ରାମ ମନ୍ଦିର ସହ ଯୋଗୀଙ୍କୁ ଟାର୍ଗେଟ ! ଦୁହିଙ୍କୁ ବୋମାରେ ଉଡ଼ାଇ ଦେବା ପାଇଁ ମିଳିଛି ଧମକ ! Ram Temple Ayodhya

ରାମ ମନ୍ଦିର ଓ ଯୋଗୀଙ୍କୁ ଟାର୍ଗେଟ ! ତେବେ ଖବର ମୁତାବିକ ଅଯୋଧ୍ୟାର ରାମ ମନ୍ଦିରକୁ ବୋମା ମାଡରେ ଧ୍ଵଂସ କରିଦେବାକୁ ଟାର୍ଗେଟ କରାଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟଙ୍କୁ ମଧ୍ୟ ବୋମା ମାଡରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଏକ ଚିଠି ସାମ୍ନାକୁ ଆସିଛି । ଯେଉଁ ଚିଠିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଛି । କେହି ପୋଲିସ ମଧ୍ୟ ଚାହିଁଲେ ତାଙ୍କ ମାନଙ୍କର କିଛି ବି କରିପାରିବ ନାହିଁ ବୋଲି ମଧ୍ୟ ଲେଖାଯାଇଛି ।

ବହୁ ବାଦ ବିବାଦ ପରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କରାଯାଇଛି । ତେବେ ଏହି ରାମ ମନ୍ଦିର ଯଦିଓ ପ୍ରତିଷ୍ଠା ସୁରୁଖୁରୁରେ ସରିଯାଇଛି । ହେଲେ ଏହି ମନ୍ଦିର ହେବା ନେଇ ଅନେକ ଜଣ ଅଛନ୍ତି ଯେଉଁ ମାନେ କି ଏହି କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ତେଣୁ ପ୍ରଭୁ ରାମଙ୍କ ମନ୍ଦିର ବର୍ତ୍ତମାନ ଶତ୍ରୁଙ୍କ ଘେର ମଧ୍ୟରେ ରହିଛି । ସେହି ଶତ୍ରୁ ମାନେ ପ୍ରତ୍ଯେକଟି ସମୟରେ ରାମ ମନ୍ଦିରକୁ ଧ୍ଵଂସ କରିଦେବାର ବିଧିବଧ ଭାବେ ଯୋଜନା ମଧ୍ୟ ପ୍ରସ୍ତୁତ କରିଚାଲିଛନ୍ତି ।

ଏପରିକି ଭାରତରେ ଏପରି କିଛି ଲୋକ ରହିଛନ୍ତି ଯେଉଁ ମାନେ ଭାରତରେ ରହି ମଧ୍ୟ ପାକିସ୍ତାନର ଜୟ ଜୟ କାର କରୁଛନ୍ତି । ତେବେ ନିୟତ ଅତୀତରେ ନବ ନିର୍ମିତ ପ୍ରଭୁ ରାମ ମନ୍ଦିରକୁ ଉଡାଇ ଦେବା ପାଇଁ ଏକ ଚିଠିରେ ସ୍ପଷ୍ଠ ଭାବେ ଲେଖା ଯାଇଅଛି । ଯେଉ ଚିଠି ସାମ୍ନାକୁ ଆସିଲା ପରେ ଅଯୋଧ୍ୟାରେ ସୁରକ୍ଷାକୁ ପୂରାପୂରି କଡାକଡି କରି ରଖାଯାଇଛି । ଏହି ଚିଠିକୁ ଉତ୍ତରପ୍ରଦେଶର ପୋଲିସ ସୀତାପୁରର ଏକ ରୋଡସ୍ଥିତ କାନ୍ଥରୁ ପାଇଛନ୍ତି ।

ଚିଠିରେ ପାକିସ୍ତାନ ଜିନ୍ଦାବାଦ ମଧ୍ୟ ଉଲ୍ଲେଖ କରାଯାଇଛି । ଯେତେବେଳେ ଏହି ଚିଠିଟି ପୋଲିସ ହାତରେ ପଡିଛି । ସେତେବେଳେ ପୁରା ପୋଲିସ ଟିମ ଏହି ପ୍ରସଙ୍ଗକୁ ଗମ୍ଭୀରଟାର ସହ ନେଇ ଏହା ଉପରେ ସୁରକ୍ଷା ବଳୟକୁ ଟାଇଟ କରିଦେଇଛନ୍ତି । କାରଣ ଏହା ପୂର୍ବରୁ ମଧ୍ୟ ଏହିଭଳି ଧମକପୂର୍ଣ୍ଣ ଚିଠି ପୋଲିସ ହାତରେ ପଡିଛି । ତେବେ ଏହିଭଳି ଧମକପୂର୍ଣ୍ଣ ଚିଠି କିଏ ଲେଖୁଛି ?

ତାହାକୁ ନେଇ ପୋଲିସ ଟିମ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଯାହାକୁ ନେଇ ପୋଲିସ ଟିମ ସତର୍କ ରହି ତଦନ୍ତ ଆରମ୍ଭ କରିଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *