ବଡ ଖୁଲାସା କଲା ପୋଲିସ ! ଜଣାପଡିଲା Salman ଙ୍କୁ କିଏ ମାରିଥିଲା ଗୁଳି ! ଆମେରିକାରୁ ହୋଇଥିଲା ଡିଲ୍…

ସଲମାନଙ୍କୁ କିଏ ମାରିଥିଲା ଗୁଳି ହେଲା ଖୁଲାସା ! ସୁରକ୍ଷିତ ନୁହନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନ । କାରଣ ତାଙ୍କୁ ଧମକ ପରେ ଧମକ ମିଳିବାରେ ଲାଗିଛି । ଏହା ପୂର୍ବରୁ ମଧ୍ୟ ତାଙ୍କୁ ନେଇ ବହୁତ ଧମକ ମିଳିଛି । ହେଲେ ଏହି ନିକଟରେ ଘଟିଥିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଯାହା ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡାକଡି କରାଯାଇଛି । ତେବେ ଏହାରି ଭିତରେ ସଲମାନଙ୍କ ଘର ବାହାରେ ଗୁଳି ବିନିମୟ ଘଟଣାକୁ ନେଇ ମୁମ୍ବାଇ ପୋଲିସ ଏକ ଖୁଲାସା କରିଛି ।

ଗୁଳି ବିନିମୟ କରିଥିବା ଦୋଷୀଙ୍କ ଫେସବୁକ୍ ପେଜ୍ ର ଆଡ୍ରେଶ  କାନ୍ନଡାରୁ ଆସିଛି । ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟର କିଛି ସମୟ ପରେ ଗେଙ୍ଗଷ୍ଟାର ଲରେନ୍ସ ବିଶନୋଇଙ୍କ ଭାଇ ଅନମୋଲ ବିଶନୋଇଙ୍କ ଫେସବୁକ ପୋଷ୍ଟରେ ଏହି ଘଟଣାରେ ଦୋଷୀ ମାନିଥିଲେ । ଆଉ ଏହ ମଧ୍ୟ କହିଥିଲେ ଏହା ଏକ ଟ୍ରେଲର ବୋଲି ଚେତାବନୀ ଦେଇଛି । ତେବେ ସୂଚନା ମୁତାବକ ଅନମୋଲ ଏହି ଘଟଣା ପାଇଁ ଆମେରିକାରୁ ଷଡଯନ୍ତ୍ର କରିଛନ୍ତି ।

ତେବେ ଏହି ଯୋଜନା ପ୍ରାୟ 1 ମାସ ଧରି ଚାଲିଥିଲା । ତେବେ ନିକଟରେ ଅଭିନେତା ସଲମାନ ଖାନଙ୍କର ଘର ବାହାରେ ଗୁଳି ବିନିମୟ ହୋଇଥିଲା । ତାପରେ ଯେଉଁ 2 ଜଣ ଏହି ଗୁଳି ଚଳାଇଥିଲେ । ସେମାନେ ଘର ବାହାରେ ଗୁଳି ଚଳାଇ ସଙ୍ଗେ ସଙ୍ଗେ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ପୋଲିସ ବର୍ତ୍ତମାନ ସେହି 2 ଜଣ ଗୁଳି ଚଳାଇଥିବା ଲୋକଙ୍କୁ ଖୋଜୁଛି । ତେବେ ସଲମାନ ଖାନଙ୍କର ଘର ବାହାରେ ଗୁଳି ଚଳାଇଥିବା 2 ଜଣ ଦୁର୍ବୁତ୍ତଙ୍କର ଫୋଟ ଏବେ ସାମ୍ନାକୁ ଆସିଛି ।

ଯେଉଁଥିରେ 2 ଦୁର୍ବୁତ୍ତ ଏକ କଳା ଓ ଧଳା ସାର୍ଟରେ ନଜର ଆସିଥିବା ବେଳେ ଅନ୍ୟ ଜଣେ ନାଲି କଲର ସାର୍ଟ ପିନ୍ଧିଥିଲେ । ଫେବୃଆରୀ 19 2024 ରେ ଏକ ସିସିଟିଭି ଫ୍ୟୁଟେଜରେ ସାମ୍ନାକୁ ଆସିଛି । ଯେ ସଲମାନଙ୍କ ଘର ବାହାରେ ବିଶାଲ ରାହୁଲ ହିଁ ଗୁଳି ଚଳାଇଛନ୍ତି ବୋଲି କୁହାଯାଉଛି । ତେବେ ବିଶାଳ ଜିଏକି ବିଦେଶରେ ରହିଥିବା ଗେଙ୍ଗଷ୍ଟାର ରୋହିତ ଗୋଦାରାଙ୍କ ପାଇଁ କାମ କରୁଛନ୍ତି । ତେବେ ଏହାକୁ ନେଇ ବର୍ତ୍ତମାନ ପୋଲିସ ତଦନ୍ତ କରିବାରେ ଲାଗିଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *