ତୃତୀୟ ବିଶ୍ଵ ଯୁଦ୍ଧ ହେବ କି ଦ୍ଵିତୀୟ ମହାଭାରତ । ଋଷର କୁଟ ନଦୀ ନିକଟରେ ହେବ ମହାଘୋର ଯୁଦ୍ଧ । ମହାଶସ୍ତ୍ର ସହ ଲଢିବ ପାଣ୍ଡବ ମାନଙ୍କ ଅସ୍ତ୍ର । ବିଶ୍ଵର ବିଭିନ୍ନ ଦେଶରେ ଜନ୍ମ ନେଇ ସାରିଛନ୍ତି ମହାଭାରତର ମହାଯୋଦ୍ଧା ଓ ଅପେକ୍ଷା କରି ରହିଛନ୍ତି ଉତ୍କୃଷ୍ଟ ସମୟକୁ । ଯେଉଁ ସମୟ ଆସିଲେ ଯୋଦ୍ଧା ମାନେ ନିଜ ନିଜର ବାସ୍ତବ ରୂପକୁ ଆସିବେ । ଆଉ ଯୁଦ୍ଧ କରିବେ ବିନାଶକାରୀ ଶକ୍ତି ବିରୋଧରେ ।
ପ୍ରଳୟର ହେବ ପୁନଃଜନ୍ମ ଆଉ ସତ ହେବ ମାଳିକା ବଚନ । ଧ୍ଵଂସ ପାଇଯିବ ପାପ ଶକ୍ତି ଆଉ ଧର୍ମର ହେବ ପୁନରସ୍ଥାପନ । ଏହା ଗୁଲି ଗପ ନୁହେଁ ଏ ହେଉଛି ମାଳିକା ବଚନ । ତେବେ ଦେଖାନ୍ତୁ ମାଳିକାର ଏହି ପଦ ଗୁଡିକ । ‘କୁଟ ପୋଖରୀ ଉପରେ ମହା ଘୋର ଯୁଦ୍ଧ ହେବ ସେଠାରେ, ଲୋ ଜାଇଫୁଲ । ମହାଶସ୍ତ୍ର ଅଛି ସେହିଠାରେ ବିରାଟ ଦେଶରେ ଜାଣ ପାଣ୍ଡବଙ୍କ ଅସ୍ତ୍ର ରହିଛି ପୁଣ, ଲୋ ଜାଇଫୁଲ’ ।
ବନ୍ଧୁଗଣ କୁଟ ହେଉଛି ଏଭଳି ଏକ ନଦୀ ଯାହାକି ରହିଛି ଋଷରେ । ଋଷରେ ୪୦୮ କିଲୋମିଟର ଲମ୍ବ ପରିବାପ୍ତ ଏହି ନଦୀ ୧୨୫୦୦ ବର୍ଗ କିଲୋମିଟର ଯାଏଁ ବିସ୍ତ୍ରୁତ ଅଛି । ଆଉ ଏହି ଜାଗାରେ ହିଁ ଲୁଚି ରହିଛି ଏକ ମହାଶକ୍ତି ଯାହାକି ପ୍ରଳୟଙ୍କାରୀ । ବନ୍ଧୁଗଣ କାଳ କ୍ରମେ ଏହି ନଦୀରେ ଅନେକ ପରିବର୍ତ୍ତନ ବି ଆସିଛି । ତେବେ ଯଦି ମାଳିକା କହୁଥିବା ବଚନ ସତ ଅଟେ ତେବେ ଏହି କୁଟ ନିକଟରେ ହିଁ ଯୁଦ୍ଧ ହେବ ।
କାରଣ ସେହିଠାରେ ଲୁଚି ରହିଛି ମହାଶସ୍ତ୍ର । ମହାଭାରତର ସମୟରେ ଯେତେବେଳେ ଅଶ୍ଵଥାମା ବ୍ରହ୍ମାସ୍ତ୍ର ପ୍ରୟୋଗ କରିବାକୁ ଚାହୁଁ ଥିଲେ ସେତେବେଳେ ତାଙ୍କୁ ଅଟକାଇ ଥିଲେ ଶ୍ରୀ କୃଷ୍ଣ । ଆଉ ଏହା ପରେ ସେହି ବ୍ରହ୍ମାସ୍ତ୍ରର କଣ ହୋଇଥିଲା କେହି ବି ଜାଣି ନାହାନ୍ତି । ତେବେ ମାଳିକା ବଚନ କହୁଛି କୁଟ ନଦୀ ନିକଟରେ ହିଁ ମହାଶସ୍ତ୍ର ଲୁଚି ରହିଛି । ମାଳିକାରେ ଲେଖା ହୋଇଛି ‘ବିରାଟ ଦେଶରେ ଜାଣ ପାଣ୍ଡବଙ୍କ ଅସ୍ତ୍ର ରହିଛି ପୁଣ, ଲୋ ଯାଇଫୁଲ ।
ଦେଖ ଶମି ବୃକ୍ଷର ପ୍ରମାଣ ଅଶ୍ଵଥାମା ଜର୍ମାନୀରେ ଜନମ ଲଭିଛି ଅତି ଗୁପ୍ତରେ, ଲୋ ଜାଇଫୁଲ ବୀର ସମରେ କେ ତାକୁ ପାରେ’ । ଏହାର ଅର୍ଥ ପାଣ୍ଡବଙ୍କ ଅସ୍ତ୍ର ମଧ୍ୟ ଲୁଚି ରହିଛି ବିରାଟ ଦେଶରେ । ଏହି ସବୁ ଅସ୍ତ୍ର ସମି ବୃକ୍ଷ ପାଖରେ ରହିଛି । ମହାଭାରତ କଥା ଯଦି ଦେଖିବା ତେବେ ବିରାଟ ଦେଶ ବିରାଟ ରାଜାଙ୍କର ଥିଲା । ମହାଭାରତ ସମୟରେ ସେଠାରେ ଗୋଟେ ବର୍ଷ ଅଜ୍ଞାତ ବାସରେ ଥିଲେ ପଞ୍ଚୁ ପାଣ୍ଡବ ।
ତେବେ ମାଳିକା କହୁଛି ମହାଭାରତର ଅନେକ ମହାରଥୀ ଏବେ ପୁନଃଜନ୍ମ ଲାଭ କରିଛନ୍ତି ଓ କୁଟ ନଦୀ କୂଳରେ ଲୁଚି ରହିଛି ସେମାନଙ୍କ ଅସ୍ତ୍ର । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।