ଭାରତ ଦିନକୁ ଦିନ ପ୍ରତିରକ୍ଷା କ୍ଷେତ୍ରରେ ନିଜକୁ ମଜବୁତ କରିବାରେ ଲାଗିଛି । ସେନାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସାମିଲ କରାଯାଇ ଭାରତୀୟ ସେନାର ଶକ୍ତି ବୃଦ୍ଧି କରାଯାଉଛି । ଏହାରି ଭିତରେ ଆଉ ଏକ ଘାତକ ଅସ୍ତ୍ର ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି । ଯାହା ଶତ୍ରୁ ପାଇଁ କାଳ ସାଜିବ ବୋଲି କୁହାଯାଉଛି । ଆସନ୍ତା କିଛିଦିନ ମଧ୍ୟରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ସୂଚନା ରହିଛି କି, ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନଙ୍କୁ ଭେଟିବା ସହ ଆମେରିକାର ଜେମ୍ସ ବଣ୍ଡ କୁହାଯାଉଥିବା MQ-9 ପ୍ରିଡେଟର ଡ୍ରୋନ ଭାରତ ଆଣିବାକୁ ଘୋଷଣା କରିପାରନ୍ତି । ଏହି ଡ୍ରୋନ ସାହାଯ୍ୟରେ ଅଲକାଇଦା ର ମୁଖିଆଙ୍କୁ ନିହତ କରିଥିଲା ଆମେରିକା । ଏହି ଡ୍ରୋନ ଶତ୍ରୁ ଉପରେ ତୀକ୍ଷ୍ମ ନଜର ରଖିଥାଏ ଏବଂ ଦରକାର ପଡିଲେ ମିସାଇଲ ଦ୍ଵାରା ଆକ୍ରମଣ କରିଥାଏ । ଏହି ଡ୍ରୋନରେ R9X ହେଲଫାୟାର ମିଶାଇଲ ଲାଗିଥାଏ ।
ଯାହା ଆକାଶମାର୍ଗରୁ ଶତ୍ରୁ ଉପରେ ବର୍ଷିବା ପାଇଁ ସବୁବେଳେ ରେଡ୍ଡି ଥାଏ । ଆମେରିକା ଏହି ଡ୍ରୋନକୁ ହଣ୍ଟର କିଲର୍ ବୋଲି ମଧ୍ୟ କୁହେ । ତେବେ ଏହି MQ-9 ପ୍ରିଡେଟର ଡ୍ରୋନକୁ ଜେନେରାଲ ଆଟୋମିକ ନାମକ ଆମେରିକୀୟ କମ୍ପାନୀ ପ୍ରସ୍ତୁତ କରିଛି । ଏହାକୁ ଯେକୌଣସି ମିଶନରେ ସାମିଲ କରାଯାଇପାରିବ ।
ଏହି ଘାତକ ଡ୍ରୋନକୁ ସର୍ଭିଲାନ୍ସ, ଗୁପ୍ତ ସୂଚନା ହାତେଇବା ଏବଂ ଶତ୍ରୁ ଶିବିର ଉପରେ ଲୁଚିକରି ଆକ୍ରମ କରିବା ପାଇଁ ବ୍ୟବହାର କରାଯାଇଥାଏ । ଏହି ଡ୍ରୋନ ଅଧିକ ସମୟ ଧରି ସର୍ବାଧିକ ଉଚ୍ଚତାରେ ଉଡିବାର କ୍ଷମତା ରଖିଥାଏ । ଏହି ଡ୍ରୋନ ର ରେଞ୍ଜ 1900 କିଲୋମିଟର ଏବଂ ଏହା ନିଜ ସହ 1700 କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ନେବାରେ ସକ୍ଷମ ହୋଇଥାଏ ।
ରିମୋଟ ସାହାଯ୍ୟରେ ଚାଲୁଥିବା ଏହି ଡ୍ରୋନକୁ ଚଳାଇବା ପାଇଁ ଦୁଇଟି କମ୍ପ୍ୟୁଟର ଅପରେଟର ର ଆବଶ୍ୟକତା ହୋଇଥାଏ । MQ-9 ପ୍ରିଡେଟର ଡ୍ରୋନ ର ଲ୍ଯାମ୍ବ 36.1 ଫୁଟ୍, ପଙ୍ଖ ର ଲମ୍ବ 65.7 ଫୁଟ୍, ଉଚ୍ଚତା 12.6 ଫୁଟ୍ ହୋଇଥିବା ବେଳେ ଏହାର ଓଜନ 2223 କିଲୋଗ୍ରାମ ଅଟେ । ଏହି ଡ୍ରୋନରେ 1800 କିଲୋଗ୍ରାମ ର ଇନ୍ଧନ କ୍ଷମତା ମଧ୍ୟ ରହିଛି ।
ଏହି ଡ୍ରୋନ ର ଗତି ଘଣ୍ଟା ପ୍ରତି 442 କିମି ଏବଂ ଏହା 50 ହଜାର ଫୁଟ୍ ଉଚ୍ଚରେ ଉଡିବା ସହ ଶତ୍ରୁ ଉପରେ ମିସାଇଲ ଆକ୍ରମଣ କରେ । ଏହାସହ ଏଥିରେ ବମ୍ ମଧ୍ୟ ଲଗାଯାଇଥାଏ । ଏଥିରେ ଥିବା ସ୍ଵତନ୍ତ୍ର ରାଡ଼ାର ସିଷ୍ଟମ ଶତ୍ରୁକୁ ଖୋଜି ଆକ୍ରମଣ କରିଥାଏ । ଭାରତୀୟ ସେନାରେ ଏହି ଡ୍ରୋନ ସାମିଲ ହେଲେ ଶତ୍ରୁଙ୍କ ସବୁ ଷଡଯନ୍ତ୍ର ପଣ୍ଡ କରିଦେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।