ପରୀକ୍ଷା ପାସ ନ କରିପାରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଫେଲ ହେଲେ ବି ତାଙ୍କୁ ଆଡମିଶନ ଦିଆଯିବ…

ଫେଲ୍ ହେଲେ ବି ପାଠ ପଢିପାରିବେ । ହଁ ଆଜ୍ଞା ଏବେ ଛାତ୍ରଛାତ୍ରୀଙ୍କ ପାଇଁ ବହୁତ ବଡ ଖୁସି ଖବର ଆସିଯାଇଛି । ବନ୍ଧୁଗଣ ପାଠ ପଢୁଥିବା ପ୍ରତ୍ଯେକ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପଡିଥାଏ । ପରୀକ୍ଷା ଦେଲା ପରେ ଯାଇ ସେମାନେ ଅନ୍ୟ ଏକ କ୍ଳାସକୁ ଉତ୍ତୀର୍ଣ୍ଣ ହୋଇଥାନ୍ତି । ତେବେ ପିଲାଙ୍କୁ କିନ୍ତୁ ପାଠ ଠାରୁ ପରୀକ୍ଷା ପାଇଁ ଅଧିକ ଭୟ ଲାଗିଥାଏ । ତେବେ ବୋର୍ଡ ପରୀକ୍ଷାରେ ଫେଲ୍ ହୋଇଯାଇଥିବା ଛାତ୍ରଛାତ୍ରୀଙ୍କୁ ପାଠ ପଢିବାକୁ ସୁଯୋଗ ମିଳିବ । ସେମାନଙ୍କୁ ଆଡମିଶନ ଦିଆଯିବ ।

ଏଥିସହ ରେଗୁଲାର ଷ୍ଟୁଡେଣ୍ଟଙ୍କ ଭଳି ତାଙ୍କୁ କ୍ଳାସରେ ବସି ପାଠ ପଢିବାକୁ ସୁଯୋଗ ମଧ୍ୟ ଦିଆଯିବ । ଏପରି କିଛି ନିୟମ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଖୁବ ଶୀଘ୍ର ଆସିବାକୁ ଯାଉଛି । ହଁ ଅଜ୍ଞା ଦଶମ ଓ ଦ୍ଵାଦଶ ଶ୍ରେଣୀର ବୋର୍ଡ ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ରେଗୁଲାର ଷ୍ଟୁଡେଣ୍ଟଙ୍କ ଭଳି ପାଠ ପଢିବାକୁ ସୁଯୋଗ ପ୍ରଦାନ କରାଯିବ । କାରଣ ପରୀକ୍ଷାରେ ଫେଲ୍ ହେବା ପରେ ପାଠ ଛାଡିଦେଉଥିବା ପିଲା ମାନଙ୍କର ସଂଖ୍ୟା ଏହି ନିୟମ ଦ୍ଵାରା ହ୍ରାସ କରାଯାଇପାରିବ ।

ତେବେ ଆଗକୁ ଆସୁଥିବା ଏହି ନିୟମ ଅନୁସାରେ ଯେତେବେଳେ ଆର ବର୍ଷ ଷ୍ଟୁଡେଣ୍ଟ ପାସ୍ କରୁଛନ୍ତି । ତେବେ ତାଙ୍କ ସାର୍ଟିଫିକେଟରେ ସେ ଦିତୀୟ ଥର ଚେଷ୍ଟା କରି ପରୀକ୍ଷାରେ ପାସ ହୋଇଛନ୍ତି ବୋଲି ଏପରି କିଛି ଲେଖାଯିବ ନାହିଁ । ତେବେ ଶିକ୍ଷା ମନ୍ତ୍ରଳାୟ ପକ୍ଷରୁ ଏହି ନିୟମ ଆଗକୁ ସମସ୍ତ ରାଜ୍ୟରେ ଲାଗୁ କରାଯିବା ପାଇଁ ଯୋଜନା ହେଉଛି । ଯାହା ଫଳରେ ଦଶମ ଓ ଦ୍ଵାଦଶ ଶ୍ରେଣୀର ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ରେଗୁଲାର ଷ୍ଟୁଡେଣ୍ଟ ଭଳି ଆଡମିଶନ କରିବାକୁ ସୁଯୋଗ ଦିଆଯିବ ।

ଏପରିକି ସେହି ସବୁ ଛାତ୍ରଛାତ୍ରୀଙ୍କୁ ସାଧାରଣ ଛାତ୍ରଛାତ୍ରୀଙ୍କ ଭଳି ସବୁ ପ୍ରକାର ସୁବିଧା ଓ ସୁଯୋଗ ମଧ୍ୟ ଦିଆଯିବ । ରେଗୁଲାର ଷ୍ଟୁଡେଣ୍ଟଙ୍କ ସହ କ୍ଳାସରେ ବସି ଏହି ଛାତ୍ରଛାତ୍ରୀ ମାନେ ଭଲ ଭାବେ ପାଠ ପଢିପାରିବେ । ତେବେ ଏହି ନିୟମ ବାହାର କରାଯିବାର ପ୍ରମୁଖ ଉଦ୍ଧେଶ୍ୟ ରହିଛି । ଯେପରି ପିଲା ମାନେ ପରୀକ୍ଷାରେ ଫେଲ ହେଲା ପରେ ପାଠ ପଢା ଛାଡିନଦିଅନ୍ତୁ । ଯାହା ଫଳରେ ପରୀକ୍ଷାରେ ଫେଲ୍ ହେବା ପରେ ପାଠ ଛାଡିଦେଉଥିବା ପିଲା ମାନଙ୍କର ସଂଖ୍ୟା ଏହି ନିୟମ ଦ୍ଵାରା ହ୍ରାସ କରାଯାଇପାରିବ ।ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *