ମୁହାଁମୁହିଁ ହେବାକୁ ଯାଉଛି । ତେବେ ସମ୍ବଲପୁରରେ ବିଗ ଫାଇଟ ହେବାକୁ ଯାଉଛି ବୋଲି ଚର୍ଚା ହେବାରେ ଲାଗିଛି ।

ଗୋଟେ ପଟେ ବିଜେପିର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ପଟେ ବିଜେଡିର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ବିଜେଡି ଓ ବିଜେପିକୁ ଟକ୍କର ଦେବା ପାଇଁ କଙ୍ଗ୍ରେଶ ମଧ୍ୟ ସାଂସଦ ପ୍ରାର୍ଥୀ ଭାବେ ନଗେନ୍ଦ୍ର କୁମାର ପ୍ରଧାନ । ତେବେ ଏହିସବୁ ମଧ୍ୟରେ କିନ୍ତୁ ବିଜେଦ୍ଦି ଓ ବିଜେପି ସମ୍ବଲପୁରକୁ ହାତେଇବା ପାଇଁ ମାରାଥନ ପ୍ରଚାର କରିବାରେ ଲାଗି ପଡିଛନ୍ତି । ତେବେ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି ।

ଯେ କଙ୍ଗ୍ରେଶ, ବିଜେଡି ଓ ବିଜେପି 3 ଟି ଯାକ ଦଳର ସମ୍ବଲପୁର ସାଂସଦ ପ୍ରାର୍ଥୀ ନିଜକୁ ପୁରା ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇଛନ୍ତି । ହେଲେ ବିଶେଷ କରି ବିଜେଡିର ପ୍ରଣବ ପ୍ରକାଶ ଦାସ ଓ ବିଜେପିର ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ କିଛି ଏହି ନିର୍ବାଚନରେ ଘମାଘୋଟ ଲଢେଇ ହେବାକୁ ଯାଉଛି । ହେଲେ ଏମାନଙ୍କ ମଧ୍ୟରେ ଏଥର ସମ୍ବଲପୁରରେ କିଏ ବାଜି ମାରିବ ତାହା ତ ସମ୍ବଲପୁର ଲୋକ ଆଗକୁ ନିର୍ଣ୍ଣୟ କରିବେ ।

ଅପର ପକ୍ଷରେ କଟକରେ ମଧ୍ୟ ସାଂସଦ ପ୍ରାର୍ଥୀ ଭାବେ ବିଜେଡିରୁ ଠିଆ ହୋଇଥିବା ସନ୍ତୃପ୍ତ ମିଶ୍ର ଓ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୁହରି ମହତାବଙ୍କ ମଧ୍ୟରେ ବି ଜୋରଦାର ଟକ୍କର ହେବାକୁ ଯାଉଛି । କଟକରେ ବିଜେଡି, ବିଜେପି ଓ କଙ୍ଗ୍ରେଶ ମଧ୍ୟରେ ତ୍ରିମୂଖୀ ଲଢେଇ ହେବାକୁ ଯାଉଛି ବୋଲି ମଧ୍ୟ ରାଜନୀତି ମାହୋଲରେ ଚର୍ଚା ଆରମ୍ଭ ହୋଇଯାଇଛି । ହେଲେ ମୋଦୀ ଗ୍ୟାରେଣ୍ଟି ବନାମ ନବୀନ ଗ୍ୟାରେଣ୍ଟି ମଧ୍ୟରେ ହିଁ ପ୍ରାର୍ଥୀ ଆମ୍ନାସାମ୍ନି ହେଉଛନ୍ତି ।

ବିଜେପି ପ୍ରାର୍ଥୀ ପୂର୍ବରୁ 6 ଥର ସାଂସଦ ହୋଇସାରିଥିବା ଭର୍ତ୍ତୁହରି ମହତାବ କଟକ ବୁଲି ବୁଲି ନବୀନ ଗ୍ୟାରେଣ୍ଟିର ଭରଷା ଦେଇ ଭୋଟ ମାଗୁଛନ୍ତି । ଅପର ପକ୍ଷରେ ବିଜେଡି ପ୍ରାର୍ଥୀ ସନତୃପ୍ତ ମିଶ୍ର ନବୀନ ଗ୍ୟାରେଣ୍ଟି କହି ନିର୍ବାଚନ ଜିତିବାରେ ଜୋରଦାର ଲାଗି ପଡିଛନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *