” Rani Panda ଜଣେ ଭଲ ପ୍ରେମିକା ବୋଲି ଓଡିଶା ଇତିହାସରେ ସ୍ଵର୍ଣ୍ଣଅକ୍ଷରରେ ଲେଖା ହେଇ ରହିବ ” Boumakesh Tripathi

ରାଣୀ ତା’ ବୟଫ୍ରେଣ୍ଡର କିଛି କରିପାରିବ ନାହିଁ । ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ପ୍ରେମ ସମ୍ପର୍କକୁ ନେଇ ନିକଟରେ ଗଣ ମାଧ୍ୟମରେ ଅନେକ କିଛି ଖବର ପ୍ରସାରଣ କରାଯାଇଥିଲା । ଯେଉଁଥିରେ ରାଣୀ ନିଜେ ତାଙ୍କ ପ୍ରେମିକଙ୍କ ନାମ ସମସ୍ତଙ୍କ ସାମ୍ନାରେ ଖୁଲସା କରିବା ସହ ସମସ୍ତଙ୍କୁ ନିଜର ସଂପୂର୍ଣ୍ଣ ପ୍ରେମ ପ୍ରସଙ୍ଗ ଉପରେ କହିଥିଲେ । ତେବେ ରାଣୀଙ୍କର ଏହି ପ୍ରେମ ମାମଲାକୁ ନେଇ ଆଇନଜୀବୀ ବ୍ଯୌମକେଶ ତ୍ରିପାଠୀ ଏଭଳି କିଛି ମିଡିଆ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ।

ତେବେ ତାଙ୍କ କହିବା ଅନୁଯାଇ ଯଦି ରାଣୀ ଓ ବିକ୍ରମର ଭଲ ପାଇବା ବିଷୟରେ କହିବାକୁ ଜିବି । ତେବେ ରାଣୀ ଓ ବିକ୍ରମର ଏଠାରେ କିଛି ଭୁଲ୍ ନାହିଁ । କାରଣ ଆଇନ ଅନୁଯାଇ ଯଦି ଏଠାରେ ରାଣୀଙ୍କ ବିଷୟରେ କହିବାକୁ ଜିବି । ତେବେ ରାଣୀ ଜଣେ ବହୁତ ଭଲ ଝିଅ । ସେ ସଂପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ବିକ୍ରମକୁ ଭଲ ପାଉଥିଲେ । ଯେତେବେଳେ ରାଣୀଙ୍କର ସ୍ଵୟଂବର ହେବ ବୋଲି କୁହାଯାଉଥିଲା । ସେତେବେଳେ ବହୁତ ଭଲ ଭଲ ପୁଅ ରାଣୀର ପଛରେ ପଡିଥିଲେ ।

ହେଲେ ରାଣୀ ସେମାନଙ୍କୁ ସବୁ ଛାଡି ତା’ ର ପ୍ରେମିକ ଅର୍ଥାତ ବିକ୍ରମ ସହିତ ସାରା ଜୀବନ ରହିବାକୁ ଇଛା କରିଥିଲା । ରାଣୀ ଏବେ ଏତେ ସରି ହୋଇ ମଧ୍ୟ ସେ ବିକ୍ରମକୁ ଘୃଣା କରୁନାହିଁ । ବିକ୍ରମ ନାମରେ ଅଭିଯୋଗ ଦେଇ ମଧ୍ୟ ସେ ବିକ୍ରମକୁ ଆପଣାଇ ନେବାର ଇଛା ରଖିଛି । ରାଣୀ ପଣ୍ଡାର ଏହି ଭାବନା ପାଇଁ ଓଡିଶା ଇତିହାସରେ ରାଣୀର ନାମ ସ୍ଵର୍ଣ୍ଣଅକ୍ଷରରେ ଲେଖାହେବ । ହେଲେ ରାଣୀ ବିକ୍ରମ ନାମରେ ଯେଉଁ ଅଭିଯୋଗ ଦେଇଛି ।

ସେହି ଅଭିଯୋଗ ଆଧାରରେ ବିକ୍ରମର ରାଣୀ କିଛି ବି କରିପାରିବ ନାହିଁ । କାରଣ ବିକ୍ରମ ଓ ରାଣୀ ପରସ୍ପରକୁ ଭଲ ପାଉଥିଲେ । ରାଣୀ ନିଜ ହୃଦୟରୁ ବିକ୍ରମକୁ ଭଲ ପାଉଥିଲା । ହେଲେ ଯେତେବେଳେ ରାଣୀ ପଣ୍ଡା ସ୍ଵୟଂବର ପାଇଁ ଘୋଷଣା କରିଥିଲା । ଯଦି ପୁଅ ନିଜ ଆଡୁ କହିବ । ଯେ ରାଣୀ ଓ ମୁଁ ପରସ୍ପର ପାଇଁ ଭଲ ପାଉଥିଲୁ । ହେଲେ ରାଣୀ ମୋତେ ବାହା ହେବାକୁ ମନା କରିଦେଇ ସ୍ଵୟଂବର ତା’ ର ହେବ ବୋଲି କହିଲା । ତେଉ ମୁଁ ତାକୁ ଛାଡିଦେଲି । ତେଣୁ ରାଣୀ ଯେଉଁ ଅଭିଯୋଗ ଦେଇଛି ସେଥିରେ ବିକ୍ରମର କୌଣସି ଅସୁବିଧା ହେବ ନାହିଁ । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *