ରେଳ ଦୁର୍ଘଟଣାରେ ଶବକୁ ବୁହାଉଥିବା ଲୋକଙ୍କୁ ପ୍ରଶଂସା କରିଲେ ମାନ୍ୟବର ପ୍ରଧାନମନ୍ତ୍ରୀ, ବାହାନଗା Train Tragedy

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶବ ବୁହାଇଥିବା ଲୋକଙ୍କୁ ପ୍ରଶଂଷା କରିଲେ ମାନ୍ୟବର ପ୍ରଧାନମନ୍ତ୍ରୀ ! ତେବେ ଖବର ମୁତାବିକ ଗତ ଜୁନ ୨ ତାରିଖରେ ଘଟି ଯାଇଥିବା ବିଶାଳ ଟ୍ରେନ ଦୁର୍ଘଟଣାର ଛାତିଥରା ଦୃଶ୍ୟ ମନେ ପଡିଲେ ଲୋମଟାଙ୍କୁରୀ ଉଠୁଛି । ହେଲେ ସେହି ସମୟରେ ଘଟଣା ସ୍ତଳରେ ରହି ଆହତ ତଥା ମୃ-ତ ଲୋକଙ୍କ ସେବା କାର୍ଯ୍ୟରେ ନିଜକୁ ଅନେକ ଲୋକ ନିଯୋଜିତ କରିଥିଲେ ।

ତେବେ ସେଥିମଧ୍ୟରୁ ସୁଧାରଞ୍ଜନ ନାମକ ଏକ ବ୍ୟକ୍ତି ମଧ୍ୟ ଅନେକ ଲୋକଙ୍କ ସେବା କାର୍ଯ୍ୟରେ ନିଜକୁ ଅତି ନିଷ୍ଠାର ସହ ନିଯୋଜିତ କରିଥିଲେ । ଯେଉଁଥି ପାଇଁ ଅନେକ ଆଡୁ ତାଙ୍କ ପାଇଁ ପ୍ରଶଂଷାର ସୁଅ ଛୁଟି ଆସିଥିଲା । ଏହା ସହ ଆମ ମାନ୍ୟବର ପ୍ରଧାନ ମନ୍ତ୍ରୀ ମଧ୍ୟ ଘଟଣା ସ୍ତଳରେ ନିଯୋଜିତ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ପ୍ରଶଂଷା କରି ଧନ୍ୟବାଦ ଜଣାଇଥିଲେ । ତେବେ ଏତେ ସବୁ କଥା ଓ ପ୍ରଶଂସା ପରେ ମଧ୍ୟ ସୁଧାରଞ୍ଜନଙ୍କୁ କିଛି ସମାଲୋଚନାର ଶିକାର ହେବା ପାଇଁ ପଡିଥିଲା ।

ତେବେ ଏନେଇ ସମାଜସେବକ ସୁଧାରଞ୍ଜନ କହିଛନ୍ତି । ଯେ ଦେଖନ୍ତୁ ଆମେ ଆମର ଯଥାସାଧ୍ୟ ଲୋକଙ୍କୁ ଉଦ୍ଧାର କରି ସାହାଜ୍ଯ କରିବା ପାଇଁ ଚେଷ୍ଟା କରିଛୁ । ଯେତେବେଳେ ମୁଁ ଶୁଣା ପାଇଥିଲି । ଯେ ବାହାନଗା ଠାରେ ରେଳ ଦୁର୍ଘଟଣା ଘଟି ଯାଇଛି । ହେଲେ ଏହି ଦୁର୍ଘଟଣାଟି ଏତେ ବଡ ଧରଣର ହୋଇଥିବ । ଆମେ କେହି କେବେ ଭାବି ନଥିଲୁ । ତେଣୁ ଘଟଣା ସ୍ତଳରେ ପହଞ୍ଚିବାକୁ ବିଳମ୍ବ ହୋଇଯାଇଥିଲା ।

ତାପରେ ଆମେ କେମିତି ଶୀଘ୍ର ଶୀଘ୍ର ଘଟଣା ସ୍ତଳରୁ ସମସ୍ତ ମୃ-ତ ଶରୀରକୁ ହଟାଇ ବାହାନଗା ହାଇସ୍କୁଲରେ ପହଞ୍ଚାଇବୁ ବୋଲି ଯୋଜନା କରିଥିଲୁ । କାରଣ ସେଠାରେ ଡେଡପଏଣ୍ଟ କରଯାଇଥିଲା । ଯେପରି ମୃତକଙ୍କ ପରିବାର ସେହି ସ୍ଥାନରୁ ଆସି ନିଜ ନିଜ ଆତ୍ମୀୟ ସ୍ଵଜନଙ୍କୁ ଚିହ୍ନଟ କରି ସେଠାରୁ ନେବେ । ତେଣୁ ଯେଉଁ ମାନେ ଅଲରେଡି ହିଁ ରେଳ ଦୁର୍ଘଟଣାରେ ମୃ-ତ୍ୟୁବରଣ କରିଦେଇଛନ୍ତି ।

ସେମାନଙ୍କ କାମକୁ ଶୀଘ୍ର ଶୀଘ୍ର କରିବା ପାଇଁ ଚେଷ୍ଟା କରିଥିଲୁ । କାରଣ ସେ କାମ ଯେତେ ଶୀଘ୍ର ସରିବ । ଯେଉଁ ମାନେ ଆହତ ହୋଇଛନ୍ତି ସେମାନଙ୍କ କଥା ଶୀଘ୍ର ବୁଝିବୁ । ଯେମିତିକି ସେ ବହୁ ଶୀଘ୍ର ସୁସ୍ଥ ହୋଇଯିବେ । ହେଲେ କିଛି ଲୋକେ ଡେଡବଡି ପ୍ରତି ଆମେ ହେଳା କରିଛୁ ବୋଲି କହି ଆମକୁ ସମାଲୋଚନା କରିଥିଲେ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *