ବନ୍ଧୁଗଣ ଜଗତର ନାଥ ହେଉଛନ୍ତି ଜଗନ୍ନାଥ । ଚାରିଧାମ ମଧ୍ୟରୁ ଗୋଟିଏ ଧାମ ହେଉଛି ପୁରୀ ଶ୍ରୀକ୍ଷେତ୍ର । ଯେଉଁଠାରେ ପ୍ରଭୁ ଜଗନ୍ନାଥ ବିରାଜମାନ ଅଛନ୍ତି । ତେବେ ସେହି ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ କିଛି ମହତ୍ଵପୂର୍ଣ୍ଣ ତଥ୍ୟ ଆଜି ଆପଣ ମାନଙ୍କ ସହ ଆମେ ଶେୟାର କରିବୁ । ତେବେ ଆଉ ବିଳମ୍ବ ନକରି ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ସହ ଜଡିତ ମହତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଏଠାରେ ଜାଣନ୍ତୁ ।
1- ସିଂହଦ୍ଵାର ସାମ୍ନାରେ ଥିବା ସ୍ତମ୍ଭର ନାମ କଣ ?
ଉତ୍ତର;- ଅରୁଣ ସ୍ତମ୍ଭ ।
2- ଶ୍ରୀ ଜଗନ୍ନାଥଙ୍କ ମନ୍ଦିର କେଉଁ ନାମରେ ପରିଚିତ ?
ଉତ୍ତର;- ବଡ ଦେଉଳ ।
3- ଶ୍ରୀ ଜଗନ୍ନାଥ କେଉଁ ତତ୍ଵର ପ୍ରତୀକ ?
ଉତ୍ତର;- ଆତ୍ମତତ୍ଵ ।
4- ଚାରିଧାମ ମଧ୍ୟରୁ କେଉଁଟି ଶ୍ରେଷ୍ଠ ?
ଉତ୍ତର;- ଜଗନ୍ନାଥ ।
5- ପୁରୀର ଅନ୍ୟ ନାମ କଣ ?
ଉତ୍ତର;- ନୀଳାଚଳ ।
6- ବଡଦେଉଳର ପୂର୍ବ ଦିଗରେ ଥିବା ଦ୍ଵାରର ନାମ କଣ ?
ଉତ୍ତର;-ସିଂହ ଦ୍ଵାର ।
7- ବଳଭଦ୍ର କେଉଁ ତତ୍ଵର ପ୍ରତୀକ ?
ଉତ୍ତର;- ଶିବ ତତ୍ଵ ।
8- ପୁରୁଷୋତ୍ତମ କ୍ଷେତ୍ର କାହାକୁ କୁହାଯାଇଥାଏ ?
ଉତ୍ତର;- ପୁରୀ ।
9- ଜଗନ୍ନାଥଙ୍କ ରଥର ନାମ କଣ ?
ଉତ୍ତର;- ନନ୍ଦିଘୋଷ ।
10- ନନ୍ଦିଘୋଷ ରଥର ଚକ ସଂଖ୍ୟା କେତେ ?
ଉତ୍ତର;- 16 ।
11- ରଥ ନିର୍ମାଣ ପରେ ତିନି ରଥର ପ୍ରତିଷ୍ଠା କିଏ କରିଥିଲେ ?
ଉତ୍ତର;- ନାରଦ ।
12- ଜଗନ୍ନାଥଙ୍କ ରଥର ଉଚ୍ଚତା କେତେ ?
ଉତ୍ତର;- 33 ହାତ ପାଞ୍ଚ ଆଙ୍ଗୁଳି ।
13- ନନ୍ଦିଘୋଷ ରଥରେ କେତେ ଖଣ୍ଡ କାଠ ଲାଗିଥାଏ ?
ଉତ୍ତର;- 832 ।
14- ତିନି ରଥ କିଏ ନିର୍ମାଣ କରିଥିଲେ ?
ଉତ୍ତର;- ବିଶ୍ଵକର୍ମା ।
15- ନନ୍ଦିଘୋଷ ରଥର ନାମକରଣ କିଏ କରିଥିଲେ ?
ଉତ୍ତର;- ଇନ୍ଦ୍ରଦେବ ।
16- ନନ୍ଦିଘୋଷ ରଥର ସାରଥୀ କିଏ ?
ଉତ୍ତର;- ଦାରୁକ ।
17- ନନ୍ଦିଘୋଷ ରଥର ପତାକାରେ କାହାର ଚିହ୍ନ ଥାଏ ?
ଉତ୍ତର;- ଗରୁଡ ।
18- ବଳଭଦ୍ରଙ୍କ ରଥର ନାମ କଣ ?
ଉତ୍ତର;- ତାଳଧ୍ଵଜ ।
19- ସୁଭଦ୍ରାଙ୍କ ରଥର ନାମ କଣ ?
ଉତ୍ତର;- ଦର୍ପ ଦଳନ ।
ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ଅଧିକରୁ ଅଧିକ ତଥ୍ୟ ପାଇବା ପାଇଁ ପେଜକୁ ଗୋଟିଏ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।