ରତ୍ନଭଣ୍ଡାର ଚାବିକାଠି କେଉଁଠି ? ହଁ ଆଜ୍ଞା ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବିକାଠିକୁ ନେଇ ବର୍ତ୍ତମାନ ରାଜ୍ୟ ରାଜ୍ୟନୀତିରେ ଖୁବ ଚର୍ଚା ଲାଗି ରହିଛି । ବିରୋଦ୍ଧି ଦଳ ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗଙ୍କୁ ନେଇ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷୁଛନ୍ତି । ରତ୍ନଭଣ୍ଡାରର ଚାବି କୁଆଡେ ଗଲା ? ରତ୍ନଭଣ୍ଡାରର ଚାବିକାଠି ଡୁପ୍ଳିକେଟ କିଏ ତିଆରି କରିଲା ? ରତ୍ନଭଣ୍ଡାର ଖୋଲାଯାଉ ନାହିଁ କାହିଁକି ? ତେବେ ଏ ସବୁ ପ୍ରସଙ୍ଗରେ ବର୍ତ୍ତମାନ ଜୋରଦାର ଚର୍ଚା ହେବାରେ ଲାଗିଛି ।
ତେବେ ଏହି ପ୍ରସଙ୍ଗରେ ବୁଦ୍ଧିଜୀବୀ ମାନେ କଣ ସବୁ ପ୍ରତିକ୍ରିୟା ରଖିଛନ୍ତି ଆସନ୍ତୁ ଜାଣିବା । ତେବେ ଲୋକମାନଙ୍କ କହିବା ଅନୁଯାଇ ରତ୍ନଭଣ୍ଡାରର ଚାବି କୁଆଡେ ଗଲା ତାହାକୁ ନେଇ ସବୁବେଳେ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶ୍ନ ରହୁଛି ? କାରଣ ରତ୍ନଭଣ୍ଡାରର ଏତେ ମୂଲ୍ୟବାନ ଚାବିକୁ କାହିଁକି ଏତେ ଦାୟିତ୍ଵହୀନ ଭାବେ ରଖାଯାଉଥିଲା । ଯାହା ଫଳରେ ଚାବି ହଜିଗଲା ବୋଲି କୁହାଯାଉଛି । ତେବେ ଚାବି ଯଦି ହଜିଲା ତେବେ ଡୁପ୍ଳିକେଟ ଚାବି କୁଆଡୁ ଆସିଲା ?
କାରଣ ପ୍ରକୃତ ଚାବିକାଠି ଅଛି ବୋଲି ସେହି ଡିଜାଇନର ଆଉ ଏକ ଡୁପ୍ଳିକେଟ ଚାବି କରାଯାଇଛି । ତେବେ ହୁଏତ ରତ୍ନଭଣ୍ଡାରରେ ଆଉ କିଛି ଜିନିଷ ନାହିଁ । ସେଥିପାଇଁ ରତ୍ନଭଣ୍ଡାରକୁ ଖୋଲିବା ପାଇଁ ରାଜ୍ୟ ସରକାର ଆଗ୍ରହ ଦେଉନାହାନ୍ତି । କାରଣ ଯେତେବେଳେ କିଛି ଘରୁ ଚୋରୀ ହୋଇଯାଇଥାଏ । ଜିନିଷ ସବୁ କୁଆଡେ ବୋଲି ଲୋକମାନେ ବିଭିନ୍ନ ପ୍ରକାରର ଉପାୟରେ ତାହାକୁ ଖୋଜିବାରେ ଲାଗିପଡନ୍ତି ।
ଯଦି ରତ୍ନ ଭଣ୍ଡାରର ଚାବି ହଜିଛି । ତେବେ ଘଟଣା ବିଷୟରେ ଜାଣିବା ପରେ ସରକାର ଏଥିପ୍ରତି ଦୃଢ ତଦନ୍ତ କରି ସଙ୍ଗେ ସଙ୍ଗେ ଚାବି ଖୋଜି ଆଣିବାକୁ ଚେଷ୍ଟା କରିଥାନ୍ତେ । ହେଲେ ରତ୍ନଭଣ୍ଡାରକୁ ଖୋଲିବା ପାଇଁ ରାଜ୍ୟ ସରକାର ଜମାରୁ ମଧ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି । କି ଏ ପ୍ରସଙ୍ଗରେ କିଛି ମଧ୍ୟ ମୁହା ଖୋଲୁ କହୁ ନାହାନ୍ତି ।
ଅନେକ ଲୋକ ଏଭଳି ମଧ୍ୟ କହୁଛନ୍ତି । ଯେ ରତ୍ନଭଣ୍ଡାର ଭିତରେ ହୁଏତ ଏଭଳି ରହସ୍ୟ ଲୁଚି ରହିଛି । ଯାହାକୁ ଖୋଲି ସବୁ ସତ୍ୟର ଉନ୍ମୋଚନ ହୋଇଯିବ । ସେଥିପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିରର ରତ୍ନଭଣ୍ଡାର ସମ୍ପର୍କରେ କିଛି ମଧ୍ୟ ପ୍ରତିକ୍ରିୟା ରଖୁନାହାନ୍ତି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।