ରଜ ଭଳି ପର୍ବରେ ମୋ ପୁଅକୁ ଝାମ୍ପିନେଲା କୁମ୍ଭୀର, ମୁଁ ଏବେ କାହା ପାଇଁ ବଞ୍ଚିବି …. ଏହାକୁ ଶୁଣିବା ପରେ ଆପଣଙ୍କ ଆଖିରେ ଲୁହ ରହିବନି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ପବିତ୍ର ପର୍ବ ରଜରେ ଘଟିଯାଇଥିଲା ଏକ ଅଘଟଣ । ଜଣେ ମା ‘ ମୁଣ୍ଡରେ ହାତ ଦେଇ ଭୋ ଭୋ କାନ୍ଦି ଘରକୁ ଅଦା କରିଦେଉଛି । ରଜ ଭଳି ଦିନରେ ମୋ ପୁଅକୁ କୁମ୍ଭୀର ନେଇଗଲା ,ମୁଁ ଏବେ କେମିତି ବଞ୍ଚିବି । ସତରେ ଦର୍ଶକବନ୍ଧୁ ଗୋଟାଏ ମା ‘ ପାଇଁ ତା ସନ୍ତାନ ହିଁ ସବୁକିଛି ହୋଇଥାଏ । ଏ ମା ‘ ମଧ୍ୟ ଅନେକ ପୁଜା ଆରାଧନା ଓ ପ୍ରାଥନା କରିବା ପରେ ଗୋଟାଏ ପୁଅଟିକୁ ପାଇଥିଲେ ।

ସୂଚନା ମୁତାବକ କେନ୍ଦ୍ରପଡା ସହରର ନିମପୁର ଗ୍ରାମ ପଟ୍ଟାମିଣ୍ଡାଇ ଠାରେ  ଥିବା ଅଶୋକ ଆଶ୍ଚର୍ଯ୍ୟଙ୍କ ପୁଅ ଆଶୁତୋଷ ଆଶ୍ଚର୍ଯ୍ୟ ପ୍ରଥମ ରଜ ଦିନ ନିଜକୁ ଶୁଦ୍ଧି କରିବାକୁ ଯାଇଥିଲେ ମା ‘ ସହ ନଦୀରେ ଗାଧୋଇବା ପାଇଁ ମାତ୍ର ସେଠାରେ ଜୀବନ ନେବାକୁ ଲୁଚିକି ରହିଥିଲା କୁମ୍ଭୀର ଓ ଆଖି ପିଛୁଳାକେ ନେଇଯାଇଥିଲା ଆଶୁତୋଷଙ୍କ ଜୀବନ ।

ମା ‘ ଝିଅ ଓ ପୁଅ ବ୍ରାହ୍ମଣୀ ନଦୀରେ ଗଧୌଥିବା ସମୟରେ କୁମ୍ଭୀରର ନଜର ଥିଲା ଦଶ ବର୍ଷ ଆଶୁତୋଷ ଉପରେ ଓ କ୍ଷଣିକ ମଧ୍ୟରେ ଟାଣିନେଇଥିଲା ପାଣି ଭିତରକୁ ଓ ନେଇଯାଇଥିଲା ଜୀବନ । ତେବେ ଗ୍ରାମବାସୀ ମୃତଦେହକୁ ଉଦ୍ଧାର କରିବା ପରେ ବାଟ ମଧ୍ୟରେ ରଖି ଗମନାଗମନ ପଥ ଅବରୋଧ କରିଥିଲେ । ମୃତଦେହକୁ ଦେଖିବା ପରେ ଘରଲୋକମାନେ କାନ୍ଦି କାନ୍ଦି ଘରକୁ କମ୍ପାଇଦେଇଥିଲେ ମା ‘ର ହୃଦୟଫାଟି ପଡିଥିଲା ପୁଅର ଦେହକୁ ଦେଖିବା ପରେ କିଏ ବା ବୁଝିବ ତା ଦୁଃଖକୁ ।

ସୂଚନା ମୁତାବକ ଏଭଳି ଘଟଣା ପୂର୍ବରୁ ମଧ୍ୟ ଘଟିଥିଲା ବାବରୁ ବାହାନ ଭୁୟାଙ୍କୁ କୁମ୍ଭୀର ଧରିଥିଲା ମାତ୍ର ଭୁୟା କୁମ୍ଭୀର ସହ ଲଢେଇକରି କ୍ଷତବିକ୍ଷତ ହୋଇ ଅନେକ ଦିନ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହେଇଯାଇଥିଲେ । ତେବେ ଆଉ ଠାରେ ଏଭଳି ଘଟଣା ଘଟିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାର୍ତ୍ତାବରଣ ଦେଖିବାକୁ ମିଳିଥିଲା ।

ତେବେ ଏହା ପ୍ରତି କଢାକାଢି ପଦକ୍ଷେପ ଗ୍ରହଣ କରିବେ ବୋଲି ଗ୍ରାମ ତହସିଲଦର ଓ ଅଧିକାରୀମାନେ କହିଛନ୍ତି ଏବଂ ଘର ଲୋକମାନଙ୍କୁ ସାନ୍ତ୍ଵନା ପାଇଁ ସରକାରଙ୍କ ପକ୍ଷରୁ କିଛି ରାଶି ଦେବା ସୂଚନା ମିଳିଛି । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *