ରାଜଧାନୀରେ ରାଜନୀତି ହିଂସା, ସ୍ତ୍ରୀ ଆଗରେ ସ୍ଵାମୀକୁ କହିଲେ…

ଭୋଟ ଚାଲିଥିବ, ତୋ ସ୍ଵାମୀକୁ… ହଁ ଆଜ୍ଞା ରକ୍ତମୁଖା ପାଲଟିଲାଣି ରାଜ୍ୟର ରାଜନୀତି । ବିଶେଷ କରି ଏହି ନିର୍ବାଚନ ଘଡିରେ ହିଂସା ଏତେ ବଢିଗଲାଣି । ଯେ ଲୋକ ଲୋକଙ୍କ ମଧ୍ୟରେ ମାଡପିଟ ହୋଇ ମର୍ଡ଼ର ପର୍ଯ୍ୟନ୍ତ ମଧ୍ୟ କଥା ଚାଲିଯାଉଛି । କିଏ କେତେବେଳେ ମାରଣାସ୍ତ୍ର ମରଣାତ୍ମକ ଭାବେ ଆକ୍ରମଣ କରୁଛି । ତ ଅନ୍ୟ କେତେବେଳେ କିଏ କାହାକୁ ଠେଙ୍ଗାରେ ପିଟି ପିଟି ଜୀବନ ନେଇଯାଉଛି । ଗଞ୍ଜାମର ରାଜନୀତି ହିଂସାକାଣ୍ଡ ପରେ ଏବେ ରାଜଧାନୀରେ ରାଜନୀତିକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଛି ।

ଦୁର୍ବୁତ୍ତ ମାନେ କମିଶନରେଟକୁ ପୁରା ଓପେନ ଚାଲେଞ୍ଜ କରିଛନ୍ତି । ଏଭଳି କିଛି ଅଭିଯୋଗ ଭୁବନେଶ୍ବର କ୍ୟାପିଟାଲ ଥାନାରେ ହୋଇଛି ବୋଲି ଖବର ଆସିଛି । ତେବେ ଏହି ହିଂସାକାଣ୍ଡରେ ପୀଡ଼ିତା ମହିଳା କଣ କହିଛନ୍ତି ଜାଣନ୍ତୁ । ତେବେ ପୀଡ଼ିତା ମହିଳାଙ୍କ କହିବା ଅନୁଯାଇ ମୋ ତଣ୍ଟିକୁ ଚିପି ମୋ ସହ ଅସଭ୍ଯ ବ୍ୟବହାର କରିବା ସହ ବହୁତ ଗାଳିଗୁଲଜ ମଧ୍ୟ କରିଛନ୍ତି । ମୋ ସ୍ଵାମୀକୁ ନିର୍ଦ୍ଧୂମ ମଧ୍ୟ ମାଡ ମାରିବା ସହ ଜୀବନରୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଛନ୍ତି ।

ତେଣୁ ମୁଁ ସଙ୍ଗେ ସଙ୍ଗେ ଏଥିପାଇଁ କ୍ୟାପିଟାଲ ଥାନାରେ ଆଣି ଅଭିଯୋଗ ଦେଇଥିଲି । ହେଲେ ରାତିରେ ପୋଲିସ ଯାଇକି କିଛି ମଧ୍ୟ କରିଲେ ନାହିଁ । ରାତିରେ ଏତେ କଥା ଘଟିବା ପରେ ସକାଳୁ ଯାଇ ପୋଲିସ ଆମ ଘରେ ପହଞ୍ଚି ଘଟଣା ବିଷୟରେ ପଚରା ଉଚରା କରିଥିଲେ । ସେମାନଙ୍କୁ ବୟାନ ଦେଇ ଦେଇ ମୁଁ ଥକି ଗଲିଣୀ । ହେଲେ ସେମାନେ ଆମ ଉପରେ ଆକ୍ରମଣ କରିଥିବା ଲୋକଙ୍କ ଉପରେ ଏବେ ପର୍ଯ୍ୟନ୍ତ ମଧ୍ୟ କିଛି କଡା କାର୍ଯ୍ୟନୁଷ୍ଠାନ ନେଇନାହାନ୍ତି ।

ରାଜନୀତିରେ ଏମିତି ବର୍ତ୍ତମାନ ହିଂସାକାଣ୍ଡ ଘଟିବାରେ ଲାଗିଛି । ଯେ ନିର୍ବାଚନ ସରିନଥିବ । ଲୋକ ରାସ୍ତାରେ ମରିକି ପଡିଥିବେ । ତେବେ ସୂଚନା ଅନୁସାରେ ପୀଡିତଙ୍କ ଘର ସାମ୍ନାରେ ବିଜେପି ପୋଷ୍ଟର ଲାଗିଥିଲା । ବିଜେଡି ଲୋକ ଆସି ତାକୁ ଚିରିବା ପାଇଁ ଚେଷ୍ଟା କରିଥିବାରୁ ଏମାନେ ଯେତେବେଳେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ସେତେବେଳେ କିଛି ବିଜେଡି କର୍ମୀ ଉକ୍ତ ଲୋକ ମାନଙ୍କ ଉପରେ ମାରଧର କରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକାଇଛନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *