କାହିଁକି ଭୁଷୁଡି ପଡିଲା 24 ବର୍ଷର ମଜଭୁତ ସରକାର ? BJD । Naveen Patnaik

ବିଜେଡି ହୋଇଗଲା ଦୁଇଫାଳ ! ଦୀର୍ଘ 24 ବର୍ଷ ଧରି ଶାସନ କରୁଥିବା ଦଳ ଆଜି ଦୁଇ ଫାଳ ହୋଇଯାଇଛି । ବିଜୁ ଜନତା ଦଳର ଏମିତି ଶୋଚନୀୟ ପରାଜୟ ହୋଇଛି ବୋଲି କେହି ମଧ୍ୟ ଏହି କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ବିଜେଡି ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳର ପରାଜୟ ପରେ ଉଭୟ ବିଜୟୀ ଓ ପରାଜୟ ପ୍ରଥୀକୁ ଡାକି ଏକ ବୈଠକ କରିଥିଲେ । ତେବେ ଯେଉଁ ମାନେ ସାଧାରଣ ନିର୍ବାଚନରେ ହାରିଯାଇଛନ୍ତି ।

ସେମାନଙ୍କୁ ହାରିବାର କାରଣ ସବୁ ପଚାରି ବୁଝିଥିଲେ । ତେବେ ବିଜେଡିର କିଛି ବରିଷ୍ଠ ମୁହଁ ଖୋଲି କହିଛନ୍ତି । ଯେ ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ଆଜି ଏଭଳି ଅବସ୍ଥା ହୋଇଗଲା । ନିର୍ବାଚନ ପରିଚାଳନାରେ ବରିଷ୍ଠ ମାନଙ୍କୁ ଦୂରେଇ ରଖାଗଲା । ଯାହାକି ଗ୍ରହଣଯୋଗ୍ୟ ହେଲାନି । ତେବେ ନିର୍ନାଚନର ଫାଳଫଳ ବାହାରିବା ପରେ ବିଜେଡିର ବରିଷ୍ଠ ନେତା ମାନେ ଏବେ ଗୋଟେ ପରେ ଗୋଟେ ମୁହଁ ଖୋଲି ଏଭଳି କିଛି କହିବାରେ ଲାଗିଛନ୍ତି ।

ତେବେ ବିଜେଡିର ଦିତୀୟ କ୍ଷମତା କେନ୍ଦ୍ରୀକ ଯାହାଙ୍କୁ ଗତ କିଛି ଦିନ ତଳେ କୁହାଯାଉଥିଲା । ଅର୍ଥାତ ଭିକେ ପାଣ୍ଡିୟାନଙ୍କୁ ଏବେ ଓଡିଶାରେ ଦେଖିବାକୁ ମିଳିନାହିଁ । ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ଗୋଟେ ଦିନ ପରେ ସେ ଦିଲ୍ଲୀ ଚାଲିଯାଇଥିବା ସୂଚନା ମିଳିଛି । ତେବେ ଏପଟେ ବିଜେଡି ଲୋକସଭାରେ ଗୋଟେ ବିଲକୁଲ ଖାତା ଖୋଲି ନଥିଲେ ମଧ୍ୟ ପାଣ୍ଡିୟାନ ଦିଲ୍ଲୀ କାହିଁକି ଯାଇଛନ୍ତି ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ?

ତେବେ ଅପର ପକ୍ଷରେ ପାଣ୍ଡିୟାନଙ୍କୁ ନେଇ ବିଜେଡି ପକ୍ଷରୁ ଏଭଳି ସୂଚନା ମିଳିଥିଲା । ଯେ ଦଳର ସଭାପତିଙ୍କ ନିର୍ଦ୍ଧେଶ କ୍ରମେ ପାଣ୍ଡିୟାନ ଦିଲ୍ଲୀ ଯାଇଛନ୍ତି । ତେବେ ପ୍ରକୃତରେ ଦୀର୍ଘ 24 ବର୍ଷର ମଜଭୁତ ବିଜୁ ଜନତା ଦଳ ଚଳିତ ବର୍ଷ ନିର୍ବାଚନରେ ଏଭଳି ଭାଙ୍ଗି ପଡିଲା କେମିତି ତାହାକୁ ନେଇ ରାଜ୍ୟ ରାଜନୀତିରେ ଅନେକ ଆଲୋଚନା ହେବାରେ ଲାଗିଛି ।

ତେବେ ଦଳର ସଭାପତି ନବୀନ ପଟ୍ଟନାୟକ କିନ୍ତୁ ପରାଜୟରେ ମର୍ମାହତ ନହୋଇ ପୂର୍ବ ଭଳି କଠିନ ପରିଶ୍ରମ କରି ଦଳୀୟ ସଂଗଠନ ରକ୍ଷା କରି ଦଳକୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *