ଚଲାଇ ଦେଉନାହାଁନ୍ତି ଲକ୍ଷ୍ମୀ ବସ୍, ରାସ୍ତାରେ ଅଟକାଇ ମାରୁଛନ୍ତି ପ୍ରାଇଭେଟ୍ ବସ୍ ଡ୍ରାଇଭର ଓ କଣ୍ଡକ୍ଟର Laxmi Bus

ଲକ୍ଷ୍ମୀ ବସ ଡ୍ରାଇଭର ଓ କଣ୍ଡକ୍ଟରକୁ ମାଡ ! ସହରରୁ ଗ୍ରାମାଞ୍ଚଳକୁ ଯାତ୍ରା କରୁଥିବା ଲକ୍ଷ୍ମୀ ବସକୁ ନେଇ ଏଭଳି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାରେ ଚାଲିଥିବା ଅନେକ ଲକ୍ଷ୍ମୀ ବସରୁ ଆଜି ଲୋଗୋ ଓ ଅନ୍ଯାନ୍ଯ ଷ୍ଟିକର ହଟିଯାଇଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖା ଦେଇଛି । ତେବେ ସୂଚନା ମୁତାବିକ ସ୍ଥାନୀୟ ଫୁଲବାଣୀ ବସଷ୍ଟାଣ୍ଡରେ ଏକ ଲକ୍ଷ୍ମୀ ବସର କର୍ମଚାରୀଙ୍କୁ କିଛି ଘରୋଇ ବସର କର୍ମଚାରୀ ସହିତ କିଛି ଘରୋଇ ବସ ମାନଙ୍କର ସମ୍ପର୍କୀୟ ଗୁଣ୍ଡା ମାଡ ମାରିଥିବା ଅଭିଯୋଗ ହୋଇଛି ।

ଏଭଳି କି ମହିଳା କଣ୍ଡକ୍ଟର ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବାକୁ ମଧ୍ୟ ସେମାନେ ପଛଘୁଞ୍ଚା ଦେଇନଥିଲେ । ତେବେ ହଟାତ ସେହି ଲକ୍ଷ୍ମୀ ବସ ଉପରେ ଗୁଣ୍ଡାରାଜ ଆରମ୍ଭ ହୋଇ କିଛି ସମୟ ପର୍ଯ୍ୟନ୍ତ ସେଭଳି ଚାଲିଥିଲା । ଯାହାକୁ ଦେଖି ସମସ୍ତେ ଭୟଭୀତ ହୋଇ ପଡିଥିଲେ । ତେବେ ଏ ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ତେବେ ପରେ ଘଟଣାକୁ ବୁଝାସୁଝା କରି କାମ କରାଯାଉଛି ।

ଗତ ଗୁରୁବାର ଦିନ ଫୁଲବାଣୀରୁ କୋଟଗଡ ଯାଉଥିବା ଲକ୍ଷ୍ମୀ ବସକୁ ଏକ ଘରୋଇ ବସର ଡ୍ରାଇଭର, କଣ୍ଡକ୍ଟର ଓ ମାଲିକ ମିଶି ଅଟକ ରଖିଥିଲେ । ତାପରେ ସେମାନେ ଲକ୍ଷ୍ମୀ ବସର ଡ୍ରାଇଭର ଓ କଣ୍ଡକ୍ଟରକୁ ଆକ୍ରମଣ କରିବା ସହ ମାଡପିଟ ଆରମ୍ଭ କରିଦେଇଥିଲେ । ପରେ ସେମାନେ ଡ୍ରାଇଭରକୁ ଧମକଚମକ ମଧ୍ୟ ଦେଇଥିଲେ । ତାପରେ ଲକ୍ଷ୍ମୀ ବସର ଡ୍ରାଇଭରଙ୍କୁ ମାଡ ମଧ୍ୟ ମାରିଥିଲେ ।

ପରେ ଫୁଲବାଣୀ, ଦାରିଙ୍ଗିବାଦୀ, ଫୁଲବାଣୀ ଗୁମାଗଡ, ଏହିଭଳି ଫୁଲବାଣୀର କିଛି ବସକୁ ଅଟକ ରଖି ଅସଭ୍ୟ ଭାଷାରେ ମହିଳା କଣ୍ଡକ୍ଟର ମାନଙ୍କୁ ଗାଳି ଗୁଲଜ କରିଥିଲେ । ଏଥିସହ ସେମାନଙ୍କୁ ଦେଖିନେବେ ବୋଲି ମଧ୍ୟ ଆଖି ଦେଖାଇ ଧମକ ଦେଇଥିଲେ । ତେବେ ଖବର ପାଇ ଫୁଲବାଣୀ ଏସଡ଼ିପିଓ ଘଟଣା ସ୍ତଳରେ ପହଞ୍ଚି ବୁଝାସୁଝା କରିଥିଲେ ।

ତେବେ ଉକ୍ତ ଘଟଣାର ସାମୟିକ ସମାଧାନ ପରେ ବସ ରୁଟରେ ଯାଉଥିବା ଏସଡ଼ିପିଓ କହିଛନ୍ତି । ଅନ୍ୟ ପକ୍ଷେ କୌଣସି ସୂଚନା ପାଇନଥିବା କହିଛନ୍ତି ଲକ୍ଷ୍ମୀ ବସ ଜିଲ୍ଲା ପରିଚାଳକ ଅଭିଷେକ ସାମନ୍ତରାୟ । ସଦର ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *