ରାଗରେ ଫଁ ଫଁ ହେଉଛନ୍ତି ଛାତ୍ର ନେତା…କହୁଛନ୍ତି “ଶଙ୍ଖ ଭବନ ଆସିଲେ ତୋ କଥା ବୁଝା ହେବ…

ରାଗିକି କହିଲେ ଶଙ୍ଖ ଭବନ ଆସେ ତୋ କଥା ଆମେ ବୁଝିବୁ ! ବିଜୁ ଜନତା ଦଳର ବରିଷ୍ଠ ନେତା ମାନେ କିଛି ମଧ୍ୟ ମୁହଁ ଖୋଲି କହିପାରୁନାହାନ୍ତି । ଦଳରୁ ନିଲମ୍ବନ ହେବା ଭୟରେ ସମସ୍ତେ ପାଟି ଚୁପ କରି ରହୁଛନ୍ତି । ହେଲେ କିନ୍ତୁ ବିଜେଡି ଛାତ୍ର ନେତା ମାନେ ପୁରା ରାଗିଯାଇଛନ୍ତି । ରାଗିକି ନିଜର ସୀମା ଡେଇଁବାକୁ ପଛାଉ ନାହାନ୍ତି । ଶଙ୍ଖ ଭବନ ସାମ୍ନାକୁ ଆସି ପୁରା ଆନ୍ଦୋଳନ କରିବାରେ ଲାଗି ପଡିଛନ୍ତି । ତେବେ ଯଦି ଏଠାରେ ଆମେ କହିବାକୁ ଯିବା ।

ତେବେ 2024 ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ପରେ ବିଜୁ ଜନତା ଦଳର ଅତି ଶୋଚନୀୟ ଭାବେ ପରାଜୟ ହୋଇଛି । ଯାହାପରେ ବିଜେଡି ଦୁର୍ଗ ଭାଙ୍ଗିଯାଇଛି । ତେବେ ବିଜେଡିର ଏହି ପରାଜୟର ସବୁ ଦୋଷ ବର୍ତ୍ତମାନ ଗୋଟିଏ ବ୍ୟକ୍ତି ଉପରେ ଲଦିହେଉଛି । ସେ ଜଣଙ୍କ ହେଉଛନ୍ତି ଭିକେ ପାଣ୍ଡିୟାନ । ତାଙ୍କ ଉପରେ ଏବେ ସମସ୍ତଙ୍କର ରାଗ ରହିଛି । ପାଣ୍ଡିୟାନଙ୍କ ପାଇଁ ବିଜେଡି ହାରିଗଲା ବୋଲି ସମସ୍ତେ କହୁଛନ୍ତି ।

ଘରେ ଘରେ ଏବେ ଏହି କଥା କୁହାହେବାରେ ଲାଗିଛି । ଯେ ପାଣ୍ଡିୟାନ ପାଇଁ ବିଜେଡିକୁ ଆଜି ଏଭଳି ଦିନର ସାମ୍ନା କରିବାକୁ ପଡିଲା । ତେବେ ପାଣ୍ଡିୟାନଙ୍କ ବିରୋଦ୍ଧି ମାନଙ୍କର ନାରା ଏବେ ଶଙ୍ଖ ଭବନରେ ଦେଖିବାକୁ ମିଳିଛି । ତେବେ ବିଜେଡିର ଛାତ୍ର ନେତା ମାନେ ଏଭଳି କିଛି କଥା କହି ପାଣ୍ଡିୟାନଙ୍କ ନାମରେ କହୁଛନ୍ତି । ଆଜି ବିଜେଡିର ଯାହା ବି କିଛି ଅବସ୍ଥା ହେଇଛି ତାହା ପାଇଁ ଦାୟୀ ହେଉଛି ପାଣ୍ଡିୟାନ । ତୁ ଦିଲ୍ଲୀରୁ ଏଠାକୁ ଆସିଲେ ତୋ କଥା ଆମେ ମାନେ ବୁଝିବୁ ।

ଆଜି ଯଦି ବିଜୁ ଜନତା ଦଳ ହାରିଯାଇଛି କେବଳ ତୋ ପାଇଁ ହିଁ ହାରିଯାଇଛି । ତୁ କଣ ପାଇଁ ନବୀନଙ୍କ କ୍ଷମତାକୁ ନିଜେ ନେବା ପାଇଁ ବସିଥିଲୁ । ତେଣୁ ତୁ ଶଙ୍ଖ ଭବନ ଆସିଲେ ତୋ କଥା ଆମେ ମାନେ ବୁଝିବୁ । ତେବେ ଯଦି ଏଠାରେ କହିବାକୁ ଯିବା । ତେବେ ଯୁବ ଛାତ୍ର ନେତା ମାନେ ପୁରା ପାଣ୍ଡିୟାନଙ୍କ ଉପରେ ରାଗ ତମତମ ହୋଇ ରହିଛନ୍ତି । ତେବେ ପାଣ୍ଡିୟାନ ଶଙ୍ଖ ଭବନ ଆସିବା ପରେ ତାଙ୍କର କିଭଳି ସ୍ଵାଗତ କରାଯିବ ତାହା ଦେଖିବା ଅପେକ୍ଷା ରହିଲା । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *