ବନ୍ଧୁଗଣ, ସୂଚନା ଅନୁଯାୟୀ ବିବାହ ନିମନ୍ତେ କଥା ଦେଇ ପରସ୍ପର ମଧ୍ୟରେ ବନାଇଥିବା ସମ୍ବନ୍ଧ ବଳାତ୍କାର ନୁହେଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ଦିଲ୍ଲୀ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ବିବାହ କରିବା ନିମନ୍ତେ କଥାଦେଇ ଯଦି ଯୌନ ସମ୍ବନ୍ଧ ବନାଉଛନ୍ତି ଏବଂ କୌଣସି କାରଣ ବଶତ ଯଦି ବିବାହ କରି ପାରୁ ନାହାଁନ୍ତି ତେବେ ଏହାକୁ ବଳାତ୍କାର କୁହାଯିବନି । ଦିଲ୍ଲୀ ଉଚ୍ଚ ନୟାଳୟ ଏହି ଟିପ୍ପଣୀ ଏକ ମାମଲା ର ଶୁଣାଣି କରିବା ସମୟରେ କହିଛନ୍ତି ।
ଯେଉଁଥିରେ ଜଣେ ବ୍ୟକ୍ତି ଏବଂ ଜଣେ ମହିଳା ଲମ୍ବା ସମୟ ଧରି ସମ୍ବନ୍ଧରେ ଥିଲେ । ଉଭୟଙ୍କ ନିର୍ଭନ୍ଧ ମଧ୍ୟ ହୋଇଯାଇଥିଲା । ମାତ୍ର କୌଣସି କାରଣରୁ ବିବାହ ହୋଇ ପାରିଲା ନାହିଁ ଏବଂ ସମ୍ପର୍କ ଭାଙ୍ଗିଗଲା । ନ୍ୟାୟମୂର୍ତ୍ତି ସୁବ୍ରନ୍ୟମ ପ୍ରସାଦ ତଳକୋର୍ଟ ର ଏହି ନିଷ୍ପତ୍ତି କୁ ଖାରଚ କରିଦେଇଛନ୍ତି । ଭାରତୀୟ ଦଣ୍ଡ ସଂହିତା ର ଧାରା ୩୭୬, ୨ ର ଅନ୍ତର୍ଗତ ବ୍ୟକ୍ତି ଉପରେ ମହିଳା କୁ ବିବାହ ନିମନ୍ତେ ଝାନ୍ସା ଦେଇ ତାଙ୍କ ବଳାତ୍କାର କରିବାର ଆରୋପ ଲଗାଯାଇଥିଲା ।
ନିଜ ନିଷ୍ପତ୍ତି ରେ ଜର୍ଜ କହିଲେ ଯେ ଅଭିଯୋଜନ ପକ୍ଷ ଅନୁସାର ମଧ୍ୟ ୟାଚିକାକର୍ତ୍ତା ୩ ମାସ ପର୍ଯ୍ୟନ୍ତ ଝିଅ ର ମାତା ପିତା ଙ୍କୁ ତାକୁ ବିବାହ କରିବା ପାଇଁ ଅନୁମତି ଦେବା ନିମନ୍ତେ ବୁଝାଇ ଥିଲେ । ଏବଂ ଶାରୀରିକ ସମ୍ବନ୍ଧ ସ୍ଥାପିତ କରିବା ନିମନ୍ତେ ମହିଳା ଜଣଙ୍କୁ ଜବରଦସ୍ତ ଧାରଣ ଅଥବା କୌଣସି ପ୍ରକାରର ଡର ଊପରେ ଆଧାରିତ ନଥିଲା ।
ହାଇକୋର୍ଟ ନିଜ ଆଦେଶ ରେ କହିଲେ ଯେ ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା ଏବଂ ଏଥିରେ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଯାହା ଦର୍ଶାଉଥିଲା ଯେ ଯୁବକ ଜଣଙ୍କ ର ମହିଳା କୁ ବାସ୍ତବ ରେ ବିବାହ କରିବାର ଯୋଜନା ଥିଲା । କେବଳ ଏଥି ନିମନ୍ତେ ସମ୍ବନ୍ଧ ଶେଷ ହୋଇଗଲା । ମାତ୍ର ଉଭୟଙ୍କ ମଧ୍ୟରେ ଥିବା ସମ୍ବନ୍ଧ କୌଣସି ପ୍ରକାରର ବାଧ୍ୟ ବାଧ୍ୟକତାରେ ହୋଇ ନଥିଲା ବୋଲି ମାନ୍ୟବର କୋର୍ଟ କହିଛନ୍ତି ।
ଆରୋପ ଲଗାଇଥିବା ମହିଳା ଙ୍କୁ ବିବାହ ସମସ୍ତଙ୍କ ସହମତି ହେବାକୁ ଯାଉଥିଲା ବୋଲି ପଚାରିବାରୁ ସେ ହଁ ବୋଲି କହିଥିଲେ । ଏଣୁ ଦିଲ୍ଲୀ ର ଉଚ୍ଚ ନ୍ୟାୟାଳୟ ଏହିଭଳି ଆରୋପ କୁ ଖାରଚ କରି କହିଛନ୍ତି ଯେ ଏହା କୌଣସି ଅପରାଧ ନୁହେଁ । କାରଣ ଆରୋପ ଲଗାଇଥିବା ମହିଳା ଙ୍କ ସମସ୍ତ କଥା ଭୁଲ ବୋଲି ପ୍ରମାଣିତ ହେଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।